Hindi News >>Home >>Odisha State

Mukta Programme: ମାଲକାନଗିରିରେ ମୁକ୍ତା ଯୋଜନା ବାଟବଣା, RTIରେ ତଥ୍ୟ ଦାବି କଲେ SHG ଗ୍ରୁପ ମହିଳା

ଗାଁ ଗାଁରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ SHG ସଂଘଠନ ଦ୍ୱାରା ମହିଳାମାନଙ୍କୁ ଗାଁରେ କୁକୁଡ଼ା ଚାଷ, ପନିପରିବା ଚାଷ ପାଇଁ ଟଙ୍କା ଖର୍ଚ୍ଚ ହେଉଛି।

Advertisement
Mukta Programme: ମାଲକାନଗିରିରେ ମୁକ୍ତା ଯୋଜନା ବାଟବଣା, RTIରେ ତଥ୍ୟ ଦାବି କଲେ SHG ଗ୍ରୁପ ମହିଳା
Stop
Zee Odisha Desk|Updated: Oct 26, 2022, 10:45 PM IST

Mukta Programme: ମାଲକାନଗିରି(ଚନ୍ଦ୍ରକାନ୍ତ ପଣ୍ଡା): ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ଗାଁ ଠୁ ଆରମ୍ଭ କରି ସହରର ପ୍ରତ୍ୟକ ମହିଳାଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗାଁ ଓ ସହରରେ SHG ସଂଘଠନ କରି ସେହି ସଂଗଠନକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେହି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଚେଷ୍ଟା କରାଯାଉଛି। ସେମାନଙ୍କ ପାଇଁ ଅନେକ ଯୋଜନା ମଧ୍ୟ କରାଯାଉଛି। ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ସରକାର। କିନ୍ତୁ ମାଲକାନଗିରି ସହରରେ ଥିବା ମହିଳାଙ୍କ ବିକାଶ ପାଇଁ ମୁକ୍ତା ଯୋଜନା ମାଧ୍ୟମରେ ଆସୁଥିବା ସୁବିଧାରୁ ବଞ୍ଚିତ ହେଉଛନ୍ତି ଏହି ଏସଏଚଜି ମହିଳା। ତେଣୁ ଏହି ଯୋଜନାର RTI ରିପୋର୍ଟ ମାଗିବା ପାଇଁ ପୌର ପରିଷଦ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଛନ୍ତି SHG ମହିଳା ।

ଗାଁ ଗାଁରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ SHG ସଂଘଠନ ଦ୍ୱାରା ମହିଳାମାନଙ୍କୁ ଗାଁରେ କୁକୁଡ଼ା ଚାଷ, ପନିପରିବା ଚାଷ ପାଇଁ ଟଙ୍କା ଖର୍ଚ୍ଚ ହେଉଛି। ଠିକ ସେହିଭଳି ସହର ଗୁଡିକରେ ମଧ୍ୟ SHG ସଂଘଠନ କରି ମୁକ୍ତା ଯୋଜନା ମାଧ୍ୟମରେ ଜିଲ୍ଲାରେ ପୋଖରୀ, ଜଳ ସଂରକ୍ଷଣ କାମ ଭଳି ଅନେକ କାମ ଏହି ମହିଳାଙ୍କୁ ଦିଆ ହେଉଛି। କିନ୍ତୁ କାମ ଗୁଡିକର ୱର୍କ ଅର୍ଡର ନ ପାଇବା ସହ ମହିଳାମାନେ ସଠିକ କାମ ପାଉ ନାହାଁନ୍ତି ଓ ଯେଉଁ କାମ ହେଉଛି ସେହି କାମର ପଇସା ମଧ୍ୟ ପାଉ ନଥିବା ମହିଳାମାନେ ଅଭିଯୋଗ କରିଛନ୍ତି। କିଛି କାମ ସରିଲେ ବିଲ କରିବା ସମୟରେ 20 ରୁ 30 ହଜାର ଟଙ୍କା ରଖି ପଇସା ଦିଆ ହେଉଥିବା ଅଭିଯୋଗ କରି ସମ୍ପୂର୍ଣ୍ଣ କାମର RTI ପାଇଁ ମହିଳାମାନେ ଦାବି କରିଛନ୍ତି।

ତେବେ ମାଲକାନଗିରି ଜିଲ୍ଲାରେ SHG ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆସୁଥିବା ପଇସା ସେମାନେ ପାଇ ପାରୁ ନାହାନ୍ତି । ତେବେ ଏ ସମ୍ବନ୍ଧରେ ମାଲକାନଗିରି ପୌର ପରିଷଦ ଅଧିକାରୀଙ୍କୁ ପଚାରିବାରୁ ସେ ନୂଆରେ ଆସିଛନ୍ତି ଏ ସମ୍ବନ୍ଧରେ ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି । ତେବେ କିଛି ସରକାରୀ ବାବୁଙ୍କ ଅବହେଳା ଯଗୁଁ ମାଲକାନଗିରି ଜିଲ୍ଲାରେ shg ମା ମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଯାହା ତଦନ୍ତ ସାପେକ୍ଷ।

ଅଧିକ ପଢନ୍ତୁ: Ram Rahim: ହନିପ୍ରୀତଙ୍କ ନାମକୁ 'ରୁହ ଦି'ରେ କାହିଁକି ବଦଳାଇଲେ ରାମ ରହୀମ, ନିଜେ ବୁଝାଇଲେ ଏହାର କାରଣ

ଅଧିକ ପଢନ୍ତୁ: ଅନ୍ଧକାରର ଜଞ୍ଜିରରୁ ମୁକୁଳି ପାରୁନି ମାଲକାନଗିରି, ସ୍ୱାଭିମାନୀ ପାଇଁ ଅଭିଶାପ ପାଲଟିଛି ଗୁଣି ଗାରେଡି

ଅଧିକ ପଢନ୍ତୁ: IND VS NED: ଟିମ୍ ଇଣ୍ଡିଆ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍? ଜାଣନ୍ତୁ ଏହାର ବଡ଼ କାରଣ

ଅଧିକ ପଢନ୍ତୁ: Currency Notes: ୨ ପ୍ରତିଶତ ହିନ୍ଦୁ ବି ନାହାଁନ୍ତି, ତଥାପି ଏହି ଦେଶର ମୁଦ୍ରାରେ କାହିଁକି ଛପା ଯାଉଛି ଗଣେଶଙ୍କ ଫଟୋ?

Read More
{}{}