Hindi News >>Home >>Odisha State

Dol Purnami 2023: ଦୋଳ ପୂର୍ଣ୍ଣିମା ପାଇଁ ଆସନ୍ତାକାଲି ବସିବ ଛତିଶା ନିଯୋଗ ବୈଠକ, ଏହିସବୁ ବ୍ୟବସ୍ଥା ନେଇ କରାଯିବ ଆଲୋଚନା

Dol purnami 2023: ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଦୋଳପୂର୍ଣ୍ଣିମା ଅନ୍ଯତମ । ଏଥିରେ ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କ ସହ ଫଗୁ ଖେଳିବା ନେଇ ସ୍ୱତନ୍ତ୍ର ପରମ୍ପରା ରହିଛି। ଏହାପରେ ଏକା ସାଙ୍ଗରେ ଦୋଳବେଦୀକୁ ବିଜେ କରିଥାନ୍ତି ଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୁଦେବୀ । ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପ୍ରକମ୍ପିତ ହୋଇଥାଏ ସମଗ୍ର ପରିବେଶ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Feb 20, 2023, 06:20 PM IST

Dol purnami 2023: ଆସନ୍ତା ମାର୍ଚ୍ଚ ମାସ ୭ ତାରିଖରେ ପଡୁଛି ଦୋଳ ପୂର୍ଣ୍ଣିମା । ଏହି ଦିନ ମହାପ୍ରଭୁଙ୍କ ରାଜାଧିରାଜ ବେଶ ବା ସୂନାବେଶ ଅନୁଷ୍ଠିତ ହୋଇଥାଏ । ସ୍ୱର୍ଣ୍ଣାଳଙ୍କାରରେ ବିଭୂଷିତ ହୋଇ ରତ୍ନବେଦୀରେ ଦର୍ଶନ ଦେଇଥାଆନ୍ତି ମହାପ୍ରଭୁ। ଦୋଳପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କର ରାଜାଧିରାଜ ବେଶ ରହିଥିବାରୁ ତାହା ପୂର୍ବରୁ ଶ୍ରୀଜୀୟୁଙ୍କ ବନକଲାଗି ନୀତି କରାଯାଇଥାଏ । ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀ ମନ୍ଦିରରେ ଅନେକ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଦୋଳପୂର୍ଣ୍ଣିମା ଅନ୍ଯତମ । ଏଥିରେ ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କ ସହ ଫଗୁ ଖେଳିବା ନେଇ ସ୍ୱତନ୍ତ୍ର ପରମ୍ପରା ରହିଛି। ଏହାପରେ ଏକା ସାଙ୍ଗରେ ଦୋଳବେଦୀକୁ ବିଜେ କରିଥାନ୍ତି ଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୁଦେବୀ । ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପ୍ରକମ୍ପିତ ହୋଇଥାଏ ସମଗ୍ର ପରିବେଶ।

ଦୋଳଯାତ୍ରା ଦେଖି୍ବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତାକାଲି ବସିବ ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ଯକ୍ଷତାରେ ଅପରାହ୍ନ ୫ଟାରେ ନିଳାଦ୍ରୀ ଭକ୍ତ ନିବାସରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଲ ସିଂ,ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା, ନିତି ପ୍ରଶାସକ ଜିତେନ୍ଦ୍ର ସାହୁ ପ୍ରମୁଖ ଅଧିକାରୀ ମାନଙ୍କ ସହ ସମସ୍ତ ସେବାୟତ ନିଯୋଗର କର୍ମକର୍ତ୍ତା ଉପସ୍ଥିତ ରହିବେ। ବୈଠକରେ ମେଣ୍ଢାପୋଡି଼ ନୀତି ଓ ଦୋଳଯାତ୍ରା ନେଇ ନୀତି ନିର୍ଘଣ୍ଟ କରାଯିବ ସହ ସୁରକ୍ଷା ବ୍ଯବସ୍ଥାକୁ ଉପରେ ଅଧିକ ଫୋକସ ଦିଆଯିବ । ଗତବର୍ଷ ଦୋଳପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଫଳରେ ସିଂହଦ୍ୱାର ସମ୍ମୁଖରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅତ୍ୟଧିକ ଗହଳି ଯୋଗୁଁ ବ୍ୟାରିକେଡ଼ରେ ଭାଙ୍ଗି ଧଷେଇ ପଶିଥିଲେ ଭକ୍ତ। ଏଭଳି ପରିସ୍ଥିତି ଏଡା଼ଇବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇପାରେ ପ୍ରଶାସନ। ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଥିବାରୁ ଦୋଳ ବେଦୀ ଦକ୍ଷିଣ ପାର୍ଶ୍ଵ ପାଚେରୀର କିଛି ଅଂଶ ଭଙ୍ଗା ଯାଇଛି। ପାଚେରୀକୁ ଲାଗି ନଳା ଓ ଅନ୍ଯାନ୍ଯ କାର୍ଯ୍ୟ ଜାରି ରହିଛି। ଦୋଳଯାତ୍ରା ପୂର୍ବରୁ ଦୋଳବେଦୀ ନିକଟ ଅଞ୍ଚଳର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଦରକାର। ନଚେତ ଦୋଳଠାକୁର ମାନଙ୍କ ବିମାନ ଯିବାବେଳେ ସମସ୍ଯା ସୃଷ୍ଟି ହେବାର ଆଶଙ୍କା ରହିଛି। ଦୋଳବେଦୀ ଚାରିପଟେ ଠାକୁରଙ୍କ ପରିକ୍ରମା କରିଥାନ୍ତି ଏହାସହ ହଜାର ହଜାର ଭକ୍ତଙ୍କ ମଧ୍ଯ ସମାଗମ ହୋଇଥାଏ।

ମହାପ୍ରଭୁଙ୍କ ଏହି ନିଆରା ପରମ୍ପରାରେ ଯେଭଳି ବ୍ଯାଘାତ ସୃଷ୍ଟି ନହୁଏ ସେନେଇ ପ୍ରଶାସନ ଯତ୍ନବାନ ହେବା ଜରୁରୀ। ଦୋଳପୂର୍ଣ୍ଣିମା ପୂର୍ବରୁ ଦୋଳବେଦୀ ଚତୁର୍ପାର୍ଶ୍ୱରେ ଚାଲିଥିବା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ଏନେଇ ଓବିସିସିର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତିରେ ଯେଭଳି ବିଭ୍ରାଟ ନହୁଏ ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ନୀତି ପ୍ରଶାସକ ।

 

Read More
{}{}