Hindi News >>Home >>Odisha State

Puri News: ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର, ତିନି ରଥର ଅଖଚକ ଡେରା ନିତ ସମ୍ପନ୍ନ

Puri News In Odia:ବିଶ୍ଵକର୍ମା ମହାରଣା ମାନେ ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ ପାଇଁ କାର୍ଯ୍ୟ ଆଗେଇ ନେଉଛନ୍ତି। ୩୦ ଟି ଚକ ଇତି ମଧ୍ୟରେ ନିର୍ମାଣ ସରିଛି। ରଥ ପାଇଁ ଆବଶ୍ୟକ ଥିବା ଚଉତା କାର୍ଯ୍ୟ ଚାଲୁ ରହିଛି। ଏଥି ପାଇଁ ମହାରଣା ଙ୍କୁ ଭୋଇ ସେବକ ରଥ ଖଳାକୁ କାଠ ଯୋଗାଇ ଦେଉଛନ୍ତି। ଗତକାଲି ଭଉଁରି ତିଥିରେ ବିଧି ଅନୁଯାୟୀ ତିନି ରଥର ଅଖଚକ ଡେରା ନିତି ସମ୍ପନ୍ନ ହେବା ପରେ ତିନି ରଥ ନିର୍ମାଣ କାର୍ଯ୍ୟକୁ ଜୋରଦାର କରାଯାଇଛି।

Advertisement
Puri News: ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର,  ତିନି ରଥର ଅଖଚକ ଡେରା ନିତ ସମ୍ପନ୍ନ
Stop
Sanjaya Kumar Mohapatra|Updated: May 13, 2023, 07:50 PM IST

Puri News In Odia: ମହାପ୍ରଭୁଙ୍କ(Lord Jagannath) ରଥ ନିର୍ମାଣରେ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ। ଗତକାଲି ଭଉଁରି ତିଥିରେ ବିଧି ଅନୁଯାୟୀ ତିନି ରଥର ଅଖଚକ ଡେରା ନିତି ସମ୍ପନ୍ନ ହେବା ପରେ ତିନି ରଥ ନିର୍ମାଣ କାର୍ଯ୍ୟକୁ ଜୋରଦାର କରାଯାଇଛି। ବିଶ୍ଵକର୍ମା ମହାରଣା ମାନେ ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ ପାଇଁ କାର୍ଯ୍ୟ ଆଗେଇ ନେଉଛନ୍ତି। ୩୦ ଟି ଚକ ଇତି ମଧ୍ୟରେ ନିର୍ମାଣ ସରିଛି। ରଥ ପାଇଁ ଆବଶ୍ୟକ ଥିବା ଚଉତା କାର୍ଯ୍ୟ ଚାଲୁ ରହିଛି। ଏଥି ପାଇଁ ମହାରଣା ଙ୍କୁ ଭୋଇ ସେବକ ରଥ ଖଳାକୁ କାଠ ଯୋଗାଇ ଦେଉଛନ୍ତି। ସେହିପରି ରଥ ପାଇଁ ଅଖ, ପରେ ଦଣ୍ଡା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେପଟେ ରୂପକାର ସେବକ ମାନେ କଣ ଗୁଜ କାର୍ଯ୍ଯ ଜାରି ରଖିଛନ୍ତି। ଏହା ପରେ ତିଖ ଗୁଜ, ସିଂହାସନ କାର୍ଯ୍ୟ ଆରମ୍ଭ ହେବ। ଏହା ସରିବା ପରେ ପଟା ଗୁଜ, ନାଟଗୋଡ, ଇସ ଯୁଆଳି କାର୍ଯ୍ୟ ହେବ। ବର୍ତ୍ତମାନ ସିଂହ ବିରାଳ ଖୋଦେଇ କାର୍ଯ୍ୟ ଜାରି ରହିଥିବା ବେଳେ ଏହା ପରେ ଗଜ ବୀରାଳ, ନର ବିରାଳ କାର୍ଯ୍ୟ ହେବ । ସେହିପରି ଦୋଳବେଦୀ କୋଣରେ କମାର ସେବକ ମାନେ ପନ୍ଦାରି , ପନ୍ଦାରୀ ଚାବି, ଓ ବଳା ନିର୍ମାଣରେ ଲାଗିଛନ୍ତି। ଚଳିତ ବର୍ଷ ଜୁନ୍  ୨୦ରେ ଘୋଷ ଯାତ୍ରା (Rath Yatra 2023) ଅନୁଷ୍ଠିତ ହେବ । ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । 

ସେହିପରି ପୁରୀରେ ଅକ୍ଷୟ ତୃତୀୟାରୁ ଚାଲିଥିବା ୨୧ ଦିନିଆ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା (Chandan yatra) ଆଜି ଶେଷ ହୋଇଛି। ଆଜି ହେବ ମହାପ୍ରଭୁଙ୍କ ହଳଦୀ ପାଣି ନୀତି । ଏହାପରେ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା । ଗତକାଲି ଶ୍ରୀମନ୍ଦିରରେ (Puri Jagannath Temple) ଯାତ ଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ (Narendra Pushkarinee) ବିଜେ କରିବା ପରେ ୨୧ ଘେରା ଜଳ କ୍ରୀଡ଼ା କରିଥିଲେ । ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଏହି ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ସେପଟେ ବୈଜୟନ୍ତରୀ ଡଙ୍ଗାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କିଛି ସେବାୟତ ଓ ଅଧିକାରୀ ନୌବିହାର କରିଥିବା ନଜରକୁ ଆସିଥିଲା।

Also Read: Road Accident: ଅଶୁଭ ଶନିବାର! ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୫ ଜୀବନ

Also Read: Virat Kohli Networth: ମନି ମେସିନ୍ ବିରାଟ! କିଙ୍ଗ କୋହଲିଙ୍କ ପାଖରେ ଅଛି ଏତେ କୋଟିର ସମ୍ପତ୍ତି

କୁହାଯାଏ, ଚାପ ଖେଳ ସମୟରେ ଭକ୍ତ ମଧୁସୂଦନ ରୂପରେ ପ୍ରଭୁଙ୍କୁ ଦର୍ଶନ କଲେ ତାହାର ପୁନଃଜନ୍ମ ହୁଏନାହିଁ। ମାନବୀୟ ଲୀଳା ଖେଳା କରୁଥିବା ମହାପ୍ରଭୁ ସାଧାରଣ ମଣିଷ ପରି ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଜଳକ୍ରୀଡ଼ା କରିଥାନ୍ତି। ଅକ୍ଷୟ ତୃତୀୟା (akshaya tritiya) ତିଥିରୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା। ୨୧ ଦିନ ବ୍ୟାପୀ ଚାଲିଥିବା ବାହାର ଚନ୍ଦନ ଯାତ୍ରାର ଗତକାଲି ଥିଲା ଅନ୍ତିମ ଦିବସ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତ ଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚ ପାଣ୍ଡବ ପାଲିଙ୍କି ଓ ବିମାନରେ ନରେନ୍ଦ୍ର ପୁଷ୍କରିଣୀକୁ (Narendra Pushkarinee) ବିଜେ କରାଯାଇଥିଲା । ପରେ ପୁଷ୍କରିଣୀର ଅଗ୍ନିକୋଣରୁ ଐଶନ୍ୟ କୋଣ ପର୍ଯ୍ୟନ୍ତ ୭ ଘେରା ଲେଖାଏଁ ୨୧ ଘେରା ଜଳକ୍ରୀଡ଼ା କରାଯାଇଥିଲା । ମହାପ୍ରଭୁଙ୍କ ଜଳକ୍ରୀଡା଼ ସମୟରେ ଏହି ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲେ। ନରେନ୍ଦ୍ର ପୁଷ୍କରିଣୀରେ ପ୍ରଭୁ ଚାପ ଖେଳୁଥିବା ବେଳେ ହନୁମାନ ବେଶରେ ଥିବା ଜଣେ ଭକ୍ତ ନୃତ୍ୟ କରିବା ସହ ବିମୋହିତ ହୋଇପଡିଥିଲେ। ସେହିଭଳି ରାଧା ବେଶରେ ଜଣେ ଭକ୍ତ ନୃତ୍ୟ ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ଅର୍ଘ୍ଯ ଅର୍ପଣ କରୁଥିଲେ। ଚାପ ସମୟରେ ହଜାର ହଜାର ଭକ୍ତଙ୍କ ସମାଗମ ଆଉ ଜୟ ଜଗନ୍ନାଥ, ହୁଳହୁଳି ଶବ୍ଦରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

Read More
{}{}