Hindi News >>Home >>Odisha State

Naba Kishore Das Death: ନବ ଦାସଙ୍କ ସମ୍ମାନରେ ରାଜ୍ୟ ସରକାର ନେଲେ ଏହି ବଡ଼ ନିଷ୍ପତ୍ତି

Naba Kishore Das Death: ସ୍ୱର୍ଗତ ନବ କିଶୋର ଦାସ (Naba Kishore Das) ଙ୍କ ସମ୍ମାନରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଠାରେ କହି ରଖୁଖୁଛୁ ଯେ ମନ୍ତ୍ରୀ ନବ କିଶୋର ଦାସଙ୍କୁ ରବିବାର ଦିନ ପ୍ରାୟ ୧ଟାରେ ବ୍ରଜରାଜନଗରରେ ଓଡିଶା ପୋଲିସର ଏଏସଆଇ ଗୋପାଳ ଦାସ ଗୁଳି ମାରିଥିଲା । ଅଭିଯୁକ୍ତ ପୋଲିସ ଅଧିକାରୀ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଛି ।

Advertisement
Naba Kishore Das Death: ନବ ଦାସଙ୍କ ସମ୍ମାନରେ ରାଜ୍ୟ ସରକାର ନେଲେ ଏହି ବଡ଼ ନିଷ୍ପତ୍ତି
Stop
Tamal Bakchi|Updated: Jan 30, 2023, 10:05 AM IST

Odisha Health Minister Naba Kishore Das Death: ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ଙ୍କ ଗୁଳିରେ ପ୍ରାଣ ହରାଇଥିବା ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ (Odisha Health Minister) ନବ କିଶୋର ଦାସ (Naba Kishore Das) ଙ୍କୁ ରାଜକୀୟ ସମ୍ମାନ ପ୍ରଦାନ କରାଯିବ । ରାଜ୍ୟର ସରକାର (Odisha Govt) ଙ୍କ ତରଫରୁ କୁହାଯାଇଛି ଯେ, ଜାନୁୟାରୀ ୨୯ରୁ ୩୧ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହେବ ନାହିଁ । ସ୍ୱର୍ଗତ ନବ କିଶୋର ଦାସ (Naba Kishore Das) ଙ୍କ ସମ୍ମାନରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହାସହ ୨ ଦିନ ପର୍ଯ୍ୟନ୍ତ ଜାତୀୟ ପତାକା  ଅର୍ଦ୍ଧନମିତ ହେବ ।

ଏଠାରେ କହି ରଖୁଖୁଛୁ ଯେ ମନ୍ତ୍ରୀ ନବ କିଶୋର ଦାସଙ୍କୁ ରବିବାର ଦିନ ପ୍ରାୟ ୧ଟାରେ ବ୍ରଜରାଜନଗରରେ ଓଡିଶା ପୋଲିସର ଏଏସଆଇ ଗୋପାଳ ଦାସ ଗୁଳି ମାରିଥିଲା । ଅଭିଯୁକ୍ତ ପୋଲିସ ଅଧିକାରୀ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଛି । ଝାରସୁଗୁଡାରୁ ଭୁବନେଶ୍ୱରକୁ ନିଆଯିବା ପରେ ଆପୋଲୋ ହସ୍ପିଟାଲରେ ଡାକ୍ତରଙ୍କ ଏକ ଟିମ୍ ଅପରେସନ କରିଥିଲେ ମଧ୍ୟ ନବ କିଶୋର ଦାସ (Naba Kishore Das) ଙ୍କ ଜୀବନ ବଞ୍ଚାଯାଇ ପାରି ନଥିଲା । ନବ କିଶୋର ଦାସଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଓଡିଶା ସରକାରରେ ଜଣେ ମନ୍ତ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁରେ ସେ ଦୁଃଖିତ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ଏହି ଦୁଃଖର ସମୟରେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପିଏମ ମୋଦି ।

ଅଧିକ ପଢ଼ନ୍ତୁ:-ପିଲାଦିନେ ବାପା ଚାଲିଗଲା, ସାପ କାମୁଡ଼ିବାରୁ ଭାଇଙ୍କର ମୃତ୍ୟୁ; ବର୍ତ୍ତମାନ ୧୮ ବର୍ଷ ବୟସରେ ଭାରତକୁ ଜିତାଇଲେ ବିଶ୍ୱକପ

ଅଧିକ ପଢ଼ନ୍ତୁ:-କୌଣସି ପ୍ରକାରେ ଜିତିଲା ଟିମ୍ ଇଣ୍ଡିଆ, ମ୍ୟାଚ୍ ପରେ ଏହି ବ୍ୟକ୍ତିଙ୍କ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା!

ଅଧିକ ପଢ଼ନ୍ତୁ:-ବର୍ତ୍ତମାନ ଆପଣଙ୍କ ବିଦ୍ୟୁତ ବିଲ୍ ବି ଆସିବ ଜିରୋ, ଜୀବନ ସାରା ମାଗଣାରେ ଜଳାନ୍ତୁ ଲାଇଟ୍, ସରକାର ଦେଲେ ସୂଚନା!

ଏଥି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କ ନିଧନ ପରେ ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, "ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ତଥା BJD ନେତା ନବ କିଶୋର ଦାସଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଶୋକରେ ମ୍ରିୟମାଣ । ତୃଣମୂଳସ୍ତର ନେତା ଭାବେ ତାଙ୍କ ପ୍ରତି ଲୋକଙ୍କ ଓ ଦଳମତ ନିର୍ବିଶେଷରେ ସମସ୍ତଙ୍କ ଭଲପାଇବା ଓ ସମ୍ମାନ ରହିଛି । ସମଗ୍ର ରାଜ୍ୟ ପାଇଁ ଏହା ଅପୂରଣୀୟ କ୍ଷତି । ସରକାର ଓ ଦଳରେ ତାଙ୍କ ଭୂମିକା ସର୍ବଦା ସ୍ମରଣୀୟ ରହିବ । ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗରେ ସେ ଅନେକ ଅଭିନବ କାର୍ଯ୍ୟ କରିଛନ୍ତି। ଏଥିସହ ଜଣେ ନେତା ଭାବେ ବିଜୁ ଜନତା ଦଳକୁ ଆହୁରି ମଜବୁତ କରିବାରେ ତାଙ୍କର ବିରାଟ ଯୋଗଦାନ ରହିଛି । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।" 

Read More
{}{}