Hindi News >>Home >>Odisha State

Nabakishore Das Death: ନବଦାସଙ୍କ ହତ୍ୟାକାଣ୍ଡ: ଫେଲ ମାରିଛି କି ଗୁଇନ୍ଦା ବିଭାଗ !

Nabakisore Das: ଜଣେ ପୋଲିସ କର୍ମଚାରୀର ଗୁଳିରେ ମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କ ମୃତ୍ୟୁକୁ ନେଇ ବେଶ ତୁମ୍ଭିତୋଫାନ ଜାରି ରହିଛି। ତେବେ ଏହି ଘଟଣା ବର୍ତ୍ତମାନ ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି। 

Advertisement
Nabakishore Das Death: ନବଦାସଙ୍କ ହତ୍ୟାକାଣ୍ଡ: ଫେଲ ମାରିଛି କି ଗୁଇନ୍ଦା ବିଭାଗ !
Stop
Zee Odisha Desk|Updated: Jan 30, 2023, 09:25 AM IST

ଭୁବନେଶ୍ୱର: ରାଜ୍ୟର ଜଣେ ହେବିଓ୍ୱେଟ ନେତା ନବ କିଶୋର ଦାସଙ୍କୁ (Naba Kishore Das) ହତ୍ୟା କରାଯାଇଛି। ଦିନ ଦ୍ୱିପ୍ରହରରେ ଜଣେ ତୁଙ୍ଗ ନେତାଙ୍କୁ (Top Leader) ଗୁଳି କରି ହତ୍ୟା କରିବା ଘଟଣା ସମଗ୍ର ରାଜ୍ୟରେ ଆଇନଶୃଙ୍ଖଳା (Law & Order Situation) ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛି। ଜଣେ ପୋଲିସ କର୍ମଚାରୀ (Police Employee) ଗୁଳି କରି ନବ ଦାସଙ୍କୁ (Naba kishore Das Killed) ହତ୍ୟା କରିଛି। ମନ୍ତ୍ରୀଙ୍କ ଛାତିରେ ସିଧା ଗୁଳି ବାଜିଥିଲା। ପୁରା କ୍ଲୋଜ ରେଞ୍ଜରୁ ଗୁଳି କରିଥିଲା ଅଭିଯୁକ୍ତ। ମନ୍ତ୍ରୀ ନିଜ ଗାଡ଼ିରୁ ଓହ୍ଲାଉଥିବା ବେଳେ ଏଏସଆଇ ଗୋପାଳକୃଷ୍ଣ ଦାସ (Gopal Krushna Das) ତାଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଗୁଳି ମାଡ଼ରେ ଆହତ ହୋଇ ଗୁରୁତର ଥିବା ମନ୍ତ୍ରୀ ନବଦାସଙ୍କ (Naba kishore Das) ସନ୍ଧ୍ୟାରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି। ତେବେ ଜଣେ ହାଇ ପ୍ରୋଫାଇଲ ମନ୍ତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରାଯାଉଥିବା ବେଳେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଅଙ୍ଗୁଳି ଉଠିଛି। ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଯାଉଛି ଆଉ ରାଜ୍ୟ ଗୁଇନ୍ଦା ବିଭାଗ ଜାଣିପାରୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। 

ସେପଟେ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜଣେ ପୋଲିସ ଅଧିକାରୀ। ଅଭିଯୁକ୍ତ ଗୋପାଳ ଦାସ ଜଣେ ପୋଲିସ କର୍ମୀ। କେଉଁଥିପାଇଁ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥାଇ ବି ମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଲେ ଏ ପୋଲିସ୍ ASI ? ମନ୍ତ୍ରୀଙ୍କୁ ସ୍ୱାଗତ ସମୟର ଏତେ ଭିଡ଼ ଭିତରେ ଏତେ ବଡ଼ ଦୁଃସାହସ କେମିତି ? ଗୋଟିଏ କି ଦୁଇଟି ନୁହେଁ ଲଗାତର ୪ ରାଉଣ୍ଡ ଗୁଳି। ବ୍ରଜରାଜନଗରର ଗାନ୍ଧିଛକରେ ମନ୍ତ୍ରୀ ପହଞ୍ଚିବା ମାତ୍ରେ ହିଁ ତାଙ୍କ ଗାଡ଼ି ନିକଟକୁ ମାଡ଼ ଯାଇଥିଲା ଅଭିଯୁକ୍ତ ଗୋପାଳ ଦାସ। ତେବେ ଗୋପାଳ ଦାସ ଏଭଳି କାଣ୍ଡ କାହିଁକି ଭିଆଇଲେ ତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଗୋପାଳଙ୍କ ଏଭଳି ଚରମ ନିଷ୍ପତ୍ତିକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ମନ୍ତ୍ରୀଙ୍କ ସହିତ ତାଙ୍କର କିଛି ପୁରୁଣା ଶତ୍ରୁତା ରହିଥିଲା କି ? ଏହି ଘଟଣା ଭିଆଇବା ପଛରେ ଏକା ଗୋପାଳଙ୍କ ସମ୍ପୃକ୍ତି ନା ଆଉ କାହାର ସମ୍ପୃକ୍ତି ରହିଛି ? ଏଭଳି ଅନେକ ପ୍ରଶ୍ନ ଛିଡ଼ା ହୋଇଛି। 

ଗୋପାଳଙ୍କ ଘର ହେଉଛି ବ୍ରହ୍ମପୁର। ବ୍ରହ୍ମପୁରରୁ ସେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ଏଏସ୍‌ଆଇକୁ ପ୍ରମୋସନ୍ ପାଇ ଗତ ୧୨-୧୩ ବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟ କରୁଥିଲେ । ଆଉ ଏବେ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ଏଏସ୍‌ଆଇ ଥିବା ଗୋପାଳ ସେଇ ଫାଣ୍ଡିଠୁ ମାତ୍ର ୪୦୦ ମିଟର ଦୂରରେ ଭିଆଇଛନ୍ତି ଏମିତି ଜଘନ୍ୟ କାଣ୍ଡ। ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ବି କହିଛନ୍ତି ଏଇ ଗାନ୍ଧିଛକରେ ମାସକ ତଳେ ହୋଇଥିବା ମନ୍ତ୍ରୀ ନବଙ୍କ ଏକ କାର୍ଯ୍ୟକ୍ରମରେ ସେ ଅଭିଯୁକ୍ତ ଗୋପାଳକୃଷ୍ଣକୁ ଡ୍ୟୁଟି କରିଥିବା ଦେଖିଛନ୍ତି ।

ଏତେ ପୋଲିସ ସୁରକ୍ଷା ବଳୟ ଭିତରେ କିଭଳି ଏତେବଡ଼ କାଣ୍ଡ କରିବାକୁ ସମର୍ଥ ହେଲେ ଗୋପାଳକୃଷ୍ଣ। କେମିତି ତାଙ୍କର ଏଭଳି କାର୍ଯ୍ୟକଳାପ ସଂପର୍କରେ ବିନ୍ଦୁ ବିସର୍ଗ ଜାଣି ପାରିଲାନି ଗୁଇନ୍ଦା ବିଭାଗ, ତାହା ଉପରେ ବର୍ତ୍ତମାନ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି। ରାଜ୍ୟର ଜଣେ ଟାଣୁଆ ମନ୍ତ୍ରୀଙ୍କୁ ତାଙ୍କ ନିଜ ଜିଲ୍ଲାରେ, ପୁଣି ଜଣେ ପୋଲିସ ଅଧିକାରୀଙ୍କ ଗୁଳିମା଼ଡ଼ ଘଟଣା ପରେ ରାଜ୍ୟର ଆଇନ୍‌ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।

Read More
{}{}