Hindi News >>Home >>Odisha State

JSW Company: ଭିତରେ ସ୍କୁଲ, ଏପଟେ ପାଚେରୀ ବୁଲାଇଦେଲା ଜେଏସଡବ୍ଲୁ କମ୍ପାନୀ

JSW Company News: ପିଲା ମାନଙ୍କ ଶିକ୍ଷାକୁ ନେଇ ସରକାର ଚିନ୍ତା ପ୍ରକଟ କରୁଥିବା ବେଳେ କିଛି କମ୍ପାନୀ ଏନେଇ ଖାତିର କରୁନଥିବା ଦେଖାଦେଇଛି। ଏକଥା ଆମେ ନୁହେଁ ଜେଏସ୍.ଡବ୍ଲ୍ୟୁ ପ୍ରକଳ୍ପ ର କାମ କହୁଛି । ବଙ୍ଗଳା ପଡାରେ ରହିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ହେଲେ ସ୍କୁଲ ଥିବା ଜାଣି ମଧ୍ୟ ପାଚେରୀ ବୁଲାଇଦେଇଛି କମ୍ପାନୀ । ଆସନ୍ତୁ ଜାଣିବା ପୁରା ଘଟଣାକ୍ରମ। 

Advertisement
JSW Company: ଭିତରେ ସ୍କୁଲ, ଏପଟେ ପାଚେରୀ ବୁଲାଇଦେଲା ଜେଏସଡବ୍ଲୁ କମ୍ପାନୀ
Stop
Rasmita Sahoo|Updated: Feb 13, 2023, 03:22 PM IST

JSW Company: ପ୍ରସ୍ତାବିତ ଜେଏସ୍.ଡବ୍ଲ୍ୟୁ ପ୍ରକଳ୍ପ ପାଚେରୀ ଭିତରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ଜଗତସିଂହପୁର ଜିଲ୍ଲା ଢ଼ିଙ୍କିଆ ପଞ୍ଚାୟତ ଯୋଗୀସାହି ର ବଙ୍ଗଳା ପଡାରେ ରହିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ' ବଙ୍ଗାଳି ପଡା ) ଏହି ବିଦ୍ୟାଳୟ ଟି ପ୍ରାଚୀର ଭିତରେ ରହିଥିବା ବେଳେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଏହି ସ୍କୁଲରେ ପାଠ ପଢୁଛନ୍ତି। ଜେଏସ୍ ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସରିବା ପରେ ଇଡକୋ ପକ୍ଷରୁ ଉକ୍ତ ଅଞ୍ଚଳରେ ଅସ୍ଥାୟୀ ପ୍ରାଚୀର ନିର୍ମାଣ କରାଯାଇଛି। 

ତେବେ ଏହି ପ୍ରାଚୀର ଭିତରେ ପାନବରଜ ଭଙ୍ଗା କାର୍ଯ୍ୟ ଶେଷ ହୋଇଥିବା ବେଳେ ଘର ଭଙ୍ଗା କାର୍ଯ୍ୟ ଜାରି ରହିଛି। ହେଲେ ପ୍ରାଚୀର ଭିତରେ ରହି ଯାଇଥିବା ଯୋଗୀସାହୀ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଞ୍ଚଳରେ ରହି ଯାଇଥିବାରୁ ଏବେ ପ୍ରାଚୀର ର ଗଳାବାଟ ଦେଇ ସ୍କୁଲ ଛାତ୍ରଛାତ୍ରୀ (School Student) ଓ ଶିକ୍ଷକ ମାନେ ଯାତାୟାତ କରୁଛନ୍ତି। ଏହି ସ୍କୁଲ ପାଇଁ ଯାଗା ଚିହ୍ନଟ ହୋଇ ନଥିବାରୁ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ମାନେ ଦୀର୍ଘ ୬ମାସ ହେବ ଏହି ପାଚେରୀ ଗଳାବାଟ ଦେଇ ଯାଆ ଆସ କରୁଥିବା ର ଦୃଶ୍ୟ ଏବେ ଭାଇରାଲ୍ ହେବାରେ ଲାଗିଛି। 

Video Link: https://www.facebook.com/ZeeOdisha/videos/1005439813750142

ଅନ୍ୟପଟେ ପ୍ରାଚୀର ର ମୁଖ୍ୟ ଫାଟକ (Main Gate) ଓ ଗଳାବାଟ ରେ ସୁରକ୍ଷା କର୍ମୀ ମୁତୟନ ହୋଇଥିବା ରୁ ସାଧାରଣ ଅଞ୍ଚଳ ବାସୀଙ୍କୁ ପ୍ରବେଶ ନିଷେଧ ରହିଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାର ଭିତରେ। ତେଣୁ ଏନେଇ ସ୍କୁଲ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଙ୍କୁ ପଚାରିଲେ କ୍ୟାମେରା ସମ୍ମୁଖରେ ସଠିକ୍ ଭାବେ କିଛି କହୁନଥିବା ବେଳେ ସ୍କୁଲ କୁ ଯିବା ପାଇଁ ଅନେକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହୁଥିବାର ଦେଖିବାର ମିଳିଛି।

Read More
{}{}