Hindi News >>Home >>Odisha State

Weather Update: ପଶ୍ଚିମା ଝଡ଼ ପ୍ରଭାବରେ ୩ ଦିନ ବର୍ଷା ସମ୍ଭାବନା, ୧୧ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

Weather Update:  ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଦୁଇରୁ ୩ ଦିନ ଯାଏଁ ଝଡ଼ ପବନ ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୧ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ନେଇ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 15, 2023, 02:18 PM IST

Weather Update:  ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଦୁଇରୁ ୩ ଦିନ ଯାଏଁ ଝଡ଼ ପବନ ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବା ନେଇ ସମ୍ଭବନା ରହିଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତକର୍ତା ଜାରି କରାଯାଇଛି । କେନ୍ଦୁଝର, ବାଲେଶ୍ବର, ଯାଜପୁର, ମୟୁରଭଞ୍ଜ, ରାୟଗଡ଼, ଗଜପତି, ଭଦ୍ରକ, କୋରେପୁ଼ଟ ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ନେଇ ୟଲୋ ୱାର୍ଣ୍ଣିଂ( Yellow alert) ଜାରି କରାଯାଇଛି । 

କିଛିଦିନ ହେବ ଅସହାୟ ଗରମ ସାଙ୍ଗକୁ ମୁଣ୍ତଫଟା ଖରାରେ ଅତିଷ୍ଠ ହୋଇପଡ଼ିଥିଲେ ଲୋକେ ରାଜ୍ୟବାସୀ । ଟାଇଁ ଟାଇଁ ଖରା ଯୋଗୁଁ ଦିନ ୧୦ଟା ପରେ ଘରୁ ବାହାରିବା ମୁସକ୍କିଲ ହୋଇପଡୁଥିଲା ।  ତେବେ ମୁଣ୍ତଫଟା ତାତିରୁ ଲୋକଙ୍କୁ ଏବେ ସାମାନ୍ୟ ଆଶ୍ବସ୍ତି ମିଳିବ । ଆସନ୍ତକାଲି ଅର୍ଥାତ୍ ୧୬ ତାରିଖ ଦିନ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ଭୁବନେଶ୍ବର ପାଣିପାଗ ବିଭାଗ(METEOROLOGICAL CENTRE BHUBANESWAR) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏପରିକି ଉତ୍ତର ଉପକୂଳର ୧୩ଟି ଜିଲ୍ଲାରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏନେଇ ଏହି ଜିଲ୍ଲା ଗୁଡ଼ିକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ବାକି ଅନ୍ୟ ୧୭ଟି ଜିଲ୍ଲାରେ ମଧ୍ଯ ବର୍ଷା ହେବା ନେଇ ସମ୍ଭବନା ରହିଛି ।

ଏହାମଧ୍ଯ ପଢନ୍ତୁ-Driver Strike Odisha: ଷ୍ଟ୍ରିୟରିଂ ଛାଡ଼ି ରାଜରାସ୍ତାରେ ଡ୍ରାଇଭରଙ୍କ ଗର୍ଜନ, ଲୋକେ ହନସନ୍ତ

ଏହା ବି ପଢନ୍ତୁ- DA Hike: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍

ଅନ୍ୟପଟେ ଏଯାବତ୍ କିଛି ସ୍ଥାନରେ ପଶ୍ଚିମା ଝଡ଼ ହୋଇଥିଲେ ମଧ୍ଯ ତାତି କମିନଥିବା ଦେଖି୍ବାକୁ ମିଳିଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୩୮.୭ ଡ୍ରିଗ୍ରୀ ତାପମାତ୍ରା ରେର୍କଡ଼ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ୩୮.୨ ଡିଗ୍ରୀ ରେକର୍ଡ଼ କରାଯାଇଛି । ତେବେ ଆଗ ତୁଳନାରେ ଆଜି ତାପମାତ୍ରା ସାମାନ୍ୟ କମ ରହିବା ସହ ଲୋକଙ୍କୁ ଅସହ୍ୟ ଗରମରୁ ମୁକ୍ତି ମିଳିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।  

Read More
{}{}