Hindi News >>Home >>Odisha State

Nano Fertilizer: ଜମିରେ ପ୍ରଦୂଷଣ ରୋକିବ “ନାନୋ” ସାର

Nano Fertilizer: ଏଣିକି ସହଜ ହେବ ଚାଷ କାମ। ଆଉ ବୋହିବାକୁ ପଡି଼ବନି ସାର ବସ୍ତା। ଚାଷ କାମକୁ ସହଜ କରିବା ସହ ପ୍ରଦୂଷଣ ରୋକିବ ଏହି 'ନାନୋ' ସାର ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jan 27, 2023, 02:20 PM IST

Nano Fertilizer: ଆଧୁନିକ ଯୁଗ ସହ ତାଳ ଦେଇ ସ୍ମାର୍ଟ ହେବାକୁ ଲାଗିଛି ପ୍ରତ୍ୟେକ ଜିନିଷ । କୃଷି ପ୍ରଧାନ ରାଜ୍ୟରେ ଚାଷ କରିବାର ପ୍ରଣାଳୀରେ ମଧ୍ୟ ପୂର୍ବ ଅପେକ୍ଷା ବେଶ ଉନ୍ନତି ହୋଇଛି । ଚାଷ କାମକୁ ସହଜ ଓ ସରଳ କରିବା ଲାଗି ଅନେକ ନୂତନ ଟେକନୋଲୋଜିର ମଧ୍ୟ ବାହାରିଲାଣି । ଫସଲ ବେଳେ ସାର ବ୍ୟବହାର ଅତ୍ୟନ୍ତ ଜରୁରୀ ହୋଇଥାଏ ତେବେ ଏଣିକି ଆଉ ସାରକୁ ବସ୍ତାରେ ବୋହିବାକୁ ପଡି଼ବ ନାହିଁ । ଏହି ବସ୍ତା ବୋଝେଇ ସାର ବ୍ୟବହାର ଦ୍ବାରା ମାଟି ଓ ବାୟୁ ପ୍ରଦୂଷିତ ହୋଇଥାଏ । ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଇଫକୋ 'ନାନୋ' ସାର ତରଳ ମାଧ୍ୟମରେ ପ୍ରସ୍ତୁତ କରିଛି। ଯାହା ଫଳରେ କମ୍ ଖର୍ଚ୍ଚରେ ଅଧିକ ଫସଲ ଉତ୍ପାଦନ କରାଯାଇପାରିବ ।

ଦେଶ ବିଦେଶରେ ଏହି ତରଳ ନାନୋ ସାର ବ୍ୟବହାର କରାଯାଉଛି। ଏନେଇ ଇଫକୋ ପାରାଦ୍ଵୀପ ୟୁନିଟ ପକ୍ଷରୁ ଇଫକୋ ପରିସରସ୍ଥିତ କମ୍ୟୁନିଟି ହଲରେ ଏକ କୃଷକ ସମ୍ମିଳନୀର ଆୟୋଜିତ ହୋଇଥିଲା । ଏଥିରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇଫକୋର ସିଏମଡି ଡଃ ଉଦୟ ଶଙ୍କର ଅଗସ୍ତି, ଇଫକୋ ପାରାଦ୍ଵୀପ ୟୁନିଟ ଡାଇରେକ୍ଟର କେ.ଜେ ପଟେଲଙ୍କ ସମେତ ବହୁ ବରିଷ୍ଠ କୃଷି ବିଶେଷଜ୍ଞ ଯୋଗଦେଇ ଚାଷୀ ମାନଙ୍କୁ ନାନୋ ୟୁରିଆ, ନାନୋ ଡିଏପି ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଏହି କୃଷକ ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ଜଗତସିଂହପୁର, କେନ୍ଦ୍ରାପଡା଼, କଟକ, ପୁରୀ, ଜୟପୁର ଓ ନୟାଗଡ଼ ଜିଲ୍ଲାର ୫ ଶହରୁ ଉର୍ଦ୍ଧ୍ବ କୃଷକ ଭାଇମାନେ ଅଂଶ ଗ୍ରହଣ କରିଥିଲେ। ମାଟିର ଗୁଣବତ୍ତା ବଜାୟ ରଖିବା ସହିତ ଅଧିକ ଶସ୍ୟ ଅମଳ ଲାଗି ନାନୋ ୟୁରିଆ ଓ ଡିଏପି ପରି ନାନୋ ଫର୍ଟିଲାଇଜର ବ୍ୟବହାର କରିବା ପାଇଁ ଇଫକୋ ସିଏମଡି ଓ ସାଂସଦ ପରାମର୍ଶ ଦେଇଥିଲେ। ଯେଉଁ ଚାଷ ଜମିରେ ଚାଷ କରିବା ପାଇଁ ୟୁରିଆ ସାର ବସ୍ତା କାନ୍ଧରେ ବୋହିବାକୁ ପଡୁଥିଲା, ଆଜି ସେହି ଜମି ଚାଷ କରିବା ପାଇଁ ଗୋଟିଏ ବୋତଲରେ ଥିବା ତରଳ 'ନାନୋ' ୟୁରିଆ ସାର ବ୍ୟବହାର କରାଯାଉଛି।

କୃଷି କ୍ଷେତ୍ରରେ ଆସିଛି ବୈପ୍ଳବିକ ପରିବର୍ତ୍ତନ। ଉଭୟ କୃଷି ଓ ମୃତ୍ତିକାକୁ ଉର୍ବରଶୀଳ କରିଛି ଇଫକୋ କମ୍ପାନୀ ଦ୍ବାରା ନାନୋ ଫର୍ଟିଲାଇଜର ଉତ୍ପାଦିତ ନାନୋ ୟୁରିଆ ଓ ନାନୋ ଡିଏପି । ଯାହାକୁ ସର୍ବସମ୍ମତିକ୍ରମେ ସମର୍ଥନ ଜଣାଇଛନ୍ତି କୃଷକ ଭାଇମାନେ। ଯାହାଦ୍ୱାରା ନାନୋ ଫର୍ଟିଲାଇଜରରୁ ଉତ୍ପାଦିତ ନାନୋ ୟୁରିଆ ଦ୍ବାରା ଚାଷୀ ମାନେ ଲାଭବାନ ହେବେ ଏହା ସହ ମୃତ୍ତିକା, ବାୟୁ ଓ ଜଳ ପ୍ରଦ୍ୟୁଷଣକୁ ମଧ୍ୟ କମ କରାଯାଇପାରିବ। ଭାରତରେ ବିଭିନ୍ନ ସମୟରେ ବାହାର ଦେଶରୁ ସାର ଆମଦାନୀ କରାଯାଉଥିବା ବେଳେ ନାନୋ ୟୁରିଆ ଉତ୍ପାଦନ ହେବା ଦ୍ବାରା ଏଥିରେ ସୁଫଳ ମିଳିବା ସହିତ ସାରର ଆବଶ୍ୟକତା ପୂରଣ କରାଯାଇ ପାରିଛି ବୋଲି ଇଫକୋର ସିଏମଡି ପ୍ରକାଶ କରିଛନ୍ତି। ଏହି ଅବସରରେ ପାରାଦ୍ୱୀପ ଇଫକୋର ୟୁନିଟ ପକ୍ଷରୁ ସମସ୍ତ ଚାଷୀଙ୍କୁ ନାନୋ ୟୁରିଆ, ଡିଏପି ସାଗରିକା ଓ ବାୟୋ ସାର ବଣ୍ଟନ କରାଯାଇଥିଲା। ତେବେ ସାରା ଭାରତରେ ରହିଥିବା ଇଫକୋ କମ୍ପାନୀର ୭ଗୋଟି କାରଖାନା ମଧ୍ୟରୁ ପାରାଦ୍ୱୀପରେ ନିର୍ମାଣଧୀନ ନାନୋ ଫର୍ଟିଲାଇଜର କାରଖାନା ଏସିଆ ମହାଦେଶର ସର୍ବବୃହତ ନାନୋ ଫର୍ଟିଲାଇଜର କାରଖାନା ଅଟେ ।

 

 

Read More
{}{}