Hindi News >>Home >>Odisha State

Odisha News: ମାଟ୍ରିକ ପରୀକ୍ଷା ପରେ ଉତ୍ତରଖାତା ଘରକୁ ନେଇଯାଇଥିଲେ ଛାତ୍ରୀ, ୨୧ ଦିନ ପରେ ମିଳିଲା ଖାତା

Odisha News: ବାଲେଶ୍ୱର ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ମାଟ୍ରିକ ପରୀକ୍ଷା ଉତ୍ତର ଖାତା ଇନଭିଜିଲେଟରଙ୍କ ନିକଟରେ ଦାଖଲ କରିବା ପରିବର୍ତ୍ତେ ଘରକୁ ନେଇଯାଇଥିବା ଘଟଣା ସାମ୍ନାକୁ ଆସିଛି । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 19, 2023, 01:23 PM IST

Odisha News: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା (Matric Exam) ଖାତା ଦେଖା ଇତି ମଧ୍ଯରେ ଶେଷ ହୋଇଛି । ତେବେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ଏବେ ଫଳାଫଳ ଅପେକ୍ଷାରେ ରହିଛନ୍ତି । ତେବେ ନିକଟରେ ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆର୍ଶ୍ଚଯ୍ୟ ହେବେ । ବାଲେଶ୍ୱର (Balasore) ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ମାଟ୍ରିକ ପରୀକ୍ଷା ଉତ୍ତର ଖାତା ଇନଭିଜିଲେଟରଙ୍କ ନିକଟରେ ଦାଖଲ କରିବା ପରିବର୍ତ୍ତେ ଘରକୁ ନେଇଯାଇଥିବା ଘଟଣା ସାମ୍ନାକୁ ଆସିଛି । ପରୀକ୍ଷା ହେବାର ୨୧ ଦିନ ପରେ ତାଙ୍କଠାରୁ ଏହି ଉତ୍ତର ଖାତା (Answer sheet) ଉଦ୍ଧାର କରାଯାଇଛି। ମାର୍ଚ୍ଚ ୨୦ ତାରିଖରେ ଘଟିଥିବା ଏହି ଘଟଣା ଏବେ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ, ଜିଲ୍ଲାର ସିମୁଳିଆ ବ୍ଲକ ଅନ୍ତର୍ଗତ ଜାମୁଝାଡି଼ ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଣିତ ପରୀକ୍ଷା (Math exam) ଦେଇଥିଲେ ଛାତ୍ରୀ। କିନ୍ତୁ ସେ ପରୀକ୍ଷା ସରିବା ପରେ ପରୀକ୍ଷା କେନ୍ଦ୍ରରେ ଉତ୍ତର ଖାତା ନ ଦେଇ ନିଜ ସାଙ୍ଗରେ ନେଇ ଯାଇଥିଲେ। ପରୀକ୍ଷା କେନ୍ଦ୍ରର ସମସ୍ତ ଉତ୍ତର ଖାତାକୁ କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଥିବା ଏକ ମୂଲ୍ୟାୟନ କେନ୍ଦ୍ରକୁ ପଠାଯାଇଥିବା ବେଳେ ନିର୍ଦ୍ଦିଷ୍ଟ ଖାତା ନଥିବା ଜଣାପଡ଼ିଛି। ଉତ୍ତର ଖାତା ନଥିବା ବେଳେ ତାଲିକାରେ ପରୀକ୍ଷାର୍ଥୀଙ୍କ ଦସ୍ତଖତ ଦେଖି ସମ୍ପୃକ୍ତ ମୂଲ୍ୟାୟନକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ଏହି ଘଟଣା ବିଷୟରେ ଜାଣିବା ପରେ ଛାତ୍ରୀଙ୍କ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହ ଯୋଗାଯୋଗ କରିଥିଲେ। ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ପରୀକ୍ଷା ସରିବାର ପ୍ରାୟ ୨୧ ଦିନ ପରେ ଖାତା ମୂଲ୍ୟାୟନ କେନ୍ଦ୍ରକୁ ପଠାଯାଇଥିଲା। ଏ ସମ୍ପର୍କରେ ସିମୁଳିଆ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ପ୍ରକାଶ ଥାଉ କି, ଗତ ଏପ୍ରିଲ ୧୭ ତାରିଖ ଦିନ ମାଟ୍ରିକ ଖାତା (matric exam) ଦେଖା ଶେଷ ହୋଇଛି । ମେ ମାସ ତୃତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ନେଇ ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ତ୍ରୁଟିଶୂନ୍ୟ ମୂଲ୍ୟାୟନ ଲାଗି ବୋର୍ଡ଼ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ଏଥର ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ରାଜ୍ୟରେ ୫୫ଟି କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । ମାଟ୍ରିକ ଖାତା ଦେଖାରେ ୧୩ ହଜାରରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଥିଲା । ଏଥି ସହିତ ଯେଉଁ ସେଟ ପ୍ରଶ୍ନ ପତ୍ରରେ ତ୍ରୁଟି ଦେଖା ଦେଇଥିଲେ ସେହି ଛାତ୍ରଛାତ୍ରୀଙ୍କୁ ବୋର୍ଡ଼ର ନିୟମ ଅନୁଯାୟୀ ମାର୍କ ପ୍ରଦାନ କରାଯିବ ।

ଚଳିତ ମାସ ୧୦ ତାରିଖରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିଲା ।  ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃ ଭାଷାରେ ପରୀକ୍ଷା ଦେଇଥିଲେ । ରାଜ୍ୟର ମୋଟ ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଥିଲା । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରିକ୍ଷାର୍ଥୀ ଫର୍ମ ଫିଲପ କରିଥିଲେ । ଏଥି ମଧ୍ୟରୁ ୫ ଲକ୍ଷ ୩୨ ହଜାର ୬୦୩ ଜଣ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏଥିପାଇଁ ବୋର୍ଡ଼ ପକ୍ଷରୁ ୩୧୬ଟି ନୋଡ଼ାଲ ସେଣ୍ଟର କରାଯାଇଥିବା ବେଳେ ମାଓ ଅଧ୍ୟୁସିତ ଅଞ୍ଚଳରେ ୨୨ ଥାନାରେ ନେଡ଼ାଲ ସେଣ୍ଟର( Nodal Center) କରାଯାଇଥିଲା ।

Also Read-ACF SoumyaRanjan Death Case: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟଙ୍କ ମୃତ୍ୟୁ ଘଟଣାକୁ କୋର୍ଟର ନୋଟିସ, ଗିରଫ ହେବେ କି ବିଦ୍ୟାଭାରତୀ ?

 

 

Read More
{}{}