Hindi News >>Home >>Odisha State

fake teacher recruite: ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗରେ ବଡ଼ ଧରଣର ଦୁର୍ନିତୀର ଗନ୍ଧ, ସରକାରଙ୍କ ପାଇଁ ପଡ଼ିବ କି ମହଙ୍ଗା

ନକଲି ଶିକ୍ଷାଧାରୀ ଶିକ୍ଷକମାନେ ଯଦି ଶିକ୍ଷା ଦାନ କରିବେ ତେବେ ପିଲାଙ୍କ ଭବିଷ୍ୟତ କଣ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। କିଏ ୧୦ ବର୍ଷ କିଏ ୧୨ ବର୍ଷ ଚାକିରି କରି ସାରିଥିବା ପରେ ନକଲି ବୋଲି ଜଣା ପଡ଼ିବାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Advertisement
fake teacher recruite: ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗରେ ବଡ଼ ଧରଣର ଦୁର୍ନିତୀର ଗନ୍ଧ, ସରକାରଙ୍କ ପାଇଁ ପଡ଼ିବ କି ମହଙ୍ଗା
Stop
Zee Odisha Desk|Updated: Sep 02, 2022, 07:11 PM IST

fake teacher recruite: ଗଞ୍ଜାମ (ମନୋଜ ଗୌଡ଼): ଶିକ୍ଷକ ନିଯୁକ୍ତିରେ ଘୋଟଲା। ଗିରଫ ହେଉଛନ୍ତି ଜଣେ ପରେ ଜଣେ ନକଲି ଶିକ୍ଷକ (Fake Teacher)। ଗୋଟିଏ କି ଦୁଇ ଜଣ ନୁହେଁ ସହ ସହ ଶିକ୍ଷକ ଶିକ୍ଷୟିତ୍ରୀ (Teacher) ବେଆଇନ ଭାବେ ନିଯୁକ୍ତି ହୋଇଥିବା ସୂଚନା ରହିଛି। ତାହା ପୁଣି ବର୍ଷ ବର୍ଷ ଧରି ଶିକ୍ଷା ବିଭାଗର ଜାଣନ୍ତରେ। ଏହିଭଳି କିଛି ଦୁର୍ନୀତିର ଗନ୍ଧ ଏବେ ବାହାରିବାରେ ଲାଗିଛି ଗଞ୍ଜାମ ଜିଲ୍ଲାରେ।

ଧରାକୋଟ ବ୍ଲକର ଓଳମ୍ବା ପଞ୍ଚାୟତର ନୂଆବାଲି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଲେବେଲ ୫ର ଶିକ୍ଷକ ସନାତନ ନାୟକ ଗତ ୧୩/୫/୧୧ ତାରିଖରୁ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇ ୧୩/୫/୧୭ ତାରିଖରୁ ରେଗୁଲାର ଶିକ୍ଷକ ଭାବେ କ୍ୟାର୍ଯ୍ୟ କରିଆସୁଥିଲେ। ସୂଚନା ଆଇନ କର୍ମୀ ପ୍ରକାଶ ଚନ୍ଦ୍ର ମହାନ୍ତି ନାମକ ବ୍ୟକ୍ତିଙ୍କ ଅଭିଯୋଗ ପରେ ଧରାକୋଟ ବିଇଓ କୋରେଶ ସେଠୀ ଏହା ଉପରେ ଅନୁସନ୍ଧାନ କରିବା ବେଳେ ସଂପୃକ୍ତ ଶିକ୍ଷକଙ୍କ ଯୁକ୍ତ ଦୁଇ ଓ ସିଟି ପ୍ରମାଣ ପତ୍ର ଜାଲ ବୋଲି ଜଣାପଡିଥିଲା। 

ଏ ସମ୍ପର୍କରେ ବିଇଓ ବଡଗଡ ଥାନାରେ ଗତ ୨୫/୮/୨୨ ତାରିଖରେ ଏତଲା ଦେବାପରେ ସଂପୃକ୍ତ ନକଲି ଶିକ୍ଷକଙ୍କୁ ଧରାକୋଟ ପୋଲିସ ସହାୟତାରେ ବଡଗଡ ପୋଲିସ ଗିରଫ କରିଛି କୋର୍ଟ ଚାଲାଣ କରିଛି। ଏଥି ସହ ଏହାକୁ ମିଶାଇ ଧରାକୋଟ ବ୍ଳକରେ ଏହି ନକଲି ଶିକ୍ଷକ ସଂଖ୍ୟା ୧୩ ରେ ପହଞ୍ଚିଥିବା କଥା ଧରାକୋଟ ABEO କହିଛନ୍ତି।

ଦୁଇ ଜଣ ଶିକ୍ଷକଙ୍କୁ ନେଇ ପରିଚାଳିତ ହେଉଥିବା ଏହି ସ୍କୁଲରୁ ଏବେ ଜଣେ ନକଲି ଶିକ୍ଷକ ଗିରଫ ହେବା ପରେ ଅଭିଭାବକ ମହଲରେ ଚିନ୍ତା ବଢିଛି। 58 ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ଏହି ସ୍କୁଲରେ ଏବେ ଶିକ୍ଷା ଦାନ ଜଣେ ଶିକ୍ଷକରେ କିପରି ହେବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ଏପଟେ ଗଂଜାମ ଜିଲ୍ଲାରେ ଦିନକୁ ଦିନ ବିଭିନ୍ନ ବ୍ଳକରେ ଲମ୍ବିବାରେ ଲାଗିଛି ନକଲି ଶିକ୍ଷକ ସଂଖ୍ୟା। କିଏ ମାଟ୍ରିକ ତ ପୁଣି କିଏ ଯୁକ୍ତ ଦୁଇ ଏବଂ କିଏ ଯୁକ୍ତ ତିନି ର ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ହୋଇଥିବା ବେଳେ କିଏ ନକଲି CT , B.ED ଓ ଜାତିଗତ ପ୍ରମାଣ ପତ୍ର ଦେଇ ହାତେଇଥିଲେ ଚାକିରୀ।କିଏ 11 ବର୍ଷ ଚାକିରୀ କରିବା ପରେ ତ ପୁଣି କିଏ 15 ବର୍ଷ ଚାକିରୀ କରିସାରିବା ପରେ ଏବେ ନକଲି ଶିକ୍ଷକ ରୂପେ ଧରାପଡି ଗିରଫ ହେଉଛନ୍ତି।

ଏହିପରି ନକଲି ଶିକ୍ଷାଧାରୀ ଶିକ୍ଷକମାନେ ଯଦି ଶିକ୍ଷା ଦାନ କରିବେ ତେବେ ପିଲାଙ୍କ ଭବିଷ୍ୟତ କଣ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। କିଏ ୧୦ ବର୍ଷ କିଏ ୧୨ ବର୍ଷ ଚାକିରି କରି ସାରିଥିବା ପରେ ନକଲି ବୋଲି ଜଣା ପଡ଼ିବାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।ଏହି ନକଲି ଶିକ୍ଷକଙ୍କୁ ଚାକିରି ଦେବା ସମୟରେ ତତ୍କାଳୀନ D.P.C ଓ ଜିଲ୍ଲା ପ୍ରଶାସନ କିଭଳି ଏମାନଙ୍କ ସାର୍ଟିଫିକେଟ ଯାଞ୍ଚ ନ କରି ଚାକିରୀ ଦେଇଥିଲେ! ଏଥିପାଇଁ ଯେଉଁ ମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ କାଯ୍ୟାନୁଷ୍ଠାନ କେବେ ବୋଲି ପ୍ରଶ୍ନ ଉଠିଛି।

କାରଣ ଏମାନଙ୍କୁ ନିଯୁକ୍ତି ଦେବା ସମୟରେ ଜାଲିଆତି କରିଥିବା ଉଚ୍ଚ ପଦାଧିକାରୀ ମାନେ ମଧ୍ୟ ସମାନ ଦୋଷୀ। ତେଣୁ ସେମାନେ ହେଲେ ତଦନ୍ତ ପରିସର ଭୁକ୍ତ ହେବା ଉଚିତ ବୋଲି ବୁଦ୍ଧିଯିବି ମାନେ ଦାବି କରିଛନ୍ତି। ଶିକ୍ଷକତା ଭଳି ସମ୍ମାନୀୟ ବୃତ୍ତି କିଛି ଅସାଧୁ ବ୍ୟକ୍ତିଙ୍କ ଦ୍ଵାରା କଳୁଷିତ ହେବାରେ ଲାଗିଛି। ସମାଜରେ ଏଥି ପାଇଁ ଶିକ୍ଷକଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି।ତେଣୁ ଶିକ୍ଷକ ଚୟନ ସମୟରେ ସାର୍ଟିଫିକେଟ ର ସଠିକ ଯାଞ୍ଚ ର ଆବଶ୍ୟକତା ରହିଛି।

Read More
{}{}