Hindi News >>Home >>Odisha State

Koraput: ସାମ୍ନାକୁ ଆସିଲା ସ୍ବାସ୍ଥ୍ୟାବସ୍ଥାର ବିକଳ ଚିତ୍ର, ପୁଣି ଭାରରେ ବୁହା ହେଲେ ରୋଗୀ

Koraput News: ଫେଲ ମାରିଛି ସରକାରଙ୍କ ଆମ୍ବୁଲାନ୍ସ ଯୋଜନା । ପୁଣି ଭାରର ବୁହା ହୋଇଛନ୍ତି ରୋଗୀ। ଭଲ ରାସ୍ତା ନ ଥିବାରୁ ଗ୍ରାମ ଭିତରକୁ ଆସିପାରିନଥିଲା ଆମ୍ବୁଲାନ୍ସ । ଫଳରେ ତିନି କିଲୋମିଟର ଯାଏଁ ରୋଗୀଙ୍କୁ ଭାରରେ ବୋହି ନେଇଛନ୍ତି ପରିବାର ଲୋକେ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବନ୍ଧୁଗାଁ ଅଞ୍ଚଳରେ। 

Advertisement
Koraput: ସାମ୍ନାକୁ ଆସିଲା ସ୍ବାସ୍ଥ୍ୟାବସ୍ଥାର ବିକଳ ଚିତ୍ର, ପୁଣି ଭାରରେ ବୁହା ହେଲେ ରୋଗୀ
Stop
Payal Priyadarshini|Updated: Mar 18, 2023, 02:49 PM IST

Koraput News: ପୁଣି ପଦାରେ ପଡ଼ିଛି  ସରକାରଙ୍କ ସ୍ବାସ୍ଥ୍ୟାବସ୍ଥାର ନଗ୍ନ ଚିତ୍ର । ଫେଲ ମାରିଛି ସରକାରଙ୍କ ଆମ୍ବୁଲାନ୍ସ ଯୋଜନା । ପୁଣି ଭାରର ବୁହା ହୋଇଛନ୍ତି ରୋଗୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବନ୍ଧୁଗାଁ ଅଞ୍ଚଳରେ। ଭଲ ରାସ୍ତା ନ ଥିବାରୁ ଗ୍ରାମ ଭିତରକୁ ଆସିପାରିନଥିଲା ଆମ୍ବୁଲାନ୍ସ । ଫଳରେ ତିନି କିଲୋମିଟର ଯାଏଁ ରୋଗୀଙ୍କୁ ଭାରରେ ବୋହି ନେଇଛନ୍ତି ପରିବାର ଲୋକେ।

କୋରାପୁଟ ଜିଲ୍ଲା ଦୀଗୁଭଦ୍ରାପଲ୍ଲୀ ଗାଁରେ ସାମ୍ନାକୁ ଆସିଛି ସ୍ବାସ୍ଥ୍ୟାବସ୍ଥାର ଏହି ବିକଳ ଚିତ୍ର । ଗ୍ରାମର କାମନ୍ନା ତାଡିଙ୍ଗିଙ୍କ ବଡ଼ ପୁଅ ଗଣେଶ ତାଡ଼ିଙ୍ଗି କିଛି ଦିନ ତଳେ ଅସୁସ୍ଥ ଅନୁଭବ କରୁଥିଲା । ପରିବାର ଲୋକେ ଦେଶୀ ଔଷଧ ଦେଇ ତାଙ୍କର ଚିକିତ୍ସା କରିଥିଲେ। କିନ୍ତୁ ଗତକାଲି ହଠାତ୍ ଗଣେଶ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା । ଫଳରେ ପରିବାର ଲୋକେ ମେଡି଼କାଲ ଲାଗି ଆମ୍ବୁଲାନ୍ସ ଡ଼କାଇଥିଲେ । ରାସ୍ତା ଖରାପ ଯୋଗୁଁ ଗାଁ ଭିତରକୁ ଆସିପାରିନଥିଲା ଆମ୍ବୁଲାନ୍ସ । ଫଳରେ ପରିବାର ଲୋକେ ଦୁଇଟି ବାଉଁଶରେ କମ୍ବଳକୁ ବାନ୍ଧି ଭାର ତିଆରି କରିଥିଲେ । ସେହି ଭାର ସାହାଯ୍ୟରେ ପାହାଡିଆ ରାସ୍ତା ଓ ନଦୀ ପାର ହୋଇ ପ୍ରାୟ  ୩ କିଲୋମିଟର ପର୍ଯ୍ୟନ୍ତ ଗଣେଶଙ୍କୁ ବୋହି ନେଇଥିଲେ। ଆନ୍ଧ୍ରର କୁମ୍ବିବାଳସା ଯାଏଁ ଭାରରେ ନେବା ପରେ ସେଠାରୁ ଏକ ଅଟୋ ଭଡ଼ା କରି ପାର୍ବତୀପୁରମ୍ ସରକାରୀ ହସ୍ପିଟାଲରେ ଗଣେଶ ଭର୍ତ୍ତି କରାଇଥିଲେ। ଏହି ଗାଁକୁ ଯାତାୟାତ ପାଇଁ ଆଜି ଯାଏଁ ଭଲ ରାସ୍ତା ଖଣ୍ତିଏ ନିର୍ମାଣ ହୋଇପାରିନାହିଁ। ବନ୍ଧୁଗାଁ ବ୍ଲକ କାର୍ଯ୍ୟାଳୟଠାରୁ ପ୍ରାୟ ୨୫ କିଲୋମିଟର ଓ ସଦର ପଞ୍ଚାୟତଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ରହିଥିବା ଏହି ଗାଆଁ ପ୍ରତି ସେତେ ଯେମିତି ସରକାରଙ୍କ ନିଘା ନାହିଁ। ଫଳରେ ଏଠାକାର ଲୋକେ ଆନ୍ଧ୍ର ଡ଼ାକ୍ତରଖାନା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ଜିଲ୍ଲାରେ ଏପରି ଭାରରେ ବୁହା ହେବା ଘଟଣା ନୂଆ ନୁହେଁ। ପୂର୍ବରୁ ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ, ନାରାୟଣପାଟଣା, ପଟାଙ୍ଗି, ନନ୍ଦପୁର, ଲମତାପୁଟ, ଆଦି ବ୍ଲକ ଅଂଚଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଏବେ ବି ଜିଲ୍ଲାର ଶତାଧିକ ଗ୍ରାମକୁ ସବୁଦିନିଆ ରାସ୍ତା ନ ଥିବାରୁ ଜନସାଧାରଣଙ୍କୁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ଥାଏ । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ରୋଗୀ ଭାରରେ ବୁହା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସୁଛି। ମାତ୍ରା ଏହାକୁ ଗୁରୁତ୍ବର ସହ ନେଉନାହାନ୍ତି ସରକାର। ବାରମ୍ବାର ଏପରି ଅଭିଯୋଗ ପରେ ବି ଏହି ଗୁରୁତ୍ବପୂର୍ଣ୍ଣ ବିଷୟରେ କୌଣସି ଆଖି୍ଦୃଶିଆ ପଦକ୍ଷେପ ନିଆଯାଉନାହିଁ।

ବିଗତ ଦିନରେ ଦାନ ମାଝୀ ସ୍ତ୍ରୀର ଶବକୁ କାନ୍ଧରେ ବୋହିକି ନେବା ପରେ ସାରା ବିଶ୍ୱରେ ଓଡିଶାକୁ ଲଜ୍ଜା ସହିବାକୁ ପଡିଥିଲା । ମାତ୍ର ବାରମ୍ବାର ଏହି ଘଟଣାର ପୁନରାବୃତି ହେଉଥିଲେ ମଧ୍ୟ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ । ସେପଟେ ବିକାଶ ନାଁରେ ରାଜକୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଆଜି ବି ବଣ୍ଡା ଅଞ୍ଚଳରେ ଲୋକ ବହୁତ ପଛରେ ରହିଛନ୍ତି । ଏଣୁ ପ୍ରଶ୍ନ ଉଠିଛି କେବେ ଚେତିବେ ସରକାର? କେବେ ଦୂର ହେବ ଏହି ଗରୀବ ଲୋକଙ୍କ ଦୁର୍ଦଶା ? ଏଭଳି ଅନେକ ପ୍ରଶ୍ନ ଜନତାଙ୍କ ମନରେ ଉଙ୍କୁ ମାରୁଛି  ।

ଏହାମଧ୍ଯ ପଢନ୍ତୁ-Kandhamal News: ନିଶା ଉଜାଡ଼ି ଦେଲା ସଂସାର, ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ ପରେ ନିଜେ...

କୋରାପୁଟରୁ ନିରୋଜ ଶଥପତୀଙ୍କ ରିପୋର୍ଟ ଜୀ ମିଡ଼ିଆ.

Read More
{}{}