Hindi News >>Home >>Odisha State

BJP: ୨୦୨୪ ପାଇଁ ବିଜେପିର ଫୋକସ ଓଡି଼ଶା, "ଗୋଲକ ମହାପାତ୍ର"

BJP: ୨୫ ବର୍ଷର ନବୀନ ସରକାରକୁ ଶାସନ ଗାଦିରୁ ହଟାଇବା ନେଇ ପ୍ରମୁଖ ବିରୋଧୀ ଦଳ ବିଜେପି ରଣନୀତି ଆରମ୍ଭ କରିଛି । ତେବେ ଏବେ ତୃଣମୂଳସ୍ତରକୁ ଫୋକସକୁ ନେଇଛି ଦଳ। ଆଗାମୀ ନିର୍ବାଚନରେ ଦଳକୁ ସୁଦୃଢ କରିବା ଲାଗି ତୃଣମୂଳସ୍ତରରେ ପ୍ରାୟ ସମସ୍ତ ୩୬ ହଜାର ବୁଥକୁ ସୃଦୃଢ କରିବା ନେଇ ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ସାଙ୍ଗଠନିକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Feb 26, 2023, 12:58 PM IST

BJP: ଆସୁଛି ୨୦୨୪ ନିର୍ବାଚନ । ସରକାର ଗଠନ ନେଇ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ । ୨୫ ବର୍ଷର ନବୀନ ସରକାରକୁ ଶାସନ ଗାଦିରୁ ହଟାଇବା ନେଇ ପ୍ରମୁଖ ବିରୋଧୀ ଦଳ ବିଜେପି ରଣନୀତି ଆରମ୍ଭ କରିଛି । ତେବେ ଏବେ ତୃଣମୂଳସ୍ତରକୁ ଫୋକସକୁ ନେଇଛି ବିଜେପି । ଆଗାମୀ ନିର୍ବାଚନରେ ଦଳକୁ ସୁଦୃଢ କରିବା ଲାଗି ତୃଣମୂଳସ୍ତରରେ ପ୍ରାୟ ସମସ୍ତ ୩୬ ହଜାର ବୁଥକୁ ସୃଦୃଢ କରିବା ନେଇ ରାଜ୍ୟ ବିଜେପିର ଏକ ଉଚ୍ଚ ସ୍ତରୀୟ ସାଙ୍ଗଠନିକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି ।

ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ଓଡ଼ିଶା ବିଜେପି ପାଇଁ ଏକ ଫୋକସ୍ ରାଜ୍ୟ ଅଟେ। ତୃଣମୂଳ ସ୍ତରରେ ବୁଥକୁ ମଜଭୁତ କରିବା ସହ ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ବିପୁଳ ଭାବରେ ସାଙ୍ଗଠନିକ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି , ତେବେ ଏନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ କରି ସାରିଛି ଦଳ। କେନ୍ଦ୍ର ସରକାର ଆରମ୍ଭ କରିଥିବା କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ରାଜ୍ୟ ସରକାର ଏହି ସବୁ ଯୋଜନାକୁ କେତେଦୂର କାର୍ଯ୍ୟକାରୀ କରିଛନ୍ତି ସେ ନେଇ ଦୃଷ୍ଟି ଦେବାକୁ ପ୍ରତ୍ୟେକ ଦଳୀୟ ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ଏହା ବ୍ୟତୀତ ଲୋକାଭିମୁଖୀ କେନ୍ଦ୍ରୀୟ ବଜେଟକୁ ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ମଧ୍ଯ ଏହି ବୈଠକରେ ଆଲୋଚନା କରାଯାଇଥିଲା । ତେବେ ନେତାମାନଙ୍କୁ ଯେଉଁ ସବୁ ଦାୟିତ୍ବ ଦିଆଯାଇଛି ତାହା ସଠିକ୍ ଭାବରେ ତୁଲାଇବା ନେଇ କୁହାଯାଇଛି। ରାଜ୍ୟ ବିଜେପିର ପୂର୍ବତନ ସଭାପତି ମନମୋହନ ସାମଲ ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବୁଥକୁ ମଜଭୁତ କରିବା ପାଇଁ ଦଳର ନାରା ନୂଆ ନୁହେଁ, ଏହି ବୈଠକରେ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଛି । ନିର୍ବାଚନ ପୂର୍ବରୁ ଆବଶ୍ୟକତା ଅନୁଯାୟୀ ବୁଥ କମିଟି ପୁନଃଗଠନ କରାଯିବ । ଏହାସହ ମଣ୍ତଳ ଓ ପଞ୍ଚାୟତ ସ୍ତରରେ ସଙ୍ଗଠନକୁ ମଧ୍ଯ ସୁଦୃଢ କରିବା ନେଇ ପଦକ୍ଷେପ ନିଆଯିବା ନେଇ ଶ୍ରୀ ସାମଲ କହିଛନ୍ତି ।

ଆମ ରାଜ୍ୟରେ ଶାସକ ଦଳ ବିଜେଡିର ନଜର ସର୍ବଦା ଗ୍ରାମାଞ୍ଚଳ ଗୁଡିକରେ ରହିଥାଏ। ତୃଣମୂଳ ସ୍ତରରୁ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ରଣନୀତି କରିଥାଆନ୍ତି। ଏଥିଯୋଗୁଁ ଓଡିଶାରେ ବିଜେଡିର ଭିତ୍ତି ପ୍ରସ୍ତର ଏପର୍ଯ୍ୟନ୍ତ ସୁଦୃଢ ହୋଇ ରହିଛି। ତେଣୁ ଆଗାମୀ ନିର୍ବାଚନରେ ବିଜେପି ମଧ୍ୟ ଏହି କୌଶଳ ଆରମ୍ଭ କରିବା ନେଇ ଚର୍ଚ୍ଚା ଜୋର ଧରିଛି।

 

 

 

Read More
{}{}