Hindi News >>Home >>Odisha State

Keonjhar: ଅନ୍ଧବିଶ୍ୱାସର ଅନ୍ଧଗଳିରେ ଆଜି ବି ସତେଜ ଚେଙ୍କ ଚିକିତ୍ସା

ଆଧୁନିକ ଯୁଗରେ ଆଜି ବି ସତେଜ ଅନ୍ଧବିଶ୍ୱାସ । ଆଜି ବି ଡ଼ାକ୍ତରଙ୍କ ପରିବର୍ତ୍ତେ ଅନ୍ଧବିଶ୍ୱାସ ଉପରେ ଆସ୍ଥା ରଖିଛନ୍ତି ଲୋକେ । ତେବେ କେନ୍ଦୁଝର ଜିଲ୍ଲାର ଏକ ଗାଁରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ ।

Advertisement
Keonjhar: ଅନ୍ଧବିଶ୍ୱାସର ଅନ୍ଧଗଳିରେ ଆଜି ବି ସତେଜ ଚେଙ୍କ ଚିକିତ୍ସା
Stop
Payal Priyadarshini|Updated: Jan 25, 2023, 02:16 PM IST

Keonjhar News: ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ମାୟା ଜାଲରେ ଛନ୍ଦି ହୋଇ ରହିଛି ସମାଜ। ସମାଜର କିଛି ପଛୁଆ ଅଞ୍ଚଳର ବାସିନ୍ଦା ଆଜି ମଧ୍ୟ ଚେଙ୍କ ଚିକିତ୍ସା ଉପରେ ବିଶ୍ୱାସ ରଖିଛନ୍ତି। ଏହି ମାନସିକତାକୁ ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି। ଏପରିକି ନିକଟରେ ଏହି ଅନ୍ଧବିଶ୍ୱାସର ମାୟା ଜାଲରୁ କିପରି ମୁକୁଳାଯାଇପାରିବ ତାହା ଉପରେ ଏକ ସିନେମା ମଧ୍ୟ ପରଦାରେ ରିଲିଜି ହୋଇଥିଲା। ମାଲକାନଗିରିରେ ଜଣେ ଡାକ୍ତର କିପରି ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇଥିଲେ ତାହା ଉପରେ ପ୍ରଦର୍ଶିତ ହୋଇଥିଲା ଏହି ସିନେମାର କାହାଣୀ। ତମାମ ଦେଶରେ ଏହି ସିନେମାକୁ ପ୍ରଶଂସା କରାଯାଇଥିଲା। କିନ୍ତୁ ଆଜି ବି ରାଜ୍ୟର କିଛି ପଛୁଆ ଅଞ୍ଚଳରେ ଲୋକମାନେ ଅନ୍ଧବିଶ୍ୱାସର ମାୟାଜାଲରେ ଛନ୍ଦି ହୋଇ ରହିଛନ୍ତି। ଏହାର ଏକ ନଗ୍ନ ନମୂନା କେନ୍ଦୁଝର ଜିଲ୍ଲାର କେନ୍ଦୁଝର ଜିଲ୍ଲା ସଦର ବ୍ଳକ ନୂଆଗାଁ ପଞ୍ଚାୟତ ରତନପୁର ଗାଁରୁ।

ଏହି ଗାଁରୁ ଆସିଥିବା ଏକ ଘଟଣାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା। ଏହି ଭିଡ଼ିଓରେ ଜଣେ ମହିଳାଙ୍କ ମୁଣ୍ଡରେ ଚେଙ୍କର ବିନ୍ଦି ଦେଖିବାକୁ ମିଳିଥିଲା। ଭିଡ଼ିଓଟି ଦେଖିବା ପରେ ଆପଣ ନିଶ୍ଚିତ ଭାବେ ଭାବିହାକୁ ବାଧ୍ୟ ହେବେ ଯେ ଏହା କେମିତି ସମ୍ଭବ ଅଟେ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ଏହା ସତ ଅଟେ। ମହିଳାଙ୍କ କପାଳର ବାମ ପାର୍ଶ୍ଵରୁ ଡାହାଣ ପାର୍ଶ୍ଵ ଯାଏ ଲମ୍ବିଥିବା ଏହି ଚିହ୍ନ ବିନ୍ଦି ନୁହେଁ ବରଂ ଏହା ହେଉଛି ଚେଙ୍କର ଦାଗ ରହିଥିଲା। ଆଉ କେହି ନୁହେଁ ଖୋଦ ମହିଳା ଜଣଙ୍କ ନିଜ ମୁଣ୍ଡରେ ନିଜେ ଚେଙ୍କ ଦେଇଛନ୍ତି ।

ତେବେ ଏହି ଘଟଣା ସମ୍ପର୍କରେ ଯେତେବେଳେ ଅଧିକ ତଥ୍ୟ ସଂଗ୍ରହ କରାଗଲା ତାହା ସମସ୍ତଙ୍କୁ ଚକିତ କରିଦେବା ଭଳି ରହିଥିଲା। ଦୀର୍ଘ ଦିନ ଧରି ମହିଳା ଜଣଙ୍କ ମୁଣ୍ତବ୍ୟଥା ଯୋଗୁଁ ବ୍ୟତିବ୍ୟସ୍ତ ହୋଇପଡି଼ଥିଲେ। ମୁଣ୍ତବ୍ୟଥା କମୁନଥିବାରୁ ମହିଳା ଏହାର ଉପଶମ ଲାଗି ବାରମ୍ବାର ନିଜ କପାଳରେ ସେ ଚେଙ୍କ ଦେଇଥିଲେ। ଏହା ଦ୍ୱାରା ତାଙ୍କ ମୁଣ୍ତବିନ୍ଧା କମିଥିବା ଓ ସେ  ସୁସ୍ଥ ରହିଥିବା କହିଛନ୍ତି।

ଉକ୍ତ ମହିଳାଙ୍କ ନାମ ଜାନି ମୁଣ୍ଡା ଅଟେ । ତାଙ୍କର  ୨ ଝିଅ ଥିବା ବେଳେ ସ୍ଵାମୀ ଶଯ୍ୟାଶାୟୀ ଅଛନ୍ତି । ପ୍ରବଳ ମୁଣ୍ଡବ୍ୟଥାରୁ ନିଜକୁ ରକ୍ଷା କରିବା ପାଇଁ ଔଷଧ ଉପରେ ଭରସା ନକରି ସେ ନିଜ କପାଳରେ ଚେଙ୍କ ଦେଇଥିଲେ । ଏହା ଫଳରେ, ତାଙ୍କ ମୁଣ୍ଡବ୍ୟଥା ଉପଶମ ହୋଇଥିବା ସେ କହିଛନ୍ତି ।

ରାଜ୍ୟର ବହୁ ଉପାନ୍ତ ଇଲାକାରେ କାୟା ବିସ୍ତାର କରିଛି ଅନ୍ଧବିଶ୍ୱାସ । ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ପରେ ମଧ୍ୟ ଅନ୍ଧବିଶ୍ୱାସ ଦୂର ହୋଇପାରୁ ନଥିବା ଦେଖିବାକୁ ମିଳିଛି । ଦାରିଦ୍ର୍ୟ ତଥା ଶିକ୍ଷା ଓ ସଚେତନତାର ଅଭାବ ଏହାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି ।

Also Read- Anti Maoist Operation: ବସ ଷ୍ଟାଣ୍ଡ ଠାରେ ଲାଗିଲା ମାଓ ପୋଷ୍ଟର, ସପ୍ତାହେ ମଧ୍ୟରେ ଜଣକୁ ବାନ୍ଧିଲା ଏନଆଇଏ

 

Read More
{}{}