Hindi News >>Home >>Odisha State

ବିଜୁଳିକୁ ଅଟକାଇଦେଲା କୁକୁଡା, ଦୁଇ ମାସ ହେଲା ଅନ୍ଧାରରେ ରହିଛି ଗାଁ

ଜନ କଲ୍ୟାଣାକାରୀ ଯୋଜନା ପାଇଁ ଜାତୀୟରୁ ଅନ୍ତର୍ଜାତୀୟ ସ୍ତରରେ ଓଡିଶାକୁ ପୁରସ୍କାର ମିଳୁଛି। ରାଜ୍ୟ ମୁଖିଆ ମଧ୍ୟ ଲୋକଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି। ଗ୍ରାମାଞ୍ଚଳର ସମସ୍ତ ଗୃହକୁ ବିଦ୍ୟୁତ ଯୋଗାଇବା ପାଇଁ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଚାଲିଛି। କିନ୍ତୁ ରାଜ୍ୟ ସରକାର ବିଦ୍ୟୁତ ପରିଚାଳନା ଓ ବଣ୍ଟନ ଦାୟିତ୍ୱ ଟାଟା ପାୱାରକୁ ଦେଇଛନ୍ତି।

Advertisement
ବିଜୁଳିକୁ ଅଟକାଇଦେଲା କୁକୁଡା, ଦୁଇ ମାସ ହେଲା ଅନ୍ଧାରରେ ରହିଛି ଗାଁ
Stop
Chandra kanta Panda|Updated: Sep 07, 2022, 08:58 PM IST

ମାଲକାନଗିରି: ଗାଁଠୁ ସହର ସବୁଠି ଲକେ କିପରି ସରକାରୀ ସୁବିଧା ପାଇପାରିବେ ସେନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମଗାଯାଉଛି। 'ମୋ ସରକାର' ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକୁ ତଦାରଖ ମଧ୍ୟ କରୁଛି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଶଂସା ପାଉଛନ୍ତି। ତଥାପି କୁକୁଡା ପାଇଁ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ୬ ଗ୍ରାମ ଅନ୍ଧାରରେ ରହୁଛି। କିନ୍ତୁ ଏହି ଦୃଶ୍ୟ ପ୍ରଶାସନର ନଜରକୁ ଆସି ପାରିନାହିଁ। ଏହା ଠାରୁ ଲଜ୍ଜାଜନକ ବିଷୟ ଆଉ କିଛି ହୋଇନପାରେ।  

ଜନ କଲ୍ୟାଣାକାରୀ ଯୋଜନା ପାଇଁ ଜାତୀୟରୁ ଅନ୍ତର୍ଜାତୀୟ ସ୍ତରରେ ଓଡିଶାକୁ ପୁରସ୍କାର ମିଳୁଛି। ରାଜ୍ୟ ମୁଖିଆ ମଧ୍ୟ ଲୋକଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି। ଗ୍ରାମାଞ୍ଚଳର ସମସ୍ତ ଗୃହକୁ ବିଦ୍ୟୁତ ଯୋଗାଇବା ପାଇଁ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଚାଲିଛି। କିନ୍ତୁ ରାଜ୍ୟ ସରକାର ବିଦ୍ୟୁତ ପରିଚାଳନା ଓ ବଣ୍ଟନ ଦାୟିତ୍ୱ ଟାଟା ପାୱାରକୁ ଦେଇଛନ୍ତି। ଆଉ ଦାୟିତ୍ୱ ପାଇବାର ବର୍ଷେ ନ ପୁରୁଣୁ ଟାଟା ପାୱାର ନାମରେ ଅଭିଯୋଗର ପାହାଡ ସୃଷ୍ଟି ହୋଇଛି। କେବଳ କୁକୁଡା ଓ ତେଲ ପାଇଁ ୬ ଗ୍ରାମ ବିଜୁଳି ଆଲୁଅ ଦେଖୁବାରୁ ବଞ୍ଚିତ ହୋଇଛନ୍ତି। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ମାଲକାନଗିରିରୁ ଆସିଛି।

Also Read: ଗାଁକୁ କି ଦୋଷ ଲାଗିଛି? ନାଚ, ଗୀତ ସହ ପୂଜାର୍ଚ୍ଚନା ଚାଲିଛି

 

ଏତେ ସବୁ ସରକାରୀ ଯୋଜନା ଥାଇ ମଧ୍ୟ ଲୋକଙ୍କ ନିକଟରେ ସୁବିଧା ପହଞ୍ଚି ପାରୁନାହିଁ। ଯାହା ଫଳରେ ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଚିତ୍ରାଙ୍ଗପାଲି ପଞ୍ଚାୟତର ୬ଟି ଗ୍ରାମ ଅନ୍ଧାରରେ ଜୀବନ କାଟୁଛନ୍ତି। ତେବେ ବିଜୁଳି ବିଭାଗ କର୍ମଚାରୀଙ୍କୁ କହିଲେ ସେମାନଙ୍କ ଦାବି ରହିଛି କୁକୁଡ଼ା ସାଙ୍ଗକୁ ତେଲ ଖର୍ଚ୍ଚ। ଗ୍ରାମବାସୀଙ୍କ କହିବା ଅନୁସାରେ, ଗାଁକୁ ଲାଇନ ଦେବାକୁ ଗଲେ ବିଦ୍ୟୁତ ବିଭାଗ କର୍ମଚାରୀ କୁକୁଡ଼ା ମାଗୁଛନ୍ତି। ଗାଡିର ତେଲ ଟଙ୍କା ଓ କୁକୁଡା ନ ଦେଲେ କର୍ମଚାରୀ ଲାଇନ ଦେଉ ନାହାନ୍ତି। ଏହା ବ୍ୟତୀତ ଗାଁରେ ଥିବା ଘର ଗୁଡିକୁ ଯାଇ ମିଟରନ ଦେଖି ମନଇଚ୍ଛା ପଇସା ମାଗୁଛନ୍ତି।

ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଓରେଲଗୁଡା, ତଙ୍ଗଗୁଡା, ଗୁମକାଗୁଡା, କେସକାଗୁଡା, ଏନ୍ତାଗୁଡା ଗ୍ରାମବାସୀ ବିଜୁଳି ଆଲୁଅ ଦେଖି ନାହାଁନ୍ତି। ଫଳରେ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ପିଲା ଡିବିରି ଆଲୁଅରେ ପାଠ ପଢୁଛନ୍ତି। ଗାଁର ମହିଳାମାନେ ଅନ୍ଧାରରେ ରୋଷେଇ କରୁଛନ୍ତି। ରୋଗୀ ମଧ୍ୟ ହନ୍ତସନ୍ତ ହେଉଛନ୍ତି। କୁନି କୁନି ଶିଶୁମାନେ ଗରମ ସହି ପାରୁନାହାନ୍ତି, ଯାହାଫଳରେ ମାଆମାନେ ନିଜ ପିଲାକୁ ଗଛରେ ଦୋଳି ବାନ୍ଧି ଝୁଲେଇ ଝୁଲେଇ ଶୁଆଉଛନ୍ତି। ମୋବାଇଲ ଚାର୍ଜ କରିବାକୁ ବି ଅନ୍ୟ ପଞ୍ଚାୟତକୁ ଯିବାକୁ ପଡୁଛି।

ଉପାନ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଆର୍ଥିକ ଅନଗ୍ରସର ହିତାଧିକାରୀଙ୍କ ପାଇଁ ସୁଲଭ ମୂଲ୍ୟରେ ବିଜୁଳି ସଂଯୋଗ କରିବା ଯୋଜନାର ଏହା ହେଉଛି ନଗ୍ନ ଚିତ୍ର। ତେବେ କେବେ ଏହି ଗ୍ରାମବାସୀ ବିଜୁଳି ପାଇବେ ତାକୁ ହିଁ ଅପେକ୍ଷା ରହିଛି।

 

 

 

Read More
{}{}