Hindi News >>Home >>Odisha State

Jharsuguda Bypoll: ପ୍ରଭାବ ପକାଇବ କି ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ?

ରାଉରକେଲା: ମାତ୍ର କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ବାଜି ସାରିଲାଣି ନିର୍ବାଚନ ବିଗୁଲ୍। ଗତ ଜାନୁଆରୀ ୨୯ ତାରିଖରେ ରାଜ୍ୟର ବରିଷ୍ଠ ନେତା ତଥା ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଙ୍କ ବିଚ୍ ରାସ୍ତାରେ ଜଣେ ପୋଲିସ କର୍ମୀଙ୍କ ଦ୍ଵାରା ଗୁଳିକରି ନିର୍ମମ ହତ୍ୟା ର ଠିକ୍ ଦୁଇମାସ ପରେ ଉପ

Advertisement
Jharsuguda Bypoll: ପ୍ରଭାବ ପକାଇବ କି ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ?
Stop
Susanta Kumar Dash|Updated: Apr 03, 2023, 07:47 AM IST

Election news in Odia: ରାଉରକେଲା: ମାତ୍ର କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ବାଜି ସାରିଲାଣି ନିର୍ବାଚନ ବିଗୁଲ୍। ଗତ ଜାନୁଆରୀ ୨୯ ତାରିଖରେ ରାଜ୍ୟର ବରିଷ୍ଠ ନେତା ତଥା ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଙ୍କ ବିଚ୍ ରାସ୍ତାରେ ଜଣେ ପୋଲିସ କର୍ମୀଙ୍କ ଦ୍ଵାରା ଗୁଳିକରି ନିର୍ମମ ହତ୍ୟା ର ଠିକ୍ ଦୁଇମାସ ପରେ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛି ନିର୍ବାଚନ ଆୟୋଗ।ଯାହାକୁ ନେଇ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ରେ ଗତ ତିନିଦିନ ଠାରୁ ଲାଗୁ ହେଲାଣି ଆଦର୍ଶ ଆଚରଣ ବିଧି। ଆଗାମୀ ମଇ ଦଶ ତାରିଖରେ ଜିଲ୍ଲା ରେ କିଭଳି ସୁରୁଖୁରୁରେ ନିର୍ବାଚନ ସମ୍ପନ୍ନ ହେବ ସେନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି।

ଏହି ଉପ ନିର୍ବାଚନରେ ମୋଟ ୨ ଲକ୍ଷ ୨୧ ହଜାର ୭୩ ଜଣ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ୧୦ହଜାର୬୮୭ ଜଣ ମହିଳା ଭୋଟର ଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ରହିଛି ୧ଲକ୍ଷ୧୦ହଜାର୩୨୩ଜଣ। ୬୩ଜଣ ଅନ୍ୟ ବର୍ଗର ଅଛନ୍ତି। ତେବେ ଯଦି ଚଳିତ ନିର୍ବାଚନ ରେ ଫଳାଫଳ କଥା ଚିନ୍ତା କରାଯାଏ ତେବେ ସ୍ପଷ୍ଟ ଭାବେ କହିହେବ, ଏଥର ଫଳାଫଳ ସ୍ଥିର କରିବ ଯୁବ ଭୋଟର ଓ ପୌର ନିଗମ ଭୋଟର ଙ୍କ ମତାମତ। କାରଣ ମୋଟ୍ ଭୋଟରଙ୍କ ମଧ୍ୟରୁ ୭୧୧୧୩ ଜଣ ଭୋଟର ଝାରସୁଗୁଡ଼ା ପୌରାଞ୍ଚଳ ରୁ ହୋଇଥିବା ବେଳେ, ବୟସ ବର୍ଗରେ ୨୦ରୁ୨୯ ବର୍ଷ ବୟସ୍କ ୪୫୬୮୯ ଜଣ(୨୦.୬୭%), ୩୦ରୁ୩୯ ବର୍ଷ ବୟସ୍କ ସର୍ବାଧିକ ୫୫୦୮୦ଜଣ(୨୪.୯୧%) ଓ ୪୦ରୁ୪୯ ବର୍ଷ ବୟସ୍କ ୪୯୧୩୧ ଜଣ (୨୨.୨୨%) ଭୋଟର ରହିଛନ୍ତି।ଯାହା ନିର୍ବାଚନ ଫଳାଫଳ ରେ ନିର୍ବାହ କରିବ ଗୁରୁତ୍ବପୂର୍ଣ୍ଣ ଭୂମିକା। ତେବେ ଦୀର୍ଘ ଦୁଇ ଦଶନ୍ଧି ରୁ ଉର୍ଦ୍ଧ ସମୟ ଧରି ଜିଲ୍ଲାରେ ଦୃଢ଼ ପତିଆରା ଥିବା ଦୁଇ ବରିଷ୍ଠ ନେତା କିଶୋର ମହାନ୍ତି ଓ ନବ ଦାଶ ଚଳିତ ନିର୍ବାଚନ ରେ ନଥିବା ବେଳେ, ଭୋଟର ଙ୍କୁ ଆକୃଷ୍ଟ କରିବା ପାଇଁ କେଉଁ ଦଳ କି ପ୍ରକାର ରଣନୀତି ଆପଣାଉଛି ତାହା ସମୟ ସହିତ ସ୍ପଷ୍ଟ ହେବ।

ଅନ୍ୟପଟେ ଝାରସୁଗୁଡା ଉପ ନିର୍ବାଚନ ତାରିଖ ଘୋଷଣା ପରେ ତତ୍ପର ହୋଇଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ। ତାରିଖ ଘୋଷଣା ର ମାତ୍ର କେଇ ଘଣ୍ଟା ପରେ ବିଜେଡ଼ି ପ୍ରାର୍ଥୀଙ୍କର ନାମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନୁକମ୍ପା ମୂଳକ ଭାବରେ ସ୍ବର୍ଗତ ନବ ଦାଶ ଙ୍କର ଝିଅ ସୁଶ୍ରୀ ଦୀପାଲି ଦାସଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା ପରେ ଦୀପାଳି ଦାସଙ୍କର ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ରାଜନୈତିକ ଜୀବନର ପ୍ରଥମ ସୋପାନ ମିଳିଛି, ହେଲେ ବାପା ପାଖରେ ନାହାନ୍ତି କହି ଭାବୁକ ହୋଇଛନ୍ତି ଦୀପାଳି। ବାପାଙ୍କର ଆଶୀର୍ବାଦ ସାଙ୍ଗରେ ଅଛି ଏବଂ ଏହି ବିଶେଷ ଦିନରେ ବାପାଙ୍କୁ ମନେ ପକାଉଥିବା କହିଛନ୍ତି ଦୀପାଳି। ମୁଖ୍ୟମନ୍ତ୍ରୀ ଆମ ପରିବାର ବର୍ଗଙ୍କୁ ବିଶ୍ୱାସ ଦେଖାଇଥିବାରୁ ଧନ୍ୟବାଦ ଦେବା ସହିତ ବାପା ନବ ଦାସଙ୍କର ଦେଖାଇଥିବା ରାସ୍ତାରେ ଯିବା ଏବଂ ବାପାଙ୍କର ବିକାଶ ମୂଳକ ସପ୍ନ କୁ ପୁରଣ କରିବା ଲକ୍ଷ ରହିବ ବୋଲି କହିଛନ୍ତି ଦୀପାଳି ଦାସ। 

ତେବେ ଗୋଟେପଟେ ଦୀର୍ଘ ଦୁଇମାସ ପୁରି ଯାଇଥିଲେ ମଧ୍ୟ ପଦବୀରେ ଥିବା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ବିଚ୍ ରାସ୍ତାରେ ପୋଲିସ କର୍ମୀଙ୍କ ଦ୍ବାରା ଗୁଳିକରି ହତ୍ୟା ରହସ୍ୟ ଏଯାବତ୍ ଉନ୍ମୋଚନ ହୋଇପାରି ନଥିବା ଅନେକ ପ୍ରଶ୍ନ ସୃଷ୍ଟି କରୁଥିବା ବେଳେ ସେସବୁକୁ ଭୁଲି ଝିଅ ପ୍ରାର୍ଥୀ ହୋଇ ଅନୁକମ୍ପା ହାତେଇବା ପାଇଁ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବା ବିରୋଧୀଙ୍କ ପାଇଁ ସୃଷ୍ଟି କରିଛି ସୁଯୋଗ। ଯାହାକୁ ନେଇ ସିଧାସଳଖ ଟାର୍ଗେଟ କରିଛନ୍ତି ଜିଲ୍ଲାର ଯୁବ ବିଜେପି ନେତା ତଥା ଆଶାୟୀ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ନବ ଦାଶ ହତ୍ୟାକାଣ୍ଡ ଘଟଣାକୁ ମୁଦ୍ଦା କରି, ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ଲାଗି ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚେଷ୍ଟା କରୁଛି ବିଜେପି।

ଅନ୍ୟପଟେ ଝାରସୁଗୁଡ଼ା ରେ ହୋଇଥିବା ମୋଟ ୧୬ଥର ନିର୍ବାଚନ ମଧ୍ୟରୁ ୧୦ଥର ବାଜିମାତ କରିଥିବା କଂଗ୍ରେସ ମଧ୍ୟ ପୁଣି ଥରେ ଅଣ୍ଟା ସଳଖିବା ପାଇଁ ଚେଷ୍ଟା ଆରମ୍ଭ କରିଛି । ଶନିବାର ଦିନ ଝାରସୁଗୁଡ଼ା ସହରାଞ୍ଚଳର ପୁରୁଣାବସ୍ତି ଠାରେ ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ବାଚସ୍ପତି ତଥା କଂଗ୍ରେସର ବରିଷ୍ଠ ନେତା କିଶୋର ପଟେଲ ଙ୍କ ସମେତ ବହୁ କଂଗ୍ରେସ ନେତାଙ୍କ ଯୋଗଦାନ ଝାରସୁଗୁଡ଼ା ରାଜନୀତି କୁ କରିଛି ଉଷ୍ମ। କଂଗ୍ରେସ ମଧ୍ୟ ଚଳିତ ନିର୍ବାଚନ ପାଇଁ ଯୁବ ନେତୃତ୍ୱ ଉପରେ ନିର୍ଭରଶୀଳ ଥିବା ବେଳେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ଲାଇକେରା ବାସିନ୍ଦା ହେମାନନ୍ଦ ବିଶ୍ବାଳ ଙ୍କ ଝିଅ ଅନିତା ବିଶ୍ବାଳ, ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ, ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର, ପୂର୍ବତନ ପ୍ରାର୍ଥୀ ମହେନ୍ଦ୍ର ନାୟକ ଆଦି ଆଶାୟୀ ପ୍ରାର୍ଥୀ ମାନଙ୍କ ମଧ୍ୟରୁ ଯଥାଶୀଘ୍ର ପ୍ରାର୍ଥୀ ଚୟନ କରାଯିବ ବୋଲି କହିଛନ୍ତି ରାଜ୍ୟ କଂଗେସ ସଭାପତି ଶରତ ପଟ୍ଟନାୟକ।

ତେବେ ଏସବୁ ମଧ୍ୟରେ ନିର୍ବାଚନ ପୂର୍ବରୁ ନବ ଦାଶ ହତ୍ୟାକାଣ୍ଡ ର କାରଣ ଉପରୁ ପରଦା ହଟି ପାରୁଚି କି ନାହିଁ , ଏବଂ ନିର୍ବାଚନ ରେ ଏହା କିପରି ପ୍ରଭାବ ପକାଉଛି ତାହା ଉପରେ ରହିଛି ସଭିଙ୍କ ନଜର।

Also Read: Horoscope Today 3 April 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ

Also Read: Mahalaxmi Rajyog: ୩ ଦିନ ପରେ ସୃଷ୍ଟି ହେବ ମହାଲକ୍ଷ୍ମୀ ରାଜ ଯୋଗ, ଏସବୁ ରାଶିଙ୍କ ଉପରେ ବର୍ଷିବ ଟଙ୍କା

Read More
{}{}