Hindi News >>Home >>Odisha State

Odisha Weather Update: ପାଣିପାଗ ବିଭାଗର ପୂର୍ବାନୁମାନ, କହୁଡି ବଳୟରେ ୩ ଦିନ ରହିବ ରାଜ୍ୟ

Odisha Weather Alert: ଆଗାମୀ ୫ ଦିନ ମଧ୍ୟରେ ଉପରୋକ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ବୋଲି ଆଇଏମଡ଼ି ଏହାର ବୁଲେଟିନ୍ ଜରିଆରେ ପୂର୍ବାନୁମାନ କରିଛି।  

Advertisement
Odisha Weather Update: ପାଣିପାଗ ବିଭାଗର ପୂର୍ବାନୁମାନ, କହୁଡି ବଳୟରେ ୩ ଦିନ ରହିବ ରାଜ୍ୟ
Stop
Zee Odisha Desk|Updated: Jan 19, 2023, 09:17 PM IST

IMD Forecast on Odisha Weather: ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଗୁରୁବାର ଠାରୁ ୩ ଦିନ ଧରି ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଜାନୁଆରୀ ୧୯ ତାରିଖ ଗୁରୁବାର ଠାରୁ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ଅନୁଗୋଳ, ଢେଙ୍କାନାଳ ଏବଂ କଟକ ଜିଲ୍ଲାରେ ଘନ କହୁଡ଼ି ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ୧୯ ଜାନୁଆରୀରୁ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଏବଂ କଟକ ଜିଲ୍ଲାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ଏହାର ବୁଲେଟିନ୍ ଜରିଆରେ କହିଛି।

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ୨୦ ଜାନୁଆରୀରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡା ଏବଂ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ସେହିପରି ୨୦ ଜାନୁଆରୀରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି଼ ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି।

ଆସନ୍ତା ୨୧ ଜାନୁଆରୀରେ ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ଜଗତସିଂହପୁର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା ଜିଲ୍ଲାରେ ଦିନ ସମୟରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି଼ ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ଆଗାମୀ ୫ ଦିନ ମଧ୍ୟରେ ଉପରୋକ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ବୋଲି ଆଇଏମଡ଼ି ଏହାର ବୁଲେଟିନ୍ ଜରିଆରେ ପୂର୍ବାନୁମାନ କରିଛି।

 

 

Read More
{}{}