Hindi News >>Home >>Odisha State

Puri Bus Fire: ରୋଷେଇ ହେଲା କାଳ, ପର୍ଯ୍ୟଟକ ବସରେ ଲାଗିଗଲା ନିଆଁ

Puri Tourist Bus Fire: ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ବସକୁ ପାର୍କିଂ କରି ଯାତ୍ରୀମାନେ ବାହାରେ ଖାଉଥିବା ବେଳେ ଅଗ୍ନିକାଣ୍ଡ ହୋଇଥିଲା । ଯେଉଁଥିପାଇଁ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ । ବସ ପଛପଟେ ରୋଷେଇ ହେଉଥିବା ବେଳେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଥିବା ସନ୍ଦେହ କରାଯାଉଛି। 

Advertisement
Puri Bus Fire: ରୋଷେଇ ହେଲା କାଳ, ପର୍ଯ୍ୟଟକ ବସରେ ଲାଗିଗଲା ନିଆଁ
Stop
Rasmita Sahoo|Updated: Jan 09, 2023, 04:22 PM IST

Puri Bus Fire: ଶୀତଦିନ ଆଗମନରେ ସମସ୍ତେ ନିଜ ପରିବାର ସହ ଓ ବନ୍ଧୁ ପରିଜନଙ୍କ ସହ ପିକନିକ କିମ୍ବା ତୀର୍ଥସ୍ଥାନକୁ ଯିବାକୁ ବେଶ ପସନ୍ଦ କରିଥାନ୍ତି। ଏହି କ୍ରମରେ ଉତ୍ତର ପ୍ରଦେଶର ରାଜ୍ୟରୁ ଏକ ବସ୍ ଯୋଗେ କିଛି ପର୍ଯ୍ୟଟକ ପୁରୀ ଯାଇଥିଲେ । ହେଲେ ଅଳ୍ପକେ ସେମାନଙ୍କ ଜୀବନ ବଞ୍ଚିଯାଇଛି। କାରଣ ପୁରୀରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି। ସତ୍ୟବାଦୀ ସାକ୍ଷୀଗୋପାଳ ମନ୍ଦିର ପଛପଟେ ପର୍ଯ୍ୟଟକ ବସରେ ହୁତୁହୁତୁ ହୋଇ ନିଆଁ ଲାଗିଯାଇଥିଲା । ହେଲେ ସେହି ସମୟରେ ବସରେ କେହି ନଥିଲେ । କାରଣ ପର୍ଯ୍ୟଟକ ମାନେ ବସ୍ ରୁ ଓହ୍ଲାଇ ଆସିଥିଲେ। ସେହିପରି ବସ୍ ପଛପଟେ ରୋଷେଇ ଚାଲିଥିବା ବେଳେ ଏଥିରୁ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି। 

ତେବେ ପର୍ଯ୍ୟଟକ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ବସରେ ଥିବା ଆସବାବପତ୍ର ଜଳିପୋଡ଼ି ପାଉଁଶ (Puri Tourist Bus Fire)  ହୋଇଯାଇଛି। ତେବେ ସମସ୍ତ ପର୍ଯ୍ୟଟକ ଉତ୍ତର ପ୍ରଦେଶର ବୋଲି ଜଣାପଡ଼ିଛି। ସେହିପରି ସପ୍ତାହର ଆରମ୍ଭ ରୁ ଆଜି କେବଳ ଦୁର୍ଘଟଣା ସମ୍ପର୍କିତ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର କନୌଜରେ ଭୟଙ୍କର ଦୁର୍ଘଟଣା କାରଣରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ୧୮ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏକ ଘରୋଇ ବେସରକାରୀ ବସ ଦିଲ୍ଲୀରୁ ଲକ୍ଷ୍ନୌ ଯିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା। ଏହି ବସରେ ପ୍ରାୟ ୪୦ ଜଣ ଲୋକ ରହିଥିଲେ। 

ସେହିପରି ଗତ କିଛିଦିନ ହେଲା ରାଜ୍ୟରେ ମଧ୍ୟ ଆକସ୍ମିକ ସଡ଼କ ଦୁର୍ଘଟଣା (Road Accident) ଦିନକୁ ଦିନ ବୃଦ୍ଧି ପାଉଛି। ମୟୁରଭଞ୍ଜ ବାରିପଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନିଜଣଙ୍କ ପ୍ରାଣହାନୀ ଘଟିଛି। ପିକ୍ ଅପ ଭ୍ୟାନ ସହ ଅଟୋ ଧକ୍କା ହେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ବାରିପଦା ଦେଉଳି ରାସ୍ତାର ବାଙ୍କିଶୋଳରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। 

ତେବେ ଗତକାଲି ମଧ୍ୟ ଭବାନୀପାଟଣା ନିକଟରେ ଟ୍ୟାଙ୍କର ଚାପାରେ ବାଇକ୍ ରେ ଆସୁଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିଲା। NH-୨୬ର ପାଷ୍ଟିକୁଡ଼ି ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ସ୍ଥାନୀୟ ରକାବାହାଲି ଗାଁର ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ସୂଚନାନୁଯାୟୀ, ଉତକେଲାରୁ କ୍ରିକେଟ ମ୍ୟାଚ (Cricket Match) ଖେଳି ୩ ସାଙ୍ଗ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ତିନିଜଣଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କ ଦ୍ୱାରା ଉତ୍ତେଜନା ହେବାସହ ରାସ୍ତାରୋକ କରାଯାଇଥିଲା। କ୍ରିକେଟ ମ୍ୟାଚ ସାରି ଫେରୁଥିବା ବେଳେ ଗ୍ୟାସ ଟ୍ୟାଙ୍କର ବାଇକକୁ ଧକ୍କା ଦେଇଥିଲା ପରେ ତଳେ ପଡ଼ିଯିବାରୁ ଚାପି ଦେଇଥିଲା ଟ୍ୟାଙ୍କର ।

Also Read: Mission Shakti: ମିଶନ ଶକ୍ତି ଗ୍ରୁପକୁ ନୂଆବର୍ଷ ଗିଫ୍ଟ ଦେଲେ ମୁଖ୍ୟମନ୍ତ୍ରୀ!

Also Read: Psycho Killer: ମହିଳାଙ୍କୁ ଉଲଗ୍ନ କରି ହାଣୁଛି ସାଇକୋ କିଲର, ଧରିବାକୁ ଗଠନ ହେଲା ୬ଟି ଟିମ୍

Read More
{}{}