Hindi News >>Home >>Odisha State

Keonjhar: ଜାତୀୟ ସ୍ତରର ଖୋ ଖୋ ଖେଳାଳିଙ୍କ ଆତ୍ମହତ୍ୟା

Keonjhar Suicide Case:  କେନ୍ଦୁଝର ଜିଲ୍ଲା ବାରିଆ ଥାନା ନୟା ଧନୁର୍ଯ୍ୟୟପୁର ଠାରେ ଥିବା ନିଜ ଘରେ ଆତ୍ମହତ୍ୟା କରିଛନ୍ତି ଜାତୀୟ ସ୍ତରର ଖୋଖୋ ଖେଳାଳି। ମୃତକ ଜଣଙ୍କ ଉଖୁଣ୍ଡା କଲେଜ ଠାରେ ଯୁକ୍ତ ଦୁଇ ପଢ଼ୁଥିବା ବେଳେ ଜାତୀୟ ଜୁନିଅର ମହିଳା ଖୋ ଖୋ ଦଳରେ ସାମିଲ ହୋଇଥିଲେ। 

Advertisement
Keonjhar: ଜାତୀୟ ସ୍ତରର ଖୋ ଖୋ ଖେଳାଳିଙ୍କ ଆତ୍ମହତ୍ୟା
Stop
Zee Odisha Desk|Updated: Feb 24, 2023, 07:05 PM IST

National Level Kho Kho Player Committed Suicide: କେନ୍ଦୁଝର ଜିଲ୍ଲା ବାରିଆ ଥାନା ନୟା ଧନୁର୍ଯ୍ୟୟପୁର ଠାରେ ଥିବା ନିଜ ଘରେ ଆତ୍ମହତ୍ୟା କରିଛନ୍ତି ଜାତୀୟ ସ୍ତରର ଖୋଖୋ ଖେଳାଳି ୧୭ ବର୍ଷୀୟ ମନିକା ନାଏକ। ମୃତକ ଖୋଖୋ ଖେଳାଳି ଉଖୁଣ୍ଡା କଲେଜ ଠାରେ ଯୁକ୍ତ ଦୁଇ ପଢ଼ୁଥିବା ବେଳେ, ଜାତୀୟ ଜୁନିଅର ମହିଳା ଖୋ ଖୋ ଦଳରେ ସାମିଲ ହୋଇଥିଲେ। ବିଭିନ୍ନ ରାଜ୍ୟରେ ମୃତକ ଖୋ ଖୋ ଖେଳାଳୀ ତାଙ୍କ ଖେଳ ପ୍ରତିଭା ଦେଖେଇବା ସହ ଦଳଗତ ଏବଂ ବ୍ୟକ୍ତିଗତ ଭାବରେ ବହୁ ପୁରସ୍କାରର ଅଧିକାରିଣୀ ହୋଇଥିଲେ। 

ନିକଟରେ ଖେଲୋ ଇଣ୍ଡିଆ ପକ୍ଷରୁ ମହିଳା ଜାତୀୟ ଖୋଖୋ ଲିଗ ପକ୍ଷରୁ ଝାଡ଼ଖଣ୍ଡ ଠାରେ ଖେଳା ଯାଇଥିବା ଖେଳରେ ସେ ଓଡିଶାକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କୌଣସି କାରଣରୁ ମନିକା ନାଏକ ନିଜ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକ ତାଙ୍କୁ ତୁରନ୍ତ ଝୁମ୍ପୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ସେତେବେଳକୁ ତାଙ୍କର ମୃତୁ ହୋଇସାରିଥିଲା। ହେଲେ ଖୋ ଖୋ ଖେଳାଳୀ ଜଣଙ୍କ ପାରିବାରିକ କଳିରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏନେଇ ମୃତକଙ୍କ ପରିବାର ପକ୍ଷରୁ ବାରିଆ ଥାନାରେ ଅଭିଯୋଗ କରାଯାଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ବାରିଆ ଥାନା ଅଧିକାରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Read More
{}{}