Hindi News >>Home >>Odisha State

Bhadrak News: ହରିୟାଣାରେ ଚମକିଲେ ଧାମନଗର ଝିଅ ମଧୁସ୍ମିତା, ଦିବ୍ୟାଙ୍ଗ ହୋଇ ସାଜିଲେ ଉଦାହରଣ

Bhadrak News: ହରିଆଣାର କର୍ନାଲଠାରେ ଗତ ମାସରେ ଆୟୋଜିତ ୧୫ତମ ଜାତୀୟ ଫେନସିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇ ଫେରିବା ପରେ ମଧୁସ୍ମିତାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ।

Advertisement
Bhadrak News: ହରିୟାଣାରେ ଚମକିଲେ ଧାମନଗର ଝିଅ ମଧୁସ୍ମିତା, ଦିବ୍ୟାଙ୍ଗ ହୋଇ ସାଜିଲେ ଉଦାହରଣ
Stop
Abhaya mohanty|Updated: Apr 06, 2023, 10:48 AM IST

Bhadrak News: ହାର ମାନିଛି ଅକ୍ଷମତା । ନିଜର ଦୁର୍ବଳତାକୁ ନିଜର ଅସ୍ତ୍ର ବନାଇ ଜାତୀୟ ହ୍ବିଲ୍ ଚେୟାର ଫେନସିଂ ଚାମ୍ପିୟନସିପରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି ଭଦ୍ରକ(Bhadrak) ଜିଲ୍ଲା ଦଳାଙ୍ଗ ପଞ୍ଚାୟତ ରାମେଶ୍ବରପୁର ଗ୍ରାମର ଝିଅ ମଧୁସ୍ମିତା ସାହୁ । ମଧୁସ୍ମିତା ଫଏଲ୍ ଇଭେଣ୍ଟରେ ସ୍ବର୍ଣ୍ଣ ଜିତି ଥିବାବେଳେ ଇପିଇଇ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ହରିଆଣାର କର୍ନାଲଠାରେ ଗତ ମାସରେ ଆୟୋଜିତ ୧୫ତମ ଜାତୀୟ ଫେନସିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇ ଫେରିବା ପରେ ମଧୁସ୍ମିତାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ।

ଜନ୍ମ ପରେ ପରେ ପୋଲିଓରେ(polio) ଆକ୍ରାନ୍ତ ହୋଇଥିବା ମଧୁସ୍ମିତାଙ୍କର ଛୋଟ ବେଳୁ ଖେଳ ପ୍ରତି ବେଶ ଆଗ୍ରହ ରହିଥିଲା । ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିଲେ ବି ସେ କେବେବି ନିଜ ଲକ୍ଷ୍ୟ ପଥରୁ ହଟିନଥିଲେ। ଖେଳ ପ୍ରତି ଆଗ୍ରହ ରଖିଥିବା ମଧୁସ୍ମିତା ନିଜ ପରିବାର ଓ କିଛି ସଂଗଠନର ସହଯୋଗରେ ଭୁବନେଶ୍ବରର ଚିନ୍ତାମଣିଶ୍ବର ଅଞ୍ଚଳରେ ରହି ହ୍ବିଲ୍ ଚେୟାର(wheelchair) ଫେନସିଂ କ୍ରୀଡ଼ାର ପ୍ରଶିକ୍ଷଣ ନେଇଥିଲେ। ଭଦ୍ରକ ଅଞ୍ଚଳର କୋଚ୍ ରାଖାଲ୍ କୁମାର ସେଠୀ ତାଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ଏହିଠାରେ ତାଲିମ ନେବା ପରେ ମଧୁସ୍ମିତା ରାଜ୍ୟସ୍ତରୀୟ(State Level) ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଭଲ ଖେଳ ପ୍ରଦର୍ଶନ କରି ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ ପରେ ସେ ଜାତୀୟ ସ୍ତରୀୟ(National Level) ପ୍ରତିଯୋଗିତାରେ ଅଂଶଗ୍ରହଣ ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ। କିନ୍ତୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ଲାଗି ଅର୍ଥ ସାଜିଥିଲା ବାଧକ । ଆର୍ଥିକ ସ୍ଥିତି ଭଲ ନଥିବା ହେତୁ ତାଲିମ ନେବା ଲାଗି ସେ ସମର୍ଥ ହୋଇପାରିନଥିଲେ । ଖୋଲା ଆଖିରେ ଦେଖୁଥିବା ସ୍ବପ୍ନ ପୂରଣ ଲାଗି ନା ଥିଲା ଅର୍ଥ ନା ଥିଲା ଖେଳ ସରଞ୍ଜାମ । ତେବେ ଗାଁକୁ କୃତଜ୍ଞତା ଯାତ୍ରା ସମୟରେ ଆସିଥିବା ବେଳେ ଧାମନଗର ବିଧାୟକ ସୂର୍ଯ୍ୟବଂଶ ସୂରଜଙ୍କୁ ସେ ଏନେଇ ଅବଗତ କରାଇଥିଲେ । ପରେ ବିଧାୟକ ଗୋଟିଏ ସପ୍ତାହ ଭିତରେ ନିଜ ଉଦ୍ୟମରେ ମଧୁସ୍ମିତାଙ୍କୁ ଖେଳ ସରଞ୍ଜାମ ଯୋଗାଇବା ସହ ଜାତୀୟ ସ୍ତରୀୟ ଚାମ୍ପିଅନସିପରେ ଭାଗ ନେବା ଲାଗି ଆବଶ୍ୟକ ଅର୍ଥ ରାଶି ମଧ୍ୟ ପ୍ରଦାନ କରିଥିଲେ । ବିଧାୟକଙ୍କ(Suryabanshi Suraj) ସହଯୋଗରେ ମଧୁସ୍ମିତା ହରିଆଣା(Haryana) କର୍ନାଲରେ ପହଞ୍ଚି ଚାମ୍ପିଅନସିପରେ ଅଂଶଗ୍ରହଣ କରିଥିଲେ। ସେଠାରେ ୪ ଦିନ ଧରି ଆୟୋଜିତ ଚାମ୍ପିୟନସିପର ଦୁଇଟି ବର୍ଗରେ ସେ ପଦକ ହାସଲ କରିଥିଲେ । ସେପଟେ ଆସନ୍ତା ସେପଟେମ୍ବର ମାସରେ ଥାଇଲାଣ୍ଡରେ ହେବାକୁ ଥିବା ଅନ୍ତର୍ଜାତୀୟ ହ୍ବିଲ ଚେୟାର ଫେନସିଂ ଚାମ୍ପିଅନସିପରେ ଦେଶର ପ୍ରତିନିଧିତ୍ବ କରିବା ଲାଗି ସେ ମନୋନୀତ ହୋଇଥିବା ସୂଚନା ମିଳିଛି ।

ହରିଆଣାରୁ ଫେରି ଭୁବନେଶ୍ବରରେ ପହଞ୍ଚିବା ପରେ ମଧୁସ୍ମିତା ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ(Suryabanshi Suraj) ଭେଟି କୃତଜ୍ଞତା ଜଣାଇଛନ୍ତି।  ତେବେ ଏହି ସଫଳତା ପରେ ଏନେଇ ମଧୁସ୍ମିତା କହିଛନ୍ତି ଯେ, ବିଧାୟକ ଜଣେ ନେତା ଭାବେ ନୁହେଁ, ବଡ଼ଭାଇ ଭଳି ମୋର ଯତ୍ନ ନେଲେ। ଆଉ ମୋତେ ସବୁ ପ୍ରକାର ସହାୟତା ଯୋଗାଇ ଦେଇଥିଲେ। ତାଙ୍କ ପାଇଁ ମୁଁ ପ୍ରତିଯୋଗିତାରେ ଓଡ଼ିଶାର ସମ୍ମାନ ରକ୍ଷା କରିପାରିଛି। ରାମେଶ୍ବରପୁରର ଭାଗବତ ସାହୁଙ୍କ ତିନି ଝିଅ ଓ ଗୋଟେ ପୁଅ ମଧ୍ୟରୁ ମଧୁସ୍ମିତା ବଡ଼ ଝିଅ ଅଟନ୍ତି। ଜନ୍ମରୁ ପୋଲିଓ(polio) ଆକ୍ରାନ୍ତ ହୋଇଥିବା ମଧୁସ୍ମିତା ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଛନ୍ତି। ବାପା ହାଣ୍ଡି ମାଠିଆ ତିଆରି କରି ଯେତିକି ରୋଜଗାର କରନ୍ତି ସେତିକିରେ ପରିବାର ଚଳାନ୍ତି। ତା ସହ ୪ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବି ତୁଲାଇଥାନ୍ତି। ତେବେ ନିଜ ସ୍ବପ୍ନ ପୂରଣ କରିବା ଲାଗି ମଧୁସ୍ମିତାଙ୍କୁ ସବୁବେଳେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏବେ ଝିଅଙ୍କ ଏହି ସଫଳତାରେ ବାପା ଭାଗବତ ଓ ମାଆ ହେମଲତା ବେଶ ଖୁସି ଅଛନ୍ତି ।

ଏହା ମଧ୍ଯ ପଢନ୍ତୁ-Jharsuguda Accident: ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ବେଳେ ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜୀଅନ୍ତା ଜଳିଗଲେ ୩ ଡ୍ରାଇଭର

Read More
{}{}