Hindi News >>Home >>Odisha State

Sambalpur: ନବଙ୍କ ମୃତ୍ୟୁରେ ଫିକା ପଡ଼ିଲା କୃଷି ମେଳା !

Sambalpur: ଖାଁ ଖାଁ ପଡ଼ିଛି ପୂରା କୃଷି ମେଳା । ଦୁଇ ତିନି ଦିନ ହେବ ଲୋକ ଦେଖାଯାଉ ନାହାନ୍ତି । ମୁଣ୍ଡରେ ହାତ ଦେଇ ବସିଛନ୍ତି ଦୋକାନୀ । ସମ୍ବଲପୁରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏହି କୃଷି ମେଳାରେ ଭଲ ବ୍ୟବସାୟ ନେଇ ଆଶା କରିଥିଲେ ବ୍ୟବସାୟୀ । କିନ୍ତୁ ନବ ଦାସଙ୍କ ମୃତ୍ୟୁ ପରେ ଫିକା ପଡ଼ିଯାଇଛି ମେଳା ।

Advertisement
Sambalpur: ନବଙ୍କ ମୃତ୍ୟୁରେ ଫିକା ପଡ଼ିଲା କୃଷି ମେଳା !
Stop
Payal Priyadarshini|Updated: Jan 31, 2023, 05:59 PM IST

Sambalpur: ରବିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁରେ ତାଜୁବ ହୋଇଯାଇଥିଲା ପୂରା ରାଜ୍ୟ । ASI ଗୋପାଳ ଦାସଙ୍କ ଗୁଳି ମାଡ଼ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ଏହି ବରିଷ୍ଠ ରାଜନେତା । ତେବେ ନବ ଦାସଙ୍କ ମୃତ୍ୟୁର ପ୍ରଭାବରେ ଦୋହଲି ଯାଇଛି ପଶ୍ଚିମ ଓଡି଼ଶା କୃଷି ମେଳାର ବ୍ୟବସାୟ । ଖାଁ ଖାଁ ପଡ଼ିଛି ପୂରା କୃଷି ମେଳା । ଦୁଇ ତିନି ଦିନ ଦେଖାଯାଉ ନାହାନ୍ତି ଲୋକେ । ମୁଣ୍ଡରେ ହାତ ଦେଇ ବସିଛନ୍ତି ଦୋକାନୀ । ସମ୍ବଲପୁରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏହି କୃଷି ମେଳାରେ ଭଲ ବ୍ୟବସାୟ ନେଇ ଆଶା କରିଥିଲେ ବ୍ୟବସାୟୀ ।

ଗତ ଜାନୁୟାରୀ ୨୭ ତାରିଖରୁ ସମ୍ବଲପୁର ବିର୍ସା ମୁଣ୍ଡା ପଡି଼ଆରେ ଆରମ୍ଭ ହୋଇଥିବା କୃଷି ମେଳା ୩୧ ତାରିଖ ଅର୍ଥାତ୍ ମଙ୍ଗବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ରହିଥିଲା । ପ୍ରଥମ ଦୁଇ ଦିନ ଭଲ ବ୍ୟବସାୟ ମଧ୍ୟ ହୋଇଥିଲା । କିନ୍ତୁ ରବିବାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦେହାନ୍ତ ପରେ ଖାଲି ହୋଇଯାଇଛି କୃଷି ମେଳା । ମେଳା ପରିସର ଖାଁ ଖାଁ ଲାଗୁଥିବା ବେଳେ କଦବା କ୍ଵଚିତ ଗ୍ରାହକ ଆସୁଥିବା କହିଛନ୍ତି ଦୋକାନୀ । ରବିବାର ପରଠାରୁ ବ୍ୟବସାୟରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ବ୍ୟବସାୟୀ ମାନେ କହିଛନ୍ତି କି ଆଶା ଥିଲା ଭଲ ବ୍ୟବସାୟ ହେବ, ଭଲ ଦି ପଇସା ରୋଜଗାର ହେବ, କିନ୍ତୁ ଦୁଇ ଦିନ ହେବ ପ୍ରାୟ ଷ୍ଟଲ ଗୁଡିକ ଖାଲି ରହୁଛି । ଖୁବ କମ ଗ୍ରାହକ ଆସି କିଣା କିଣି କରୁଥିବା ଦେଖାଯାଉଛି । ସେମାନେ ଆଉ ମଧ୍ୟ କହିଛନ୍ତି ପଶ୍ଚିମ ଓଡିଶାରେ ଏହି କୃଷି ମେଳା ଆରମ୍ଭ ହୋଇଥିବାରୁ ଲୋକେ ଏହାକୁ ଖୁବ ଉପଭୋଗ କରିବା ସହ ଭଲ ବ୍ୟବସାୟ ହେବ ବୋଲି ସୋମାନେ ଆଶା କରୁଥିଲେ । ଏପରିକି ଦୁଇ ଦିନ ଭଲ ବ୍ୟବସାୟ ମଧ୍ୟ ହୋଇଥିଲା। ଆଗକୁ ଏହା ଜୋର ଧରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ପରେ ସବୁକିଛି ବଦଳିଯାଇଥିଲା । ଶୂନଶାନ୍ ହୋଇଯାଇଥିଲା ସମଗ୍ର ଅଞ୍ଚଳ ।

Also Read- ବଦଳିବ ରାଜଧାନୀର ନାମ, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

Also Read-Inflation Rate Will Reduce in India:ବଜେଟ୍ ପୂର୍ବରୁ ଆସିଲା ଖୁସି ଖବର, ଚଳିତ ବର୍ଷ କମିପାରେ ମୁଦ୍ରାସ୍ଫୀତି ହାର

ଭଳି କି ଭଳି କୃଷି ଉପକରଣ ସହ ଟ୍ରାକ୍ଟର, କୃଷି ଯନ୍ତ୍ରପାତି କ୍ରୟ ବିକ୍ରୟ ପାଇଁ ରଖାଯାଇଥିଲା। ଏହାସହ  ମିଲେଟ ମିଶନ ତରଫରୁ ବିଭିନ୍ନ ହସ୍ତ ନିର୍ମିତ ବସ୍ତ୍ର, ଖାଦ୍ୟ ପାନୀୟର ମଧ୍ୟ ବ୍ୟବସ୍ଥା କରାଯାଇଥଲା । ରଙ୍ଗ ବିରଙ୍ଗ ଫୁଲକୋବି ବିଭିନ୍ନ ପ୍ରକାର ପନିପରିବା, ବାଉଁଶ ଓ ମାଟିରେ ତିଆରି ସାମଗ୍ରୀ ମଧ୍ୟ ଏହି କୃଷି ମେଳାର ଅଙ୍ଗବର୍ଦ୍ଧନ କରିଥିଲା। କିନ୍ତୁ ନବ ଦାସଙ୍କ ହତ୍ୟା ପରେ ବ୍ୟବସାୟରେ ମାନ୍ଦା ଅବସ୍ଥା ଦେଖା ଯାଇଥିବା ବ୍ୟବସାୟୀ ମାନେ ମତ ପ୍ରକାଶ କରିଛନ୍ତି ।

 

Read More
{}{}