Hindi News >>Home >>Odisha State

Men’s Hockey World Cup 2023: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହେଲା ହକି ମହାକୁମ୍ଭ, ବିଶ୍ୱସ୍ତରୀୟ ଆୟୋଜନକୁ ନେଇ ଭରପୁର ପ୍ରଶଂସା ସାଉଣ୍ଟୁଛି ଓଡ଼ିଶା

Men’s Hockey World Cup 2023: କୋଭିଡ ମହାମାରୀ ସମୟରେ ଖେଳାଳିମାନଙ୍କ ପାଇଁ କେନ୍ଦ୍ର ସରକାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଅନୁରାଗ ଠାକୁର। ହକି ଷ୍ଟାଡିୟମ ଦେଶକୁ ଉପହାର ଦେଇଥିବାରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ। ଦ୍ଵିତୀୟ ଥର ପାଇଁ ହକି ବିଶ୍ଵ କପ ଓଡ଼ିଶାରେ ଆୟୋଜିତ ହୋଇଥିବାରୁ ହକି ଇଣ୍ଡିଆ ପ୍ରେସିଡେଣ୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

Advertisement
Men’s Hockey World Cup 2023: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହେଲା ହକି ମହାକୁମ୍ଭ, ବିଶ୍ୱସ୍ତରୀୟ ଆୟୋଜନକୁ ନେଇ ଭରପୁର ପ୍ରଶଂସା ସାଉଣ୍ଟୁଛି ଓଡ଼ିଶା
Stop
Zee Odisha Desk|Updated: Jan 11, 2023, 09:08 PM IST

Men’s Hockey World Cup 2023: କଟକ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ୱକପ ୨୦୨୩। ବାରବାଟୀ ଷ୍ଟାଡି଼ୟମରେ ଅନୁଷ୍ଠିତ ହୋଇ ଯାଇଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଶୁକ୍ରବାର ଠାରୁ ଲଢେଇ ଆରମ୍ଭ ହେବ। ତେବେ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନାମୀଦାମୀ କଳାକାରମାନେ ଯୋଗଦାନ କରିଥିଲେ। ଓଡ଼ିଆ ସିନେ ତାରକା ସବ୍ୟସାଚୀ-ଅର୍ଚ୍ଚିତା ମଞ୍ଚ ଉପରେ ନିଜର ଜଲୱା ଦଖାଇଥିବାବେଳେ ସମୟ ସହ ବଲିଉଡ ସେଲିବ୍ରିଟଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଉତ୍କଣ୍ଠା ରହିଥିବା ଦେଖିବାକୁ ମିଳିଥିଲା। କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେଉଛି ଉତ୍ସବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶବିଦେଶର ଅତିଥି ଯୋଗ ଦେଇଛନ୍ତି।

ସେପଟେ ବାରବାଟୀରେ ଦୁଇ ଘଣ୍ଟା କାଳ ବାରବାଟୀରେ ଉପସ୍ଥିତ ରହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ସଂଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ବାରବାଟୀରେ ରହିବେ। ଏକ ହଜାର ଭିଭିଆଇପିଙ୍କ ସମେତ ଦୁଇ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଉତ୍ସବରେ ସାମିଲ ହୋଇଥିଲେ ବଲିଉଡ୍ ଷ୍ଟାର୍ ରଣବୀର ସିଂ, ଦିଶା ପଟାନୀ, ମନିଷ ପଲ୍। ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ଟିମ ଜଲଓ୍ବା ଦେଖାଇଥିଲା। ସେପଟେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଓ୍ବେଲକମ୍ ସଙ୍ଗ୍ ଲେଖିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରୀତମ୍। ଏଥିରେ କଣ୍ଠଦାନ କରିଛନ୍ତି କୋରାପୁଟ ଝିଅ ନମିତା ମେଲକା।

ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ବନାଇଛନ୍ତି ବିଶ୍ବକପ୍ ଆନ୍ଥେମ୍। ଏହାକୁ ଗାଇଛନ୍ତି ସୁଖବିନ୍ଦର ସିଂ। ଉତ୍ସବରେ ପ୍ରସିଦ୍ଧ କେ ପପ୍ ବ୍ୟାଣ୍ଡ ବ୍ଲାକ୍ ସ୍ବାନ୍ ଗ୍ରୁପ୍ ସାମିଲ ହୋଇଥିଲେ। ଉତ୍ସବ ପାଇଁ ନବବଧୂ ପରି ସଜେଇ ହୋଇଥିଲା ସିଲଭର ସିଟି କଟକ। ରାସ୍ତା ସାରା ସୌନ୍ଦର୍ଯ୍ୟର ପସରା। ବଡ଼ବଡ଼ ହୋଡିଂ ସହିତ କଲରଫୁଲ ବ୍ୟାନର। ଷ୍ଟାଡିୟମ ରାସ୍ତାର ଗୌରବ ବଢାଉଛି କାଂସ୍ୟମୂର୍ତ୍ତି। ଦର୍ଶକକଙ୍କ ଖଚାଖଚ ଭିଡ ଭିତରେ ଷ୍ଟାଡିୟମର ମାହୋଲ ହିଁ ହକି ବିଶ୍ୱକପକୁ ସ୍ୱାଗତ କରୁଛି।

ସେପଟେ ବାରବାଟୀରେ ଏହି ଉଦଘାଟନୀ ଉତ୍ସବରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଯୋଗ ଦେଇଥିଲେ। ସନ୍ଧ୍ୟା ସମୟରେ ଆଜି କଟକ ବାରବାଟୀ ଷ୍ଟାଡ଼ିୟମରେ ପହଞ୍ଚିଥିଲେ। ଆୟୋଜନକୁ ଦେଖି ବେଶ ଖୁସି ବ୍ୟକ୍ତ କରିଥିଲେ। ଜୟ ଜଗନ୍ନାଥ, ନମସ୍ତେ ଓଡିଶା ଓ ନମସ୍ତେ ଇଣ୍ଡିଆରୁ ନିଜ ଭାଷଣ ଆରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ। ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଓ କ୍ରୀଡାବିତଙ୍କୁ ସମ୍ମାନ ପ୍ରଦାନ କରି ହକି ଉଦଘାଟନୀ ଉତ୍ସବରେ ନିଜର ମତ ଉପସ୍ଥାପନ କରିଥିଲେ। ଏହି ହକି ଦେଖିବା ପାଇଁ ପୁରା ବିଶ୍ୱ ଅପେକ୍ଷା କରିଛି। କଟକ ମଇଦାନରେ ଏହା ସବୁଠୁ ଭବ୍ୟ ଆୟୋଜନ। ଆପଣମାନଙ୍କ ସ୍ୱରରୁ ଜଣାପଡୁଛି ଯେ ଓଡିଶା ଓ ଭାରତରେ ହକିକୁ କେତେ ମାତ୍ରାରେ ଭଲ ପାଇବା ମିଳେ। ୧୯୨୦ ଅଲମ୍ପିକରେ କଥା ମନେ ପକେଇଲା କେନ୍ଦ୍ର ମନ୍ତ୍ରୀ। ଧ୍ୟାନଚାନଙ୍କୁ ମଧ୍ୟ ମନେ ପକାଇଛନ୍ତି ଅନୁରାଗ। ସେ ଧ୍ୟାନଚାନ୍ଦଙ୍କୁ ଭାରତର ଗର୍ବ ବୋଲି କହିଥିଲେ। ହକିରେ ନିଜର ପ୍ରଦର୍ଶନ ଦେଖାଇ ଦେଶ ପାଇଁ ଗୌରବ ଆଣିଥିବା କ୍ରୀଡ଼ାବିତଙ୍କ ବାବଦରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

କୋଭିଡ ମହାମାରୀ ସମୟରେ ଖେଳାଳିମାନଙ୍କ ପାଇଁ କେନ୍ଦ୍ର ସରକାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଅନୁରାଗ ଠାକୁର। ହକି ଷ୍ଟାଡିୟମ ଦେଶକୁ ଉପହାର ଦେଇଥିବାରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ। ଦ୍ଵିତୀୟ ଥର ପାଇଁ ହକି ବିଶ୍ଵ କପ ଓଡ଼ିଶାରେ ଆୟୋଜିତ ହୋଇଥିବାରୁ ହକି ଇଣ୍ଡିଆ ପ୍ରେସିଡେଣ୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ସେହିପରି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ "ଜୟ ଜଗନ୍ନାଥ" କହି ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହାପରେ ନୂଆବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଥିଲେ ନବୀନ। ଏହା ପରେ ସମସ୍ତ ଦଳର ଖେଳାଳିଙ୍କୁ ଶୁଭକାମନା ଜଣାଇଥିଲେ। ଶେଷରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଥିଲେ। ବନ୍ଦେ ଉତ୍କଳଜନନୀ କହି ମୁଖ୍ୟମନ୍ତ୍ରୀ ଭାଷଣ ଶେଷ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଏବଂ ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ବ୍ଲାକ ସ୍ବାନ୍‌ ଗ୍ରୁପ ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ଓଲିଉଡ ଷ୍ଟାର୍‌ କପଲ ସବ୍ୟସାଚୀ ଓ ଅର୍ଚ୍ଚିତା ସାମିଲ ହୋଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଷ୍ଟାଡିୟମରେ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Read More
{}{}