Hindi News >>Home >>Odisha State

Millet: ମାଣ୍ଡିଆ ଚାଷ ପ୍ରତି ବଢୁଛି ଚାଷୀଙ୍କ ଆଗ୍ରହ

Millet Farming: ଓଡିଶା ମିଲଟ ମିଶନ ସହାୟତାରେ ମାଣ୍ଡିଆ ଜାତୀୟ ଫସଲକୁ ପ୍ରୋତ୍ସାହନ ଦିଆଯିବା ସହ ଏକର ପିଛା ୨ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଉଛି। ଜୈବିକ ପଦ୍ଧତି ଏହି ଚାଷ କରାଯାଉଥିବା ହେତୁ ଜମିର ଉର୍ବରତା ବୃଦ୍ଧି ପାଇବା ସହ ଫସଲ ମଧ୍ୟ ବୃଦ୍ଦି ପାଉଛି। 

Advertisement
Millet:  ମାଣ୍ଡିଆ ଚାଷ ପ୍ରତି ବଢୁଛି ଚାଷୀଙ୍କ ଆଗ୍ରହ
Stop
PREMANANDA PUJARI|Updated: Nov 10, 2022, 11:43 PM IST

Millet Farming: ପ୍ରତିବର୍ଷ ଆଜିର ଦିନରେ ଅର୍ଥାତ ନଭେମ୍ୱର ୧୦ ତାରିଖରେ ଓଡ଼ିଶାରେ ପାଳନ କରାଯାଇଥାଏ ମାଣ୍ଡିଆ ଦିବସ। ମାଣ୍ଡିଆ ଜାତୀୟ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ମାର୍ଗଶିର ମାସ ପ୍ରଥମ ଗୁରବାରରେ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଦିନ ଥିଲା ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଆଦିବାସୀଙ୍କ ପାରମ୍ପାରିକ ମାଣ୍ଡିଆ ଜାତୀୟ ଫସଲ ଲୋପପାଇବାକୁ ବସିଥିଲା। ହେଲେ ଏବେ ପୁଣି ଥରେ ମାଣ୍ଡିଆ ଫସଲ ଏକର ଏକର ଜମିରେ ଲହଡି ଭାଙ୍ଗୁଛି। ଯାହା ଚାଷୀଙ୍କ ମୁହଁରେ ହସ ଫୁଟାଇପାରିଛି। 

ଆଦିବାସୀ ଅଧ୍ୟୁଷିତ ପାହାଡ ପର୍ବତ ଘେରା ଗଜପତି ଜିଲ୍ଲାରେ ପାରମ୍ପାରିକ ଶସ୍ୟ ଭାବେ ମୁଖ୍ୟତଃ ମାଣ୍ଡିଆ, ଜନା, ସୁଆଁ, ବାଜରା, ଆଦି କ୍ଷୁଦ୍ର ଶସ୍ୟ ଜାତୀୟ ଫସଲ ଚାଷ କରିଆସୁଥିଲେ। ହେଲେ ଅର୍ଥକାରୀ ଫସଲ ଭାବେ ମକା ଫସଲକୁ କିଛି ବର୍ଷ ଆପଣାଇବା ପରେ ଧିରେ ଧିରେ ଲୋପପାଇବାକୁ ବସିଥିଲା ମାଣ୍ଡିଆ ଜାତୀୟ କ୍ଷୁଦ୍ର ଶସ୍ୟ ଫସଲ। ମକା ଫସଲରେ ରସାୟନିକ ସାର ପ୍ରୟୋଗ କରିବା ଦ୍ବାରା ଜମିର ଉର୍ବର ନଷ୍ଟ ହେବା ସହ ଆମଦାନୀ ମଧ୍ୟ ହ୍ରାସ ହେବାରେ ଲାଗିଥିଲା। 

ହେଲେ ଓଡିଶା ମିଲଟ ମିଶନ ସହାୟତାରେ ମାଣ୍ଡିଆ ଜାତୀୟ ଫସଲକୁ ପ୍ରୋତ୍ସାହନ ଦିଆଯିବା ସହ ଏକର ପିଛା ୨ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଉଛି। ଜୈବିକ ପଦ୍ଧତି ଏହି ଚାଷ କରାଯାଉଥିବା ହେତୁ ଜମିର ଉର୍ବରତା ବୃଦ୍ଧି ପାଇବା ସହ ଫସଲ ମଧ୍ୟ ବୃଦ୍ଦି ପାଉଛି। ଯାହାଫଳରେ ଏବେ ଏକର ଏକର ଜମିରେ ଲହଡି ଭାଙ୍ଗୁଛି ମାଣ୍ଡିଆ ଫସଲ। ମାଣ୍ଡିଆ ଚାଷ କରି ଅଧିକ ଲାଭବାନ ହେବା ସହ ବେଶ ଖୁସିଥିବା କହିଛନ୍ତି ମୋହନା ଅଞ୍ଚଳର ଚାଷୀ।

ମାଣ୍ଡିଆ ଶସ୍ୟ ସ୍ବାସ୍ଥ୍ୟପାଇଁ ବେଶ ହିତକର ବୋଲି ସ୍ୱାସ୍ଥ୍ୟ ବିଭାଗ କହୁଛି। ପୁଷ୍ଟିସାର ଭରପୁର ଥିବା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ସହ ଅଙ୍ଗନୱାଡି କେନ୍ଦ୍ରର ପିଲାଙ୍କ ପାଇଁ ଛତୁଆ ପ୍ରସ୍ତୁତ ହେଉଛି। ଏହାକୁ ବିଦ୍ୟାଳୟର ପିଲାଙ୍କୁ ଦେବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। ଜୈବିକ ପଦ୍ଧତିରେ ମାଣ୍ଡିଆ ଚାଷକୁ ଅଧିକ ବୃଦ୍ଧି କରିବା ପାଇଁ ସରକାର ମିଲଟ ମିଶନ ଜରିଆରେ ଚାଷୀଙ୍କୁ ଧାଡି ପ୍ରଣାଳୀରେ ଚାଷ କରିବାର ତାଲିମ ଯୋଗାଇଦେବା ସହ ବିଭିନ୍ନ ପଞ୍ଚାୟତରେ ମଣ୍ଡି ଖୋଲିଛନ୍ତି। ଯାହା ଫଳରେ ଚାଷୀ ନିଜର ଉତ୍ପାଦିତ ଫସଲକୁ ସିଧାସଳଖ ମଣ୍ଡିରେ ବିକ୍ରି କରିପାରୁଥିବା ବେଳେ ଟିଡିସିଏସ ଖାତାକୁ ଟଙ୍କା ପଠାଉଥିବା ସଂସ୍ଥା କର୍ମଚାରୀ ପ୍ରକାଶ କରିଛନ୍ତି। ଶରୀର ପାଇଁ ଅଧିକ ପୃଷ୍ଟିକର ଖାଦ୍ୟ ଭାବେ ମାଣ୍ଡିଆ ଶସ୍ୟକୁ ବ୍ୟବହାର ପାଇଁ ଡାକ୍ତରଙ୍କ ପରାମର୍ଶ ଦେଉଛନ୍ତି। ଉଚିତ ଦରଦାମ ସହ ମଣ୍ଡିର ବ୍ୟବସ୍ଥା ଯୋଗୁଁ ଏହି ଚାଷରୁ ମୁହଁ ଫେରାଉଥି୍ବା ଚାଷି ଏବେ ମାଣ୍ଡିଆ ଫସଲ ପ୍ରତି ଆଗ୍ରହ ଦେଖାଇଛନ୍ତି ।

Read More
{}{}