Hindi News >>Home >>Odisha State

Malkangiri Encounter: ଗଞ୍ଜେଇ ମାଫିଆଙ୍କୁ ଗୁଳି କରି ମାଓବାଦୀ ସଜାଇ ଦେଲେ ସୁରକ୍ଷାକର୍ମୀ!

Malkangiri Encounter: ମାଳିପଦର ଏନକାଉଣ୍ଟର ପ୍ରସଙ୍ଗରେ ଶନିବାର ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଡି ରାକେଶ ପଣ୍ଡିତ ଏକ ପ୍ରେସମିଟ କରିଛନ୍ତି। ଗୁଳି ମାଡରେ ୨ ଜଣ ଅଜ୍ଞାତ ପୁରୁଷ ମାଓବାଦୀଙ୍କ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଅଚିହ୍ନା ମାଓବାଦୀଙ୍କ ମୃତଦେହ ୭୨ ଘଣ୍ଟା ରଖାଯିବ। କେହି ଦାବିଦାର ନଆସିଲେ ସରକାରଙ୍କ ନିୟମାନୁଯାୟୀ ଶବସତ୍କାର କରାଯିବ ବୋଲି ଡିଆଇଜି କହିଛନ୍ତି।

Advertisement
Malkangiri Encounter: ଗଞ୍ଜେଇ ମାଫିଆଙ୍କୁ ଗୁଳି କରି ମାଓବାଦୀ ସଜାଇ ଦେଲେ ସୁରକ୍ଷାକର୍ମୀ!
Stop
Zee Odisha Desk|Updated: Nov 13, 2022, 11:45 AM IST

Malkangiri Encounter, ମାଲକାନଗିରି: ମାଥିଲି ବ୍ଲକ ମାଳିପଦର ଏନକାଉଣ୍ଟର ମାମଲାରେ ଏବେ ନୂଆ ମୋଡ ନେଇଛି। ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଲିବିନିମୟ ଘଟଣା ମିଛ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶନିବାର ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଡି ରାକେଶ ପଣ୍ଡିତଙ୍କ ପ୍ରେସମିଟ୍ ପରେ ବିବାଦ ଘନେଇବାକୁ ଲାଗିଛି। ପୋଲିସ ଯେଉଁ ଦାବି କରିଛି ତାହା ମିଛ, ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା କରି ତାକୁ ମାଓବାଦୀ ସଜାଇ ଦିଆଯାଇଛି ବୋଲି ଜଣେ ମୃତକଙ୍କ ଗ୍ରାମବାସୀମନେ କହିଛନ୍ତି। ଏହାର ନିରପେକ୍ଷ ତଦନ୍ତ ପାଇଁ ମାନବାଧିକାର କମିଶନର ଦ୍ୱାରାସ୍ଥ ହେବାକୁ ଚେତାବନୀ ଦିଆଯାଇଛି।

ମାଳିପଦର ଏନକାଉଣ୍ଟର ପ୍ରସଙ୍ଗରେ ଶନିବାର ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଡି ରାକେଶ ପଣ୍ଡିତ ଏକ ପ୍ରେସମିଟ କରିଛନ୍ତି। ଏଥିରେ କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲ୍ଲିଙ୍କ ସମେତ ବୈପାରିଗୁଡା ୧୫୧ ବିଏସଏଫ ବାଟାଲିୟନର କମାଣ୍ଡେଣ୍ଟ ଉପସ୍ଥିତ ଥିଲେ। ଡିଆଇଡି କହିଛନ୍ତି ଯେ, ବୈପାରିଗୁଡା ଥାନାର ଆଭ୍ୟନ୍ତରୀଣ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସମ୍ବନ୍ଧରେ ନିୟମିତ ଏବଂ ନିରନ୍ତର ଗୁପ୍ତ ସୂଚନା ରହିଥିଲା। ଏହି ପରିପ୍ରେକ୍ଷୀରେ, ବିଶ୍ବସ୍ତ ସୂତ୍ରର ସୂଚନା ଉପରେ ଆଧାର କରି ନଭେମ୍ବର ୧୦ (ଗୁରୁବାର) ରେ, SOGର ଗୋଟିଏ ଟିମ୍ ମାଲିପାଦାର ଅଟଳଗୁଡା ଜଙ୍ଗଲ ଅଞ୍ଚଳରେ ଆଣ୍ଟି ନକ୍ସଲ ଅପରେସନ୍ କରିଥିଲେ। 

Also Read: Archana Nag case: କମିଶନରେଟ ପୋଲିସ ଉପରେ ଭରସା କରୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ!

କୋରାପୁଟର ବୋଇପାରିଗୁଡା ଥାନା ଅଧୀନରେ ଥିବା ବଦଲିପାହଦ୍ ଗ୍ରାମ ନିକଟରେ ମାଓବାଦୀ କ୍ୟାମ୍ପ କରିଥିଲେ। ଗୁରୁବାର ବିଳମ୍ବିତ ରାତିରେ, ଅପରେସନ୍ ପାର୍ଟି, ମାଲିପଦର ଗାଁ ପରିସରରେ ୧୦ରୁ ୧୫ ମାଓବାଦୀ ଥିବା ଜାଣିବାକୁ ପାଇଥିଲା। ସୁରକ୍ଷା ବାହିନୀକୁ ଦେଖି ମାଓବାଦୀମାନେ ଅତର୍କିତଭାବେ ଗୁଳି ଚଳାଇବା ଆରମ୍ଭ କରିଥିଲେ, କୁମ୍ବିଂ କରୁଥିବା ବିଏସଏଫ ଓ SOG ଟିମ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା। ଗୁଳି ମାଡରେ ୨ ଜଣ ଅଜ୍ଞାତ ପୁରୁଷ ମାଓବାଦୀଙ୍କ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଅଚିହ୍ନା ମାଓବାଦୀଙ୍କ ମୃତଦେହ ୭୨ ଘଣ୍ଟା ରଖାଯିବ। କେହି ଦାବିଦାର ନଆସିଲେ ସରକାରଙ୍କ ନିୟମାନୁଯାୟୀ ଶବସତ୍କାର କରାଯିବ ବୋଲି ଡିଆଇଜି କହିଛନ୍ତି।

 

ପୋଲିସର ସୂଚନାନୁସାରେ, ଏନକାଉଣ୍ଟର ହୋଇଥିବା ସ୍ଥାନରୁ ତିନୋଟି ବନ୍ଧୁକ, ଗୋଟିଏ ଟିଫିନ ବୋମା, ୫ଟି ଡିଟୋନେଟର,ବିଦ୍ୟୁତ ତାର, ମୋବାଇଲ ଚାର୍ଜର , ତେଲୁଗୁ, ହିନ୍ଦି ଓ ଓଡିଆ ପୁସ୍ତକ, ମାଓ ପୋଷାକ, ବିପୁଳ ମାଓ ସାମଗ୍ରୀ ଓ ୧୦ ବସ୍ତା ଗଞ୍ଜେଇ ଜବତ ହୋଇଛି। ରାମଗିରି ଫାଣ୍ଡି ଠାରୁ ୧୨ କିଲୋମିଟର ଦୂରରେ ଗୁଳିବିନିମୟ ହୋଇଥିଲା। ଏଥିରେ ମୃତ ମାଓବାଦୀଙ୍କ ପରିଚୟ ମିଳିଛି। ମୃତକଙ୍କ ମଧ୍ୟରୁ ଜଣେ ସରଗିଗୁଡା ଗ୍ରାମର ଧନ କମାର ଓ ଅନ୍ୟ ଜଣେ କୋଟପାଡ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। କୋଟପାଡ ଅଞ୍ଚଳର ମୃତକଙ୍କ ଶବବ୍ୟବଚ୍ଛେଦ କରାଯାଇଥିବା ବେଳେ ତାକୁ ନେବାପାଇଁ କେହି ଦାବିଦାର ଆସିନାହାନ୍ତି। ଅନ୍ୟପଟେ ରବିବାର ଧନର ମୃତଦେହ ହସ୍ତାନ୍ତର କରାଯିବ।

Also Read: Gajapati: ନବମ ଶ୍ରେଣୀ ଛାତ୍ରୀ ପାଞ୍ଚ ମାସର ଗର୍ଭବତୀ, ସରପଞ୍ଚଙ୍କ ସ୍ୱାମୀ ଫେରାର

ସେପଟେ ପୋଲିସର ଦାବିକୁ ଏନକାଉଣ୍ଟରରେ ମୃତ ଧନ କମାରଙ୍କ ଗ୍ରାମବାସୀ ବିରୋଧ କରିଛନ୍ତି। ଏହା ଏନକାଉଁଣ୍ଟର ନାହିଁ, ପୋଲିସ ନୀରିହ ଆଦିବାସୀଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛି ବୋଲି ସେମାନେ କହିଛନ୍ତି। ଲୋକଙ୍କ କହିବା ଅନୁସାରେ, ଧନ କମାର ଜଣ ଦିନ ମୁଜୁରିଆ ଥିଲେ। ସେ ମାଓବାଦୀ ନୁହଁ ବରଂ ଗଞ୍ଜେଇ ବେପାର କରୁଥିଲେ। ତାଙ୍କ ବିରୋଧରେ ଏନଡିପିଏସ୍ ଆଇନରେ ମାମଲା ରୁଜୁ ହେବା କଥା। କିନ୍ତୁ ସୁରକ୍ଷାକର୍ମୀ ଗୁଳି କରି ହତ୍ୟା କରିବାପରେ ତାଙ୍କୁ ମାଓବାଦୀ ସଜେଇ ଦେଇଛି। ଏବା ବିରୋଧରେ ମାନବାଧିକାର କମିଶନରେ ଅଭିଯୋଗ କରାଯିବ ଓ ସରଗିଗୁଡା ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ସମାଜସେବୀ ଶରତ ବୁରୁଦା ଚେତାବନୀ ଦେଇଛନ୍ତି।

Read More
{}{}