Hindi News >>Home >>Odisha State

Cyclone Mocha Update: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା “ମୋକା ”, ୧୪ରେ କରିବ ଲ୍ୟାଣ୍ତଫଲ୍

Cyclone News in Odia: ଦକ୍ଷିଣ- ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା  “ମୋକା” । ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଗତି କରୁଛି ଏହି ବାତ୍ୟା । “ମୋକା” ପରବର୍ତ୍ତୀ ସମୟରେ ଭୀଷଣ ବାତ୍ୟାରେ ପରିଣତ ହୋଇ ରିରର୍ଭ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବାଂଲାଦେଶ ଓ ମିଆଁମାର ମହାଁ ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: May 11, 2023, 11:29 AM IST

Cyclone Update in Odia: ଦକ୍ଷିଣ- ପୂର୍ବ ବଙ୍ଗୋପସାଗରେ (Bay of Bengal) ସୃଷ୍ଟି ହେଲା ବାତ୍ୟା। ବାତ୍ୟାର ରୂପ ନେଲା ସକ୍ରିୟ ଗଭୀର ଅବପାତ । ତେବେ ଏହି ବାତ୍ୟାର (cyclone) ନାଁ “ମୋକା” ରଖାଯାଇଥିବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ରର ପାଣିପାଗ (METEOROLOGICAL CENTRE BHUBANESWAR)  ବିଜ୍ଞାନୀ ଉମା ଶଙ୍କର ଦାସ ଟ୍ବିଟ କରି ସୂଚନା ଦେଇଛନ୍ତି । ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଗତି କରୁଛି ଏହି ବାତ୍ୟା । “ମୋକା” ପରବର୍ତ୍ତୀ ସମୟରେ ଭୀଷଣ ବାତ୍ୟାରେ (Severe Cyclone) ପରିଣତ ହୋଇ ରିରର୍ଭ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବାଂଲାଦେଶ ଓ ମିଆଁମାର ମହାଁ ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ବାତ୍ୟା “ମୋକା”ର ପ୍ରଭାବ ଓଡିଶା ଉପରେ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ବିଭାଗ ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର (India Meteorological Department DG  Dr. Mrutyunjay Mohapatra) ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି ଯେ, ଓଡିଶାକୁ ବାତ୍ୟା ଜନିତ ପବନ କି ବର୍ଷା କିଛି ହେବନି । ବାତ୍ୟା ୧୪ ତାରିଖ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ଯରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ବାଂଲାଦେଶ କକ୍ସବଜାର ଓ ମିଆଁମାର (Myanmar) କ୍ୟାଉକିପିଉ ମଧ୍ଯରେ ବତ୍ୟା ଉପକୂଳ ଛୁଇଁବ । ଉପକୂଳ ଛୁଇଁଲା ସମୟରେ ୧୧୦ରୁ ୧୩୦ କି.ମି ବେଗରେ ପବନ ବୋହିପାରେ । ଓଡ଼ିଶା ଓ ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ପଡ଼ିବ ନାହିଁ ବୋଲି ଆଇଏମଡ଼ିଜି (IMD DG) ଡ଼ିଜି ସୂଚନା ଦେଇଛନ୍ତି ।

 

ପ୍ରକାଶ ଥାଉ କି, ଓଡ଼ିଶାରେ ୨୦୦୯ ମସିହାଠାରୁ ଲଗାତର ୨୦୨୧ ମସିହା ପର୍ଯ୍ୟନ୍ତ ପ୍ରତି ମେ’ ମାସରେ ବାତ୍ୟା (cyclone) ଆସୁଛି। ବାତ୍ୟାର ତାଣ୍ଡବ ରାଜ୍ୟବାସୀଙ୍କର ବ୍ୟାପକ କ୍ଷୟକ୍ଷତି କରୁଛି। ୨୦୦୯ ମେ’ ମାସରେ ବାତ୍ୟା ‘ଆଇଲା’ ଦକ୍ଷିଣ ଓଡ଼ିଶା ଛୁଇଁଥିଲା। ବ୍ୟାପକ କ୍ଷୟକ୍ଷତିରେ ଲୋକଙ୍କ ଅଣ୍ଟା ସଳଖ ନହେଉଣୁ ପୁଣି ୨୦୧୦ ମେ’ ମାସରେ ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା ବାତ୍ୟା ‘ଲୈଲା’। ୨୦୧୯ ମେ’ ୩ ତାରିଖରେ ଆସିଥିଲା ବାତ୍ୟା ‘ଫନି’ ପୁରୀ, ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାକୁ ଛାରଖାର କରିଦେଇଥିଲା। କେବେ ବାତ୍ୟାର ତାଣ୍ଡବ ଦେଖିନଥିବା ରାଜଧାନୀବାସୀଙ୍କର ବ୍ୟାପକ କ୍ଷତି ଘଟାଇଥିଲା ‘ଫନୀ’। ସେହିପରି ୨୦୨୦ ମସିହା ମେ’ ୧୯ ତାରିଖରେ ବାତ୍ୟା ‘ଅମ୍ଫାନ’ ଆସିଥିଲା। ଉତ୍ତର ଓଡ଼ିଶାରେ ତାଣ୍ଡବ ଚରିଥିଲା ‘ଅମ୍ଫାନ’। ୨୦୨୧ ମେ’ ୨୬ ତାରିଖରେ ବାତ୍ୟା ‘ୟଶ’ ଓଡ଼ିଶା ଦେଇ ଅତିକ୍ରମ କରିଥିଲା। ଚଳିତ ବର୍ଷ ମେ’ରେ ବାତ୍ୟା ଆସିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏବେ ରାଜ୍ୟବାସୀ ଚିନ୍ତାରେ ପଡ଼ିଛନ୍ତି। 

ସେପଟେ ବୁଧବାର ଦିନ ନୟାଗଡ଼ ଜିଲ୍ଲା ଶରଣକୂଳରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଭାଲିଆଡ଼ିହି ଗାଁର ଧନେଶ୍ବର ପରିଡ଼ା ଗାଈ ଚରାଇବାକୁ ଯାଇଥି୍ବାବେଳେ ବ୍ରଜପାତରେ ମୃତ୍ୟୁ ହୋଇଥିବା ବେଳେ ମହୁଲିଆ ଗାଁର ଜିତେନ୍ଦ୍ର ଦୋରା ଆମ୍ବୋତୋଟାରେ ଥିବାବେଳେ ବ୍ରଜପାତରେ ତାଙ୍କର ମଧ୍ଯ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଜାକେଡ଼ା ଗାଁର ପଦ୍ମା ପ୍ରଧାନ କାଜୁ ତୋଟାର ଥିବା ସମୟରେ ବ୍ରଜପାତ ଘଟି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ-Naveen Patnaik at Delhi: ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ

ଏହା ବି ପଢନ୍ତୁ- The Kerala Story: “ଦି କେରଳ ଷ୍ଟୋରୀ” ଫିଲ୍ମ ଟିକେଟ୍ ଦେଖାଇଲେ ମିଳିବ ମାଗଣା ଚା’ ଓ କଫି!

ଏହା ବି ପଢନ୍ତୁ-KKR Vs RR: ପ୍ଲେ ଅଫ ପାଇଁ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ-କୋଲକତା, ଜାଣନ୍ତୁ କାହାର ରହିଛି ପଲା ଭାରି

 

 

 

 

Read More
{}{}