Hindi News >>Home >>Odisha State

ଜେରା ହେବାକୁ ଆସି ପାଚେରୀ ଡେଇଁ ଫେରାର ହୋଇଗଲେ ଫରେଷ୍ଟର

ହାତୀ ମାରି ପୋତିବା ଘଟଣାରେ ଆଜି ବଡମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀକୁ ନିଲମ୍ବିତ କରାଯାଇଥିବା ବେଳେ ୬ ଜଣ ଗିରଫ ହୋଇଛନ୍ତି।

Advertisement
ଜେରା ହେବାକୁ ଆସି ପାଚେରୀ ଡେଇଁ ଫେରାର ହୋଇଗଲେ ଫରେଷ୍ଟର
Stop
Manoranjan Mohanty |Updated: Jun 10, 2022, 11:28 PM IST

ଆଠଗଡ: ହାତୀ କଙ୍କାଳ ଘଟଣାରେ ଜେରା ପାଇଁ ଆଠଗଡ DFO ଅଫିସ ଆସିଥିବା ନିଲମ୍ବିତ ଫରେଷ୍ଟର ମନୋଜ ଦାସ ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି। ଗେଟ ଠାରେ ପୋଲିସ ତାଙ୍କୁ ଜଗିଥିଲେ ମଧ୍ୟ ତାଙ୍କର ଟେର ପାଇନଥିଲା।
 
ଗତ ୨ ଓ ୩ ତାରିଖରେ STF ଟିମ୍ ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜ ଅଞ୍ଚଳରୁ ଦୁଇଟି ହାତୀ କଙ୍କାଳ ଉଦ୍ଧାର କରିବା ପରେ ବନବିଭାଗ ଫରେଷ୍ଟର ପ୍ରଦୀପ ପରିଡା ଏବଂ ବିଟ ଗାର୍ଡ ତନ୍ମୟ ବେହେରାଙ୍କୁ ନିଲମ୍ବିତ କରିଥିଲା। ସେହି ଘଟଣାରେ ଗତକାଲି ବଡମ୍ବା ରେଞ୍ଜର ଫରେଷ୍ଟର ମନୋଜ ଦାସ ଏବଂ ଫରେଷ୍ଟ ଗାର୍ଡ ନରେନ୍ଦ୍ର ଦେହୁରୀଙ୍କୁ ନିଲମ୍ବନ କରାଯାଇଥିଲା। ହାତୀ ମାରି ପୋତିବା ଘଟଣାରେ ଆଜି ବଡମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀକୁ ନିଲମ୍ବିତ କରାଯାଇଥିବା ବେଳେ ୬ ଜଣ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣ ହାତୀ ଜଗୁଆଳୀ ଏବଂ ଫରେଷ୍ଟ ଗାର୍ଡ଼ ନରେନ୍ଦ୍ର ଦେହୁରୀ ମଧ୍ୟ ଅଛନ୍ତି।

ଅନ୍ୟପଟେ ଖୁଣ୍ଟୁଣୀ ରେଞ୍ଜରଙ୍କୁ ମଧ୍ୟ ବନ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି। ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜର ଗଜେନ୍ଦ୍ର ପାଲ ସିଂହ ମାଥୁର କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇ ତାଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି ଓଡ଼ିଶା ମୁଖ୍ୟ ବନ ସଂରକ୍ଷକ। ଖରାଦିନେ ଜଙ୍ଗଲରେ ଫାୟାର ଲାଇନ ରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଏବଂ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି ଆଠଗଡ଼ ଏସିଏଫ ହରେକୃଷ୍ଣ ମଲ୍ଲିକ ଜଣାଇଛନ୍ତି।

Read More
{}{}