Hindi News >>Home >>Odisha State

Temperature in odisha: ଏବେଠୁ କଲବଲ କଲାଣି ତାତି

Temperature in Odisha: ଫେବୃଆରୀ ନ ସରୁଣୁ ଲୋକଙ୍କୁ କଲବଲ କଲାଣି ମୁଣ୍ତଫଟା ଖରା। ଦିନ ୧୧ଟା ପରେ ବାହାରକୁ ଯିବା ମୁସକିଲ ହୋଇପଡ଼ିଥିବା ବେଳେ ଜନଶୂନ୍ୟ ହୋଇଯାଉଛି ରାସ୍ତାଘାଟ । ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ନେଇ ଆକଳନ କରୁଛି ପାଣିପାଗ ବିଭାଗ । ମଙ୍ଗଳବାର ଦିନ ତାପମାତ୍ରା ୩୮ ଡି଼ଗ୍ରୀ ରହିଥିଲା । ଯାହା ଚଳିତବର୍ଷର ଏହା ସର୍ବାଧିକ ତାପମାତ୍ରା ବୋଲି କୁହାଯାଇଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Feb 22, 2023, 07:36 PM IST

Temperature in Odisha: ଫେବୃଆରୀ ନ ସରୁଣୁ ଲୋକଙ୍କୁ କଲବଲ କଲାଣି ମୁଣ୍ତଫଟା ଖରା। ଦିନ ୧୧ଟା ପରେ ବାହାରକୁ ଯିବା ମୁସକିଲ ହୋଇପଡ଼ିଥିବା ବେଳେ ଜନଶୂନ୍ୟ ହୋଇଯାଉଛି ରାସ୍ତାଘାଟ । ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ନେଇ ଆକଳନ କରୁଛି ପାଣିପାଗ ବିଭାଗ । ମଙ୍ଗଳବାର ଦିନ ତାପମାତ୍ରା ୩୮ ଡି଼ଗ୍ରୀ ରହିଥିଲା । ଯାହା ଚଳିତବର୍ଷର ଏହା ସର୍ବାଧିକ ତାପମାତ୍ରା ବୋଲି କୁହାଯାଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଗତବର୍ଷ ତୁଳନାରେ ଚଳିତ ବର୍ଷ ତାପମାତ୍ରା ସାମାନ୍ୟ ଅଧିକ ରହିବ। ଗତବର୍ଷ ଫେବୃଆରୀ ମାସରେ ରାଜଧାନୀରେ ସର୍ବାଧିକ ତାପମାତ୍ରା 34.5 ଡି଼ଗ୍ରୀ ରେକର୍ଡ କରାଯାଇଥିଲା ଶ୍ରୀ ଦାସ ସୂଚନା ଦେଇଛନ୍ତି। ଆସନ୍ତା ଦୁଇ ୩ ଦିନ ମଧ୍ୟରେ ତାପମାତ୍ରା ଆହୁରୀ ବଢ଼ିବା ନେଇ ଆଶଙ୍କା କରାଯାଉଛି । ତେବେ କେବଳ ରାଜଧାନୀ ନୁହେଁ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ ଏବେଠୁ ତାତି ଅନୁଭୂତ ହେଲାଣି। କିଛି ଜିଲ୍ଲାରେ ୩୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ଦେଖିବାକୁ ମିଳିଛି। ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ବେଳକୁ ଓଡ଼ିଶାରେ ପ୍ରଚଣ୍ଡ ଖରା ହେବା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହେବ।

ଏହି ସମୟରେ ରାଜ୍ୟର କେତେକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଟପିପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଅନ୍ୟପକ୍ଷରେ ସୋମବାର ଦିନ ଜି.ଉଦୟଗିରିରେ ୧୧.୪ ଡିଗ୍ରୀ ସେଲସିୟସ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ରାଜଧାନୀ ଭୁବନେଶ୍ଵରରେ ୨୦.୨ ଡିଗ୍ରୀ ଓ କଟକରେ ୨୦.୬ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି। ମଙ୍ଗଳବାର ଅନୁଗୁଳ ସହରର ତାପମାତ୍ରା 37.1 ଡ଼ିଗ୍ରୀ ଥିବା ବେଳେ ତାଳଚେରର ତାପମାତ୍ରା 37 ଡ଼ିଗ୍ରୀ ତାପମାତ୍ରା ରହିଥିଲା  ସେହିପରି ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଓ ବୌଦ୍ଧରେ ତାପମାତ୍ରା 36.9 ଡିଗ୍ରୀ ସେଲସିୟସ ରେକର୍ଡ କରାଇଯାଥିବା ବେଳେ ସୋନପୁରରେ 36.8, ଝାରସୁଗୁଡ଼ାରେ 36.8, ମାଲକାନଗିରିରେ 36.5, ସମ୍ବଲପୁରରେ 36.5, ହୀରାକୁଦରେ 36.3, ଟିଟିଲାଗଡ଼ରେ 36, ବାରିପଦାରେ 36 ଓ ଭଦ୍ରକରେ 36 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

 

 

 

 

Read More
{}{}