Hindi News >>Home >>Odisha State

OTET exam 2022 : ଷ୍ଟ୍ରଙ୍ଗରୁମରେ ବି ଅସୁରକ୍ଷିତ ପ୍ରଶ୍ନପତ୍ର, ପରୀକ୍ଷା ପୂର୍ବରୁ ଭାଇରାଲ ହେଲା ଉତ୍ତର!

OTET question paper leak: ଅଗଷ୍ଟ ୨୭ ତାରିଖରେ OTET ପରୀକ୍ଷାର ପ୍ରଶ୍ନପତ୍ର ମାଲକାନଗିରି ପହଞ୍ଚିଥିଲା। ପ୍ରଶ୍ନପତ୍ରକୁ କଡା ସୁରକ୍ଷା ମଧରେ ମାଲକାନଗିରି ବାଳିକା ଉଚ୍ଚବିଦ୍ୟାଳୟର ଷ୍ଟ୍ରଙ୍ଗରୁମରେ ରହିଥିଲା। ଅନେକ ପୋଲିସ ଅଧିକାରୀ ଓ କିଛି ପ୍ରଶାସନିକ ଅଧିକାରୀ ଏହି ଷ୍ଟ୍ରଙ୍ଗରୁମ ସୁରକ୍ଷାରେ ଥିଲେ।

Advertisement
OTET exam 2022 : ଷ୍ଟ୍ରଙ୍ଗରୁମରେ ବି ଅସୁରକ୍ଷିତ ପ୍ରଶ୍ନପତ୍ର, ପରୀକ୍ଷା ପୂର୍ବରୁ ଭାଇରାଲ ହେଲା ଉତ୍ତର!
Stop
Zee Odisha Desk|Updated: Aug 29, 2022, 01:45 PM IST

OTET question paper leak, ମାଲାକାନଗିରି: ସୋମବାର ରାଜ୍ୟବ୍ୟାପୀ OTET ପରୀକ୍ଷା ଆୟୋଜିତ ହୋଇଛି। ଶହ ଶହ ଶିକ୍ଷକ ଏହି ପରୀକ୍ଷା ଦେଉଛନ୍ତି। ଦୁଇଟି ସିଟିଂରେ ପରୀକ୍ଷା ଆୟୋଜିତ ହୋଇଛି। ସକାଳେ ପ୍ରଥମ ଓ ଅପରାହ୍ନରେ ଦ୍ୱିତୀୟ ସିଟିଂ ପରୀକ୍ଷା ପାଇଁ ସିଡ୍ୟୁଲ ହୋଇଥିଲା। ତେବେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିଥିଲା। ଏହି ସିଟିଙ୍ଗର ଉତ୍ତର ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହି ଅଭିଯୋଗକୁ ବିଭାଗୀୟ ଅଧିକାରୀ ଖଣ୍ତନ କରିଛନ୍ତି। 

ସୂଚନା ମୁତାବକ, ଅଗଷ୍ଟ ୨୭ ତାରିଖରେ OTET ପରୀକ୍ଷାର ପ୍ରଶ୍ନପତ୍ର ମାଲକାନଗିରି ପହଞ୍ଚିଥିଲା। ପ୍ରଶ୍ନପତ୍ରକୁ କଡା ସୁରକ୍ଷା ମଧରେ ମାଲକାନଗିରି ବାଳିକା ଉଚ୍ଚବିଦ୍ୟାଳୟର ଷ୍ଟ୍ରଙ୍ଗରୁମରେ ରହିଥିଲା। ଅନେକ ପୋଲିସ ଅଧିକାରୀ ଓ କିଛି ପ୍ରଶାସନିକ ଅଧିକାରୀ ଏହି ଷ୍ଟ୍ରଙ୍ଗରୁମ ସୁରକ୍ଷାରେ ଥିଲେ। ସୋମବାର ସକାଳ ସାଢେ ଛଅଟାରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମକୁ ଖୋଲାଯାଇ ଜିଲ୍ଲାରେ ଥିବା ତିନୋଟି ସେଣ୍ଟରକୁ ପ୍ରଶ୍ନପତ୍ର ପଠାଯାଇଥିଲା। କିନ୍ତୁ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏହି ପରୀକ୍ଷାର ଉତ୍ତର ମୋବାଇଲଠୁ ମୋବାଇଲ ଘୁରି ବୁଲୁଥିବା ଅଭିଯୋଗ ଆସିଥିଲା। 

Also Read: Kalia Yojana: ଏହି ଦିନ ମିଳିବ 'କାଳିଆ' ସହାୟତା, ୪୧ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ୮୦୦ କୋଟି ଟଙ୍କା

ତେବେ କଡା ସୁରକ୍ଷା ମଧ୍ୟରେ ଏହି ପ୍ରଶ୍ନ ଥିଲେ ମଧ୍ୟ ଏହାର ଉତ୍ତର କିପରି ବାହାରକୁ ଆସିଲା ସେ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି। ଏହା ସହ ଯେଉଁ ପରୀକ୍ଷାର୍ଥୀମାନେ କଷ୍ଟ କରି ପରୀକ୍ଷା ଦେଇଛନ୍ତି ସେମାନଙ୍କ ପାଇଁ ଚିନ୍ତା ବଢିଯାଇଛି। ଏପରି ପ୍ରଶ୍ନପତ୍ର ପାଇବା ପାଇଁ OTET ପରୀକ୍ଷାର୍ଥୀମାନେ ୫୦୦୦ ଟଙ୍କା ଦେଇଥିବା ଚର୍ଚ୍ଚା ହେଉଛି। ସଂକ୍ଷିପ୍ତ ପ୍ରଶ୍ନ ସୂଚକ ୩ଟି ସେଟର ଉତ୍ତର ସିଟ୍‌ ଭାଇରାଲ ହେଉଥିବା କୁହାଯାଉଛି। ତେବେ ସେହି ଉତ୍ତର ସିଟ୍‌, ଚାଲିଥିବା ପରୀକ୍ଷାର କି ନୁହେଁ ତାହା ଜଣାପଡ଼ିନାହିଁ। 

 

ସେପଟେ, ଓଟିଇଟି ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀ ମାନସ ଜେନା ଖଣ୍ଡନ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଏହି ସମ୍ବନ୍ଧରେ କିଛି ଜାଣିନାହାନ୍ତି ଓ ଭାଇରାଲ ହେଉଥିବା ଉତ୍ତର ସିଟର ବାସ୍ତବତାକୁ ନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ଥର ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି ଆଉ ଆଶାୟୀ ପୁନଃ ପରୀକ୍ଷା ଦେଇଛନ୍ତି। ଯଦି ଓଟିଇଟି ଉତ୍ତରପତ୍ର ଭାଇରାଲ୍ ଖବର ସତ ହୋଇଥାଏ ତେବେ ପୁନଃ ପରୀକ୍ଷା କରାଯିବାର ସମ୍ଭାବନା ରହିଛି। 

 

 

 

 

Read More
{}{}