Hindi News >>Home >>Odisha State

Sambalpur News:ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କୋର୍ଟ ରୁମ ଭଙ୍ଗା ରୁଜା ଘଟଣା, ତଦନ୍ତ ନେଇ ପହଁଞ୍ଚିଲା ଫେକ୍ଟ ଫାଇଣ୍ଡିଙ୍ଗର ୩ ଜଣିଆ ଟିମ୍

Sambalpur News: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କୋର୍ଟ ରୁମ ଭଙ୍ଗା ରୁଜା ଘଟଣାରେ ୪୫ ଜଣ ଓକିଲଙ୍କ ନିଲମ୍ବନ ଘଟଣାର ତଦନ୍ତ ନେଇ ସମ୍ବଲପୁରରେ ପହଁଞ୍ଚିଲା ଫେକ୍ଟ ଫାଇଣ୍ଡିଙ୍ଗର (Fact Finding team) ୩ ଜଣିଆ ଟିମ୍ । ଗତକାଲି ସନ୍ଧ୍ୟାରେ ଫେକ୍ଟ ଫାଇଣ୍ଡିଙ୍ଗ ତଦନ୍ତ କମିଟିର ତିନି ଜଣ ସଦସ୍ୟ ସମ୍ବଲପୁରରେ ପହଁଞ୍ଚିଛି ବାର କାଉନସିଲ, ଉତ୍ତରାଞ୍ଚଳ ଆଇଜି ଓ ଜିଲ୍ଲାପାଳଙ୍କୁ ଭେଟି ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି ।

Advertisement
Sambalpur News:ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କୋର୍ଟ ରୁମ ଭଙ୍ଗା ରୁଜା ଘଟଣା, ତଦନ୍ତ ନେଇ ପହଁଞ୍ଚିଲା ଫେକ୍ଟ ଫାଇଣ୍ଡିଙ୍ଗର ୩ ଜଣିଆ ଟିମ୍
Stop
Ajay Kumar Nath|Updated: Feb 26, 2023, 11:16 AM IST

Sambalpur News: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କୋର୍ଟ ରୁମ ଭଙ୍ଗା ରୁଜା ଘଟଣାରେ ୪୫ ଜଣ ଓକିଲଙ୍କ ନିଲମ୍ବନ ଘଟଣାର ତଦନ୍ତ ନେଇ ସମ୍ବଲପୁରରେ ପହଁଞ୍ଚିଲା ଫେକ୍ଟ ଫାଇଣ୍ଡିଙ୍ଗର (Fact Finding team) ୩ ଜଣିଆ ଟିମ। ସେମାନେ ହେଲେ ଦେବୀ ପ୍ରସାଦ ଧଳ, ମାନସ ମହାପାତ୍ର ଓ ୱାଇ ଦାସ । ଗତକାଲି ସନ୍ଧ୍ୟାରେ ଫେକ୍ଟ ଫାଇଣ୍ଡିଙ୍ଗ ତଦନ୍ତ କମିଟିର ତିନି ଜଣ ସଦସ୍ୟ ସମ୍ବଲପୁରରେ ପହଁଞ୍ଚିଛି ବାର କାଉନସିଲ, ଉତ୍ତରାଞ୍ଚଳ ଆଇଜି ଓ ଜିଲ୍ଲାପାଳଙ୍କୁ ଭେଟି ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବିକ (BCI) ବାର କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ତଦନ୍ତ ପାଇଁ ଆସିଥିବା ଏହି ଫେକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗତକାଲି ସନ୍ଧ୍ୟାରେ ସମ୍ବଲପୁରରେ ପହଁଞ୍ଚି ପ୍ରଥମେ ସମ୍ବଲପୁର କୋର୍ଟରେ ସେମାନେ ଓକିଲଙ୍କ ସହ ଆଲୋଚନା କରିଥିଲେ, ପରେ ଜିଲ୍ଲାପାଳ ଓ IG ଉତ୍ତରାଞ୍ଚଳଙ୍କୁ ଭେଟିଥିଲେ । ଏଠାରେ ତଦନ୍ତ ସରିବା ପରେ ସେମାନେ ଏକ ରିପୋର୍ଟ ବାର କାଉନସିଲ ଅଫ ଇଣ୍ଡିଆକୁ ଦେବେ । ସେହି ରିପୋର୍ଟ ଆଧାରରେ ୧୮ ମାସ ଲାଇସେନ୍ସ  ନିଲମ୍ବନ ହୋଇଥିବା ପ୍ରାୟ ୪୫ ଜଣ ଓକିଲଙ୍କର ଦେଢ଼ ବର୍ଷର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ। ସୂଚନା ଥାଉ କି, ପଶ୍ଚିମ ଓଡି଼ଶାର ଯେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ(High court bench) ସ୍ଥାପନ ଦାବିରେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଆନ୍ଦୋଳନ ଲାଗି ରହିଛି ।  ତେବେ ଏନେଇ ଗତବର୍ଷ ଡିସେମ୍ବର ୧୨ ତାରିଖରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲ ସଙ୍ଘ ଓ ବିଭିନ୍ନ ସାମାଜିକ ସଂଗଠନର ସଭ୍ୟସଭ୍ୟା ମାନେ ଆନ୍ଦୋଳନ କରି କୋର୍ଟ ରୁମ ଭଙ୍ଗା ରୁଜା କରିଥିଲେ । ଫଳରେ ୪୫ ଜଣ ଓକିଲଙ୍କ ଲାଇସେନ୍ସକୁ ୧୮ ମାସ ପର୍ଯ୍ୟନ୍ତ ରଦ୍ଦ କରିଥିଲେ ବାର କାଉନସିଲ ଅଫ ଇଣ୍ଡିଆ । ପରବର୍ତ୍ତୀ ସମୟରେ କିଛି ଓକିଲ ଓ କିନ୍ନରଙ୍କୁ ପୋଲିସ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ବିଚାର କରି ୪୫ ଜଣ ଓକିଲଙ୍କ ଲାଇସେନ୍ସକୁ ରଦ୍ଦ କରିବା ସହ କିଛି ଓକିଲଙ୍କୁ କାରବରଣ ନିର୍ଦ୍ଦେଶ ଦେଇଥିଲେ । ବାରମ୍ବାର ଜାମିନ ନାମଞ୍ଜୁର ହେବା ପରେ ଏବେ ସେମାନେ ମୁକୁଳିଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଲାଇସେନ୍ସ ରଦ୍ଦ ହୋଇଥିବା ବେଳେ ତାହା ପ୍ରତ୍ୟାହାର ହେବ ନାଁ ନାହିଁ  ତାହାର ତଦନ୍ତ କରିବା ନେଇ ସମ୍ବଲପୁର ଆସି  ତଦନ୍ତ କରୁଛନ୍ତି ଫେକ୍ଟ ଫାଇଣ୍ଡିଂର ତିନି ଜଣିଆ ସଦସ୍ୟ ।

ଜେଲରୁ ମୁକୁଳିବା ପରେ ଓକିଲ ମାନେ କୋର୍ଟ ଯାଉଥିଲେ ସୁଦ୍ଧା ସେମାନେ କୌଣସି କେସରେ ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟ କରିପାରୁନାହାନ୍ତି । ଏହି ତଦନ୍ତ ଆଧାରରେ ସମସ୍ତ ଓକିଲଙ୍କ ନିଲମ୍ବନ ପ୍ରତ୍ୟାହାର ହେବ କି ନାହିଁ ତାହା ଏହି ତିନି ଜଣିଆ ଫେକ୍ଟ ଫାଇଣ୍ଡିଙ୍ଗ ଟିମର ରିପୋର୍ଟ ଉପରେ ନିର୍ଭର କରୁଛି । ତେବେ ଏନେଇ ଫେକ୍ଟ ଫାଇଣ୍ଡିଙ୍ଗ ଟିମର ସଦସ୍ୟଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ।

 

Read More
{}{}