Hindi News >>Home >>Odisha State

Kartik Purnima: ଡଙ୍ଗା ଭସା ସହ ଶ୍ରକ୍ଷେତ୍ରରେ ଶେଷ ହେଲା ମହା କାର୍ତ୍ତିକ ବ୍ରତ, ଶ୍ରୀଜୀଉଙ୍କୁ ରାଜାଧିରାଜ ବେଶରେ ଦର୍ଶନ କଲେ ଭକ୍ତ

Maha Kartik Vrat: ମହୋଦଧି କୂଳରେ ଡଙ୍ଗାଭସା ସହ ବାଣଫୁଟାଇ କାର୍ତ୍ତିକ ମାସକୁ ବିଦାୟ ଦେଇଥିଲେ। ମଙ୍ଗଳବାର ପାଗ ଅନୁକୂଳ ରହିଥିବାରୁ ସୂର୍ଯ୍ଯୋଦୟ ଦର୍ଶନ କରିବାର ସୁଯୋଗ ପାଇଥିଲେ ଭକ୍ତ ଦର୍ଶନାର୍ଥି। କାର୍ତ୍ତିକ ମାସରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି। 

Advertisement
Kartik Purnima:  ଡଙ୍ଗା ଭସା ସହ ଶ୍ରକ୍ଷେତ୍ରରେ ଶେଷ ହେଲା ମହା କାର୍ତ୍ତିକ ବ୍ରତ, ଶ୍ରୀଜୀଉଙ୍କୁ ରାଜାଧିରାଜ ବେଶରେ ଦର୍ଶନ କଲେ ଭକ୍ତ
Stop
Sanjaya Kumar Mohapatra|Updated: Nov 08, 2022, 11:10 PM IST

Kartik Purnima in Srikhetra: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ମହା କାର୍ତ୍ତିକ ପୂର୍ଣ୍ଣିମା। ଧର୍ମ ମାସର ଶେଷ ଦିନ ଲକ୍ଷାଧିକ ଭକ୍ତ ତଥା ଶ୍ରଦ୍ଧାଳୁ ବିଳମ୍ବିତ ରାତ୍ରରେ ମହୋଦଧୀ ଏବ ତୀର୍ଥ ପୁଷ୍କରିଣୀରେ ଡ଼ଙ୍ଗା ଭସାଇ କାର୍ତ୍ତିକ ବ୍ରତ ଉଦଯାପନ କରିଛନ୍ତି। ଚତୁର୍ଦ୍ଧା ବିଗ୍ରହଙ୍କର ରାଜରାଜେଶ୍ୱର ବେଶରେ ଦର୍ଶନ କରି ବାହୁଡିଛନ୍ତି ଘରକୁ। ସେପଟେ ରେକଡ ଅଫ ରାଇଟ ରେ ତଡପ ଉତ୍ତରୀୟ ବେଶରେ ମହାପ୍ରଭୁ ବସିଥାନ୍ତି ରତ୍ନସିଂହାସନରେ। ହେଲେ ଇଛାମୟ ଠାକୁରଙ୍କର ଇଛା ଥିଲା ସୁନା ବେଶରେ ଦର୍ଶନ ଦେବାପାଇଁ। ଭକ୍ତଙ୍କ ଖୁସିରେ ସମସ୍ତେ ଖୁସି ବୋଲି କହିଛନ୍ତି ସେବାୟତ। ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ  ବ୍ୟାପକ ଵ୍ୟଵସ୍ଥା କରାଯାଇଛି ବୋଲି କହିଛନ୍ତି ଆଇଜି ନରସିଂହ ଭୋଳ।

ମହୋଦଧିରେ ପ୍ରକମ୍ପିତ ହେଲା ଆ କା ମା ଵୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧରମ ମୋର ଏମିତି କିଛି ଆଧ୍ୟାତ୍ମିକ ଶଦ୍ଦ। କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡିଥିବାରୁ ରାତି ତମାମ ଶ୍ରୀକ୍ଷେତ୍ରର ମହୋଦଧୀରେ ଡଙ୍ଗା ଭସାଇଲେ ହଜାର ହଜାର ଶ୍ରଦ୍ଧାଳୁ, ଭକ୍ତ, ହବିଷ୍ୟାଳୀ। ପଞ୍ଚତୀର୍ଥରେ ଏକ ଏକକାର ହେଲେ ଭକ୍ତ, ଶ୍ରଦ୍ଧାଳୁ। ସମସ୍ତଙ୍କ ମନରେ ଆବେଗ କିଭଳି ପାକତ୍ୟାଗ, ଦେବନୀତି ନିଷେଧ ପୂର୍ବରୁ ବୋଇତ ବନ୍ଦାଣ କରିବେ। ଡଙ୍ଗା ଭସାଇବେ। ଯାହା ସମ୍ପନ୍ନ ହେଲା। ହବିଷ୍ୟାଳୀ ଡଙ୍ଗା ଭସାଇ ତାଙ୍କର କାର୍ତ୍ତିକ ବ୍ରତକୁ ଉଦଯାପନ କରିଛନ୍ତି।

ପୁଷ୍କରିଣୀରେ କଦଳୀ ପଟୁକାରେ ନିର୍ମିତ ଡ଼ଙ୍ଗାରେ ଦୁବ, ବରକୋଳି ପତ୍ର, ଚାଉଳ, ଦୀପ, ଧୂପ, ପାନ ଗୁଆ ଆଦି ଦେଇ ଭସାଉଥିବାର ଦେଖିବାକୁ ମିଳିଥିଲା। ମହୋଦଧି କୂଳରେ ଡଙ୍ଗାଭସା ସହ ବାଣଫୁଟାଇ କାର୍ତ୍ତିକ ମାସକୁ ବିଦାୟ ଦେଇଥିଲେ। ମଙ୍ଗଳବାର ପାଗ ଅନୁକୂଳ ରହିଥିବାରୁ ସୂର୍ଯ୍ଯୋଦୟ ଦର୍ଶନ କରିବାର ସୁଯୋଗ ପାଇଥିଲେ ଭକ୍ତ ଦର୍ଶନାର୍ଥି। ସେପଟେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ରାଜରାଜେଶ୍ୱର ବେଶ ଅର୍ଥାତ ସୁନାବେଶରେ ଦର୍ଶନ କରିଛନ୍ତି ଲକ୍ଷାଧିକ ଭକ୍ତ। ଗ୍ରହଣ ନୀତି ନିର୍ଘଣ୍ଟ ଅନୁସାରେ ରାତି ୧୨ଟା ୫ମିନିଟରେ ଦ୍ୱାର ଫିଟିବା ପରେ ମଙ୍ଗଳ ଆରତୀ, ମଇଲମ, ଅନ୍ୟାନ୍ୟ ନୀତି ବଢ଼ି ଅବକାଶ ନୀତି ସମ୍ପର୍ଣ୍ଣ ହେବା ପରେ ୨ଟା ୫୦ ମିନିଟରେ ଶ୍ରୀଜୀଉଙ୍କ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥିଲା। ମଧ୍ୟ ରାତ୍ରୀ ୨ଟା ୫୫ ମିନିଟରେ ଦ୍ୱାରପାଳ ପୂଜା, ୩ଟା ୧୦ ମିନିଟରେ ଗୋପାଳବଲ୍ଲଭ, ୪ଟା ୧୦ ମିନିରେ ସକାଳ ଧୂପ ଶେଷ ହୋଇ ୪ଟା ୩୫ ମିନିଟରେ ଭୋଗମଣ୍ଡପ ଶେଷ ହୋଇଥିଲାଲା ମହାପ୍ରଭୁଙ୍କ ସୁନାବେଶ।  ରାଜାଧିରାଜ ବେଶରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜୀଉ।

କାର୍ତ୍ତିକ ମାସରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୪୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିରରେ ୩୬ ପ୍ଲାଟୁନ ଫୋର୍ସ ଏବଂ ସମୁଦ୍ରକୁଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ମହାପ୍ରଭୁଙ୍କ ସୁନାବେଶ ପାଇଁ ଭକ୍ତଙ୍କ ଗହଳି ଦୃଷ୍ଟିରୁ ଜଗନ୍ନାଥ ବଲ୍ଲଭ ନିକଟରୁ ଲମ୍ବା ବେରିକେଡ କରାଯାଇଛି। 

କାର୍ତ୍ତିକ ବ୍ରତ ଶେଷ କରି ଘରବାହୁଡା ହେଲେ ହବିଷ୍ୟାଳୀ। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଉଦଯାପନ କରିଛନ୍ତି କାର୍ତ୍ତିକ ବ୍ରତଧାରିଣୀ। ଘରୁ ଆଣିଥିବା ସମସ୍ତ ଜିନିଷକୁ ଧରି ନିଜ ନିଜ ଗାଁକୁ ଫେରୁଛନ୍ତି ବ୍ରତଧାରିଣୀ ହବିଷ୍ୟାଳୀ। ଝିଅ ବୋହୂଙ୍କ ପାଇଁ କିଏ କାଚ ସିନ୍ଦୁର କିଣିଛି କିଏ ଖଜା ଆଦି ମିଠା କିଣି ଘରକୁ ଫେରୁଛନ୍ତି। ଗୋଟେପଟେ ଘରକୁ ଫେରିବାର ଖୁସି ଅନ୍ୟପଟେ କାଳିଆକୁ ଆଉ ଦେଖିହେବ ନାହିଁ ଦୁଃଖ। ଏହାରି ଭିତରେ ପୁଣି ବଞ୍ଚିଥିଲେ ଆର ବରଷେ ପୁଣି ହବିଷ କରି ପୁଣି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ।
ଚନ୍ଦ୍ରଗ୍ରହଣ ସତ୍ତ୍ୱେ ଭକ୍ତ ଓ ଦର୍ଶନାର୍ଥି ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଥିବା ବେଳେ ରାତିପାହିବା ପୂର୍ବରୁ ଡଙ୍ଗା ଭସାଣ ଆଉ ପୂଜାର୍ଚ୍ଚନା କରିବାର ସୁଯୋଗ ପାଇଥିଲେ।

Read More
{}{}