Hindi News >>Home >>Odisha State

Mathili Day: ମାଥିଲି ଗୁଳିକାଣ୍ଡ ଦିବସକୁ ସରକାରୀ କାର୍ଯ୍ୟକ୍ରମର ମାନ୍ୟତା ଦାବି

Mathili Day:  ଦେଶକୁ ସ୍ୱାଧୀନ କରିବା ପାଇଁ ଅନେକ ବୀରଯବାନ ସହିଦ୍ ହୋଇଥିଲେ। ଭାରତକୁ ସ୍ୱାଧୀନ କରିବା ପାଇଁ ମାଲକାନଗିରି ଭଳି ଆଦିବାସୀ ଅଞ୍ଚଳରୁ ମଧ୍ୟ ଅନେକ ବୀର ବାହାରିଥିଲେ ।

Advertisement
Mathili Day: ମାଥିଲି ଗୁଳିକାଣ୍ଡ ଦିବସକୁ ସରକାରୀ କାର୍ଯ୍ୟକ୍ରମର ମାନ୍ୟତା ଦାବି
Stop
Zee Odisha Desk|Updated: Aug 21, 2022, 06:05 PM IST

Mathili Day:  ମାଲକାନଗିରି (ଚନ୍ଦ୍ରକାନ୍ତ ପଣ୍ଡା): ପରାଧିନ ଦେଶକୁ ବ୍ରିଟିସ୍ କବଳରୁ ମୁକୁଳାଇ ସ୍ୱାଧୀନ କରିବା ପାଇଁ ଅନେକ ଭାରତବାସି ଅଣ୍ଟା ଭିଡିଥିଲେ । ଶେଷରେ ଅନେକ ଭାରତବାସୀ ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସ୍ୱାଧୀନ କରିବା ପାଇଁ ସହିଦ୍ ହୋଇ ଯାଇଥିଲେ । ଦେଶକୁ ସ୍ୱାଧୀନ କରିବା ପାଇଁ ମୃତ୍ୟୁକୁ ନଡରି ଦେଶ ପାଇଁ ଜୀବନ ଦେବା ପାଇଁ ପଛେଇ ନାହାଁନ୍ତି ସହିଦ୍ ହୋଇଥିବା ବୀର ସ୍ୱାଧୀନତା ସଂଗ୍ରାମୀ । ସେହି ସହିଦ୍ ବୀରମାନେ ଦେଶକୁ ସ୍ୱାଧୀନ କରି ହୋଇ ଯାଇଥିଲେ ମହାପୁରୁଷ। ଦେଶକୁ ସ୍ୱାଧୀନ କରିବା ପାଇଁ ଭାରତ ବର୍ଷର ପ୍ରତିଟି କୋଣ ଅନୁକୋଣରୁ ବୀରମାନେ ବାହାରି ଥିଲେ। ଏହି ବୀରମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ଅଂଚଳର ମଧ୍ୟ ଅନେକ ବିର ଅଛନ୍ତି ଯେଉଁ ମାନଙ୍କୁ କି ଆଜି ବି ମାଲକାନଗିରିବାସୀ ସେମାନଙ୍କୁ ମନେ ପକାଇବା ସହ ସରକାର ସେମାନଙ୍କ ପରିବାର ପ୍ରତି ଦେଖାଇଥିବା ଅଣଦେଖାକୁ ନିନ୍ଦା କରିଛି ।

ଦେଶକୁ ସ୍ୱାଧୀନ କରିବା ପାଇଁ ଅନେକ ବୀରଯବାନ ସହିଦ୍ ହୋଇଥିଲେ। ଭାରତକୁ ସ୍ୱାଧୀନ କରିବା ପାଇଁ ମାଲକାନଗିରି ଭଳି ଆଦିବାସୀ ଅଞ୍ଚଳରୁ ମଧ୍ୟ ଅନେକ ବୀର ବାହାରିଥିଲେ । ଯେତେବେଳେ ସାରା ଭାରତ ବର୍ଷ ବ୍ରିଟିସ୍ ଅଧିନରେ ଥିଲା ମାଲକାନଗିରି ଜିଲ୍ଲାରେ ମଧ୍ୟ ବ୍ରିଟିସ୍ ସରକାରଙ୍କ ଶାସନ ଚାଲିଥିଲା । ତେଣୁ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାରେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲାର ଅନେକ କୋୟା, ଆଦିବାସୀ ଲୋକ ଏକତ୍ରିତ ହୋଇଥିଲେ । ମାଲକାନଗିରି ଜିଲ୍ଲାର ମାଥିଲି ଥାନାରେ ପ୍ରଥମେ ତ୍ରିରଙ୍ଗା ପତକା ଉଡାଇଥିଲେ। ଏହି ସମୟରେ ଇଂରେଜ ଓ ଭାରତର ସ୍ୱାଧିନତା ପାଇଁ ସଂଗ୍ରାମ କରୁଥିବା ସହିଦ୍ ମାନଙ୍କ ମଧ୍ୟରେ ଲଢେଇ ହୋଇଥିଲା । 

ଏହି ଲଢେଇରେ ଜିଲ୍ଲାର ଲିଙ୍ଗା କୋଟିଆ, ସମରାବିଶ ନାୟକ, ନକୁଳ ମାଡକାମି, ଗୋପିନାଥ ପୁଜାରୀ ଭଳି ଅନେକ ସଂଗ୍ରାମୀ ସହିଦ୍ ହୋଇଥିଲେ। ତେଣୁ ଆଜିର ଦିନଟିକୁ ମାଥିଲି ଗୁଳିକାଣ୍ଡ ଦିବସ ରୁପେ ପାଳନ କରିବା ସହ ସହିଦମାନଙ୍କୁ ମନେ ପକାଉଛି ମାଲକାନଗିରିବାସୀ। ଏଥିସହ ସରକାର ଏହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ପାରିବାର ବର୍ଗ । ଏବଂ ଆଜିର ଦିନରେ ସମସ୍ତ ନେତା ମନ୍ତ୍ରୀଙ୍କୁ ବିର ସହିଦ୍ ମାନଙ୍କ ଉପରେ ପୁଷ୍ପମାଲ୍ୟ ଅର୍ପଣ ନିମନ୍ତେ ଡକାଯାଇଥିଲେ ମଧ୍ୟ ସେମାନଙ୍କ ପରିବାର ବର୍ଗଙ୍କୁ ଏହି କାର୍ଯ୍ୟର୍କମରେ ଡକା ନଯିବାରୁ ପରିବାର ଲୋକେ ନିରାଶ ହୋଇଛନ୍ତି ।

ଦେଶକୁ ସ୍ୱାଧୀନ କରିବା ପାଇଁ ଜିଲ୍ଲାର ଅନେକ ସଂଗ୍ରାମୀ ନିଜ ଜୀବନକୁ ତୁଚ୍ଛ ମନେ କରି ଦେଶ ପାଇଁ ଜୀବନ ଦେଇଛନ୍ତି । ଦେଶ ପାଇଁ ପୋଲିସର ଗୁଳିକୁ ଫୁଲ ମାଳ ଭାବି ଗ୍ରହଣ କରି ଦେଶକୁ ସ୍ୱାଧୀନ କରିଥିବା ସ୍ୱାଧୀନ ସଂଗ୍ରାମୀଙ୍କୁ ଆଜିବି ମାଲକାନଗିରି ମାଟି ଝୁରୁଛି। ଏହା ବ୍ୟତୀତ ଜିଲ୍ଲାର ଏହି ବିର ଶହୀଦମାନଙ୍କ ପୀଠକୁ ଉନ୍ନତ କରିବା ସରକାର ଚାହୁଁନାହାନ୍ତି। ଏହି ଦିନକୁ ସରକାରୀ କାର୍ଯ୍ୟକ୍ରମର ମାନ୍ୟତା ଦେଇ ଛୁଟି ଘୋଷଣା କରିବାକୁ କୁହାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନାହିଁ । ତେବେ ଏହି ଦିନକୁ ସରକାରୀ ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ଚିତ୍ରକୋଣ୍ଡା ବିଧାୟକ କହିଛନ୍ତି ।

ତେବେ ଦେଶ ପାଇଁ ସହିଦ୍ ହୋଇଥବା ବିର ମାନଙ୍କୁ ଏହି ମାଟି ସଦା ସର୍ବଦା ମନେ ରଖିବ । ଏଥି ସହ ଏହି ସହିଦ୍ ମାନଙ୍କ ପିଠକୁ ଉନ୍ନତି କରଣ କରିବା ଓ ଜିଲ୍ଲାବାସୀଙ୍କ ଦାବି ଅନୁଯାୟୀ ଆଜିର ଦିନକୁ ସରକାରୀ ଛୁଟି ଘୋଷଣା କରି ସରକାରୀ କାର୍ଯ୍ୟକ୍ରମର ମାନ୍ୟତା କେବେ ଦିଆଯାଉଛି ତାକୁ ହିଁ ଅପେକ୍ଷା ।

ଅଧିକ ପଢନ୍ତୁ: କଂଗ୍ରେସକୁ ନେଇ ଆସିଲା ବଡ଼ ଖବର

ଅଧିକ ପଢନ୍ତୁ: ଦଶନ୍ଧିର ବଡ଼ ବନ୍ୟାକୁ ସାମ୍ନା କରିବ ବାଲେଶ୍ୱର

Read More
{}{}