Hindi News >>Home >>Odisha State

Palli Utsav :'କଳା'କୁ ପ୍ରୋତ୍ସାହନ ଦେଉଛି 'ପଲ୍ଲୀ ଉତ୍ସବ'

ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଁଏ ମଜା ଉଠାଉଥିଲେ ଉତ୍ସବର। ଏହା ସାଂଗକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଂସ୍କୃତିକ ଅନୁଷ୍ଠାନର କଳାକାରଙ୍କ ସ୍ଥାନୀୟ ପ୍ରତିଭାମାନଙ୍କ ଚିତାକର୍ଷକ ନୃତ୍ୟ ପରିବେଷଣ ଓ ମୀନାବଜାର ଦର୍ଶକଙ୍କୁ ବାନ୍ଧି ରଖିବାରେ ସହାୟକ ହୋଇଥିଲା ।

Advertisement
Palli Utsav :'କଳା'କୁ ପ୍ରୋତ୍ସାହନ ଦେଉଛି 'ପଲ୍ଲୀ ଉତ୍ସବ'
Stop
Zee Odisha Desk|Updated: Sep 04, 2022, 12:34 PM IST

Palli Utsav : ଖୋର୍ଦ୍ଧା (ସୂର୍ଯ୍ୟନାରାୟଣ ମହାନ୍ତି): କଳାକାରମାନଙ୍କ (Artist) ଲୁକାୟିତ ପ୍ରତିଭାକୁ (Hidden Tallanted) ଲୋକଲୋଚନକୁ ଆଣିବା ହେଉଛି ଉତ୍ସବମାନଙ୍କର ମୁଖ୍ୟ ଉଦେଶ୍ୟ । ଯେଉଁଥିରେ ଗ୍ରାମାଞ୍ଚଳର କଳାକାରମାନେ ନିଜ ଲୁକାୟିତ କଳାର ପରିପ୍ରକାଶ କରିପାରିଥାନ୍ତି । ଆଉ ଏନେଇ ପାଦେ ଆଗକୁ ଯାଇ ଖୋର୍ଦ୍ଧା ନିକଟ ଜଙ୍କିଆ ଠାରେ ଆରମ୍ଭ ହୋଇଛି ବାର୍ଷିକ ଜଙ୍କିଆ ପଲ୍ଲୀ ଉତ୍ସବ। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଁଏ ମଜା ଉଠାଉଥିଲେ ଉତ୍ସବର। ଏହା ସାଂଗକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଂସ୍କୃତିକ ଅନୁଷ୍ଠାନର କଳାକାରଙ୍କ ସ୍ଥାନୀୟ ପ୍ରତିଭାମାନଙ୍କ ଚିତାକର୍ଷକ ନୃତ୍ୟ ପରିବେଷଣ ଓ ମୀନାବଜାର ଦର୍ଶକଙ୍କୁ ବାନ୍ଧି ରଖିବାରେ ସହାୟକ ହୋଇଥିଲା ।

ଚାଲିଛି ୧୧ତମ ବାର୍ଷିକ ଜଙ୍କିଆ ପଲ୍ଳୀ ଉତ୍ସବ । ଦୀର୍ଘ ଦୁଇବର୍ଷର ବିରତି ପରେ ପୁର୍ନବାର ଲୋକମାନଙ୍କୁ ମନୋରଂଜନର ଖୋରାକ ଯୋଗାଉଛି ଉତ୍ସବ । ଜିଳ୍ଲା ତଥା ଜିଳ୍ଲା ବାହାରୁ ଆସିଥିବା ସାଂସ୍କୃତିକ ଦଳମାନଙ୍କ ଦ୍ୱାରା ପରିବେଶିତ କାର୍ଯ୍ୟକ୍ରମରେ ମଞ୍ଚ ମଧ୍ୟ ଦୁଲୁକୁଛି। ରାତି ବଢିବା ସାଂଗକୁ ଦର୍ଶକଙ୍କ ସଂଖ୍ୟା ଧିରେଧିରେ ବଢିବାରେ ଲାଗିଥିଲା ଉତ୍ସବ ପଡ଼ିଆରେ। ମୁଖ୍ୟତଃ ଜଂକିଆ ଏକ ଗ୍ରାମାଞ୍ଚଳ ଭିତ୍ତିକ ଅଞ୍ଚଳ ହୋଇଥିବାରୁ ଏଠାରେ ମନୋରଞ୍ଜନର ବିଶେଷ କିଛି ମାଧ୍ୟମ ନାହିଁ । ଏହି ଉତ୍ସବ ଦ୍ୱାରା ଜଙ୍କିଆ ତଥା ଏହାର ଆଖପାଖ ଅଞ୍ଚଳ ଦର୍ଶକମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ ମନୋଭରି ଉପଭୋଗ କରିପାରୁଛନ୍ତି । ଏଥିସହ ଉତ୍ସବରେ ପଡ଼ିଥିବା ବିଭିନ୍ନ ଚଟପଟି ଖାଦ୍ୟର ମଜା ଉଠାଇବା ସହ ବିଭିନ୍ନ ପ୍ରକାର ଦୋଳି ଓ ମୀନାବଜାରରକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୋଭରି ଉପଭୋଗ କରିଥିଲେ ।

ରାତି ବଢିବା ସାଂଗକୁ ଗୋଟିଏ ପରେ ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମର ପସରା ଖୋଲିଥିଲା ଉତ୍ସବ ମଂଚରେ । ପବିତ୍ର ଗଣେଶ ପୂଜା ଅବସରରେ ଜଂକିଆ ଓମ୍ ଶ୍ରୀ ଗ୍ରୁପ ପକ୍ଷରୁ ଆୟୋଜିତ ଏହି ପଲ୍ଳୀ ଉତ୍ସବ ଲୋକମାନଙ୍କୁ ଯୋଗାଇ ଦେଇଛି ମନୋରଂଜନର ଖୋରାକ । ଏହିସହ ଗ୍ରାମଚଂଳରେ ଥିବା କଳାକାରମାନେ ସେମାନଙ୍କ ଲୁକାୟିତ ପ୍ରତିଭାକୁ ଏହି ଉତ୍ସବ ମାଧ୍ୟମରେ ଲୋକଲୋଚନକୁ ଆଣିପାରିବେ ବୋଲି ମହୋତ୍ସବ କମିଟି ଆଶା ରଖିଛି । ସେହିପରି ଓଡ଼ିଶାର ଐତିହ୍ୟ ସଂସ୍କୃତି ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା ଏହି ମଂଚରେ । ସେପଟେ ଦର୍ଶକଙ୍କ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ଜଂକିଆ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ପଲ୍ଳୀ ଉତ୍ସବର ଶନିବାର ସଂଧ୍ୟାରେ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନା ଖାନ, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ବରିଷ୍ଠ ଆଇନଜୀବୀ ଶିଶିର ପରିଡ଼ା ପ୍ରମ୍ମୁଖ ଯୋଗଦେଇ ଗ୍ରାମାଚଂଳରେ ମହୋତ୍ସବର ଆବଶ୍ୟକତା ସଂପର୍କରେ କହିବା ସହ ଓଁମ୍ ଶ୍ରୀ ଗ୍ରୁପର ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ । 

ଅଧିକ ପଢନ୍ତୁ: ଅଲ୍ଟିମେଟ୍ ଖୋ ଖୋ ଲିଗ୍ ଫାଇନାଲରେ ଓଡ଼ିଶା, ଖେଳାଳିଙ୍କ ମନୋବଳ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଅଧିକ ପଢନ୍ତୁ: ଆଜି ପୁଣି ପାକ-ଇଣ୍ଡିଆ ଟକ୍କର: କଣ କହୁଛି ଇତିହାସ କାହାର ରହିବ ପଲ୍ଲା ଭାରି

Read More
{}{}