Hindi News >>Home >>Odisha State

ଗଜପତି ଜିଲ୍ଲାରେ ଡେଙ୍ଗୁ ଆତଙ୍କ, ମାସରେ ଗଲାଣି ସାତ ଜୀବନ

Gajapati Dengue fever: ଗୋଟିଏ ମାସ ମଧ୍ୟରେ ସାତ ଜଣ ରୋଗୀ ମୃତ୍ୟୁବରଣ ମଧ୍ୟ କରି ସାରିଛନ୍ତି । ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ବେପାରୁବା ମନୋଭାବକୁ ସ୍ଥାନୀୟ ଲୋକମାନେ ଦାୟୀ କରିଛନ୍ତି ।

Advertisement
ସୌ: ସୋସିଆଲ ମିଡିଆ
Stop
Sujit Kumar Bisoyi |Updated: Sep 15, 2022, 04:38 PM IST

ଗଜପତି: ଡେଙ୍ଗୁ ଜ୍ୱର ଗଜପତି ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି । ଏହାସହ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ୪୨ ଜଣ ରୋଗୀ ଚିହ୍ନଟ ହେଲେଣି । କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ଏହାର ତିନି ଗୁଣ ହେବ କୁହାଯାଉଛି । ଗୋଟିଏ ମାସ ମଧ୍ୟରେ ସାତ ଜଣ ରୋଗୀ ମୃତ୍ୟୁବରଣ ମଧ୍ୟ କରି ସାରିଛନ୍ତି । ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ବେପାରୁବା ମନୋଭାବକୁ ସ୍ଥାନୀୟ ଲୋକମାନେ ଦାୟୀ କରିଛନ୍ତି ।

ଜିଲ୍ଲାରେ ଡେଙ୍ଗୁ ସ୍ଥିତି ଭାରି ସଙ୍ଗିନ୍ ରହିଛି । ଜିଲାର ଆଭ୍ୟନ୍ତରୀଣ ଗାଁ ଗୁଡିକରେ ପରିସ୍ଥିତି ନ କହିବା ଭଲ, ଏମିତିକି ସଦରମହକୁମା ପାରଳାଖେମୁଣ୍ଡି ପୌରପାଳିକାରେ ପରିମଳ ବ୍ୟବସ୍ଥା ଦେଖିଲେ ସ୍ୱଷ୍ଟ ଅନୁମାନ କରାଯାଇପାରେ । ଏଠାରେ ଡେଙ୍ଗୁ ନିରାକରଣ ବଦଳରେ ଡେଙ୍ଗୁକୁ ପ୍ରସାୟ ଦେଲାଭଳି ମନେ ହେଉଛି । ଯେଉଁଠି ଉନ୍ନୟନ ମୂଳକ କାମ ବର୍ଷାଦିନ ପୂର୍ବରୁ କାମ ସରିବା ବଦଳରେ ସହରର ବିଭିନ୍ନ ସ୍ଥାନରେ ଖାଲକମା କରି ଛାଡି ଦିଆଯାଇଛି । ବର୍ଷାଦିନ ହେତୁ ସ୍ଥାନେସ୍ଥାନେ ପାଣି ଜମି ରହୁଛି । ଯେଉଁଠି ଦେଖ ସେଇଠି କୁଢ କୁଢ଼ ଅଳିଆ, ଯାହା ମଶାଙ୍କ ବଂଶ ବିସ୍ତାର ରେ ସହାୟକ ହେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ସେଭଳି କୌଣସି ବ୍ୟବସ୍ତା ନାହିଁ ଯାହା ଫଳରେ ରୋଗି ଆନ୍ଧ୍ରର ଶ୍ରୀକାକୁଲମ, କିମ୍ବା ବିଶାଖାପାଟଣା ନଚେତ ବ୍ରହ୍ମପୁର ଯିବାକୁ ବାଧ୍ୟ ହେଉଛନ୍ତି । ରୋଗୀ ଗୁରୁତର ହେବାପରେ ବାହାରକୁ ଯାଉଛନ୍ତି ତେଣୁ ଏହାର ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

ଅନ୍ୟପଟେ ଲୋକଙ୍କ ଅଭିଯୋଗକୁ ନେଇ ସ୍ୱାସ୍ଥ୍ୟ ବିଭାଗର କହିବା ହେଲା । ବର୍ତ୍ତମାନ ଯାଏ ୪୨ଟି ରୋଗୀ ଚିହ୍ନଟ ହୋଇଛନ୍ତି । ଯେଉଁ ୭ଜଣ ରୋଗୀ ମୃତ୍ୟୁବରଣ କରିଛନ୍ତି ଏମକେସିଜି ବ୍ରହ୍ମପୁର ରେ ମୃତ୍ୟୁର କାରଣ କୁ ଅନୁଧ୍ୟାନ କରାଯାଉଛି । ମୃତକ ମାନଙ୍କ ଡେଙ୍ଗୁ ଜନିତ କାରଣରୁ ମୃତ୍ୟୁ ହୋଇଛି ନା ପୂର୍ବରୁ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିଲେ । ଏବେ ଡେଙ୍ଗୁ ର ନିରାକରଣ ପାଇଁ ଘରଘର ବୁଲି ସଚେତନ କରାଯାଉଛି ତାହାଶହ ଏଡିସ ମସା ବ୍ରିଡିଂ ନଷ୍ଟ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।

ଗୋଟିଏ ପଟେ ଗଜପତି ଜିଲ୍ଲାରେ ଡେଙ୍ଗୁ ଜ୍ୱର ନିଜ କାୟା ବିସ୍ତାର କରିବାରେ ଲାଗିଛି ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ନିଶ ପାଣିରେ ଶୋଷ ମେଣ୍ଟେଇବା ଭଳି କାମ କରୁଛି । ବେଳ ଥାଉ ପରିସ୍ଥିତିକୁ ସଜଡ଼ା ନଯାଏ ପୁର୍ବ ବର୍ଷ ଭଳି ଆହୁରି ନିରିହ ଜୀବନ ହାରିବା ଆଶଙ୍କା ରହିଛି। ଆଊ କେତେ ଜୀବନ ଗଲା ପରେ ସ୍ବାସ୍ଥ୍ୟ ବିଭାଗର ଚେତା ପଶିବ ।

ଏହା ବି ପଢ଼ନ୍ତୁ: COVID-19 pandemic: ଆସିଲା ଖୁସି ଖବର, କୋରୋନାକୁ ନେଇ ଏମିତି କହିଲା WHO

Read More
{}{}