Hindi News >>Home >>Odisha State

Crime News: ସଇତାନ୍ ସ୍ୱାମୀ, ସ୍ତ୍ରୀକୁ ହତ୍ୟା ପରେ ଥାନାରେ କଲା ଆତ୍ମସମର୍ପଣ

Crime News In Odia: ଯୌତୁକ ପାଇଁ ପିଚାଶ ସାଜିଲା ସ୍ବାମୀ । ରାକ୍ଷସ ପାଲଟିଗଲା ସାତଜନ୍ମର ସାଥୀ କରିଥିବା ଜୀବନ ସାଥୀ । ଅର୍ଥଲୋଭରେ ଅନ୍ଧ ହୋଇ ଘଟାଇଲା ବିଭତ୍ସ ହତ୍ୟାକାଣ୍ତ । କେନ୍ଦୁଝର (Kendujhar) ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରଗଡା ଗାଁରେ ଘଟି ଯାଇଛି ବିଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ ଟାଙ୍ଗିଆରେ ହାଣି (killing wife) ଥାନାରେ ଆତ୍ମ ସମର୍ପଣ କରିଛି ସ୍ବାମୀ (Man surrenders)। ମୃତ ମହିଳା ଜଣକ ହେଉଛନ୍ତି ସୁଲୋଚନା ବେହେରା ।

Advertisement
Crime News: ସଇତାନ୍ ସ୍ୱାମୀ, ସ୍ତ୍ରୀକୁ ହତ୍ୟା ପରେ ଥାନାରେ କଲା ଆତ୍ମସମର୍ପଣ
Stop
Abhaya mohanty|Updated: Feb 19, 2023, 08:43 PM IST

କେନ୍ଦୁଝର (ଅଭୟ ମହାନ୍ତି) Crime News In Odia: ଯୌତୁକ ପାଇଁ ପିଚାଶ ସାଜିଲା ସ୍ବାମୀ । ରାକ୍ଷସ ପାଲଟିଗଲା ସାତଜନ୍ମର ସାଥୀ କରିଥିବା ଜୀବନ ସାଥୀ । ଅର୍ଥଲୋଭରେ ଅନ୍ଧ ହୋଇ ଘଟାଇଲା ବିଭତ୍ସ ହତ୍ୟାକାଣ୍ତ । କେନ୍ଦୁଝର (Kendujhar) ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରଗଡା ଗାଁରେ ଘଟି ଯାଇଛି ବିଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ ଟାଙ୍ଗିଆରେ ହାଣି (killing wife) ଥାନାରେ ଆତ୍ମ ସମର୍ପଣ କରିଛି ସ୍ବାମୀ (Man surrenders)। ମୃତ ମହିଳା ଜଣକ ହେଉଛନ୍ତି ସୁଲୋଚନା ବେହେରା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ବାମୀ ରଥିଆ ସେଠୀ ଥାନାରେ ଆତ୍ମସମର୍ପଣ କରିଛି । ତେବେ,କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ(police)।

ସୂଚନା ଅନୁସାରେ,ରଥିଆ ସେଠୀ ଓ ତାଙ୍କ ପରିବାର ଲୋକେ ସୁଲୋଚନାଙ୍କୁ ଦିର୍ଘଦିନ ହେବ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। କିନ୍ତୁ ଆଜି (ରବିବାର) ଭୋର ସମୟରୁ କୌଣସି କାରଣରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ଝଗଡା ପରେ ଉଗ୍ର ରୂପ ନେଇଥିଲା। ଏଥିରେ ଉତ୍ତେଜିତ ହୋଇ ରଥିଆ ଘରୁ ଟାଙ୍ଗିଆ ଆଣି ସୁଲୋଚନାଙ୍କ ଉପରେ ଚୋଟ ପକାଇଥିଲେ। ଘଟଣାସ୍ଥଳରେ ସୁଲୋଚନାଙ୍କ ମୃତ୍ୟୁ ହୋଇଥିବା ଦେଖି ଅଭିଯୁକ୍ତ ସ୍ବାମୀ ତେଲକୋଇ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା। ତେବେ ଯୌତୁକ ପାଇଁ ହତ୍ୟାକାଣ୍ତ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ତେଲକୋଇ ତହସିଲଦାର,ସଦର ଏସଡିପିଓ,ତେଲକୋଇ ଥାନା ଅଧିକାରୀଣୀ ତଥା ସାଇନ୍ସଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Also Read :  Vedvyas Mela 2023: କମ୍ପୁଛି ବେଦବ୍ୟାସ ପୀଠ, ମୀନାବଜାର ସାଙ୍ଗକୁ ଚଟପଟା ଖାଦ୍ୟର ମଜା ନେଉଛନ୍ତି ରାଉରକେଲାବାସୀ

Also Read : Kendujhar News: ରାକ୍ଷସୀ ରୂପୀ ମାଆ! ଦୁଇ ଶିଶୁଙ୍କୁ ହତ୍ୟା କଲା ନିଜେବି ରଶିରେ ଝୁଲିଗଲା

ନିକଟରେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁର ସାନମସମସା ସାହିରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା କରିଥିଲା ମଦ୍ୟପ ସ୍ବାମୀ । ମୃତକ ହେଲେ ମମତା ଖଟୁଆ। ପୋଲିସ କହିବାନୁଯାୟୀ,ବିଳମ୍ବିତ ରାତିରେ ମମତା ଏବଂ ସ୍ବାମୀ ଅଷ୍ଟମ ଖଟୁଆଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଷ୍ଟମ ତାଙ୍କ ସ୍ତ୍ରୀ ମମତାଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ମମତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।  ସକାଳେ ଅଷ୍ଟମ ଏବଂ ତାଙ୍କର ବଡ଼ଭାଇ ଶିବ ଖଟୁଆ ମିଶି ଘର ପଛପାଖ ଜଙ୍ଗଲକୁ ମୃତଦେହ ପୋତିବାକୁ ଯାଉଥିଲେ। ହେଲେ ବିଶେଷସୂତ୍ରରୁ ଖବର ପାଇ ପରଜଙ୍ଗ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ପରେ ପୋଲିସ ୨ ଭାଇଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଛି।

Also Read :  Viral News: ୭୫ ବର୍ଷୀୟ ବରକୁ ୬୫ ବର୍ଷୀୟ କନ୍ୟା, ସରକାର କରାଇଲେ ବିବାହ...

Also Read : Viral News: ଯୁବକଙ୍କ ଅଜବ କାରନାମା, ବାହା ନ ହେବା ପାଇଁ ନିଜକୁ ହସପିଟାଲରେ କରାଇଲେ ଆଡମିଟ୍

Read More
{}{}