Hindi News >>Home >>Odisha State

Jayanarayan Mishra: ମହିଳା ଥାନାଧିକାରୀଙ୍କ ସହ ଧସ୍ତାଧସ୍ତି ମାମଲା: ଫସିଲେ ଜୟ ନାରାୟଣ ମିଶ୍ର, ଇସ୍ତଫା ଦାବି କଲା BJD

Jayanarayan Mishra: ଗତକାଲି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ପାଇଁ ବିଜେପି କର୍ମୀ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଯାହା ଫଳରେ ବିଜେପି କର୍ମୀ ସହ ବିରୋଧୀ ଦଳ ନେତା ଓ ଜିଲ୍ଲା ସଭାପତି କର୍ମୀଙ୍କ ସହ ଧସେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାଙ୍କୁ ଅଟକାଇବା କାରଣରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିରୋଧୀ ଦଳ ନେତା ଏହାକୁ ବିରୋଧ କରି ବ୍ୟାରିକେଟ ପାଖକୁ ଯାଉଥିବା ବେଳେ ମହିଳା ପୋଲିସ ଅଧିକାରୀ ତାଙ୍କୁ  ଅଟକାଇବାକୁ ଚେଷ୍ଟା କରିବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । 

Advertisement
Jayanarayan Mishra: ମହିଳା ଥାନାଧିକାରୀଙ୍କ ସହ ଧସ୍ତାଧସ୍ତି ମାମଲା: ଫସିଲେ ଜୟ ନାରାୟଣ ମିଶ୍ର, ଇସ୍ତଫା ଦାବି କଲା BJD
Stop
Zee Odisha Desk|Updated: Feb 16, 2023, 02:39 PM IST

BJP MLA Jayanarayan Mishra: ବିରୋଧୀ ଦଳ (Odisha Opposition Leader) ଜୟ ନାରାୟଣ ମିଶ୍ର (Jayanarayan Mishra) ଓ ମହିଳା ଥାନାଧିକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ମାମଲାକୁ ନେଇ ରାଜ୍ୟ ରାଜନୀତିର ପାରା ବଢ଼ିଚାଲିଛି । ଆଜି (ଗୁରୁବାର) ଅର୍ଥାତ ଫେବୃଆରୀ ୧୬ରେ ଏହି ପ୍ରସଙ୍ଗରେ ବିଜୁ ଜନତା ଦଳର ମହିଳା ମୋର୍ଚ୍ଚା ପକ୍ଷରୁ ବିଧାନସଭା ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ (BJD Mahila Morcha Protests) କରାଯାଇଛି ଓ ବିଜେପି ବିଧାୟକ (BJP MLA) ଜୟ ନାରାୟଣ ମିଶ୍ର (Jayanarayan Mishra) ଙ୍କୁ ବିଧାୟକ ଦଳ (Odisha Opposition Leader) ର ନେତା ପଦରୁ ହଟାଇବାର ଦାବି କରାଯାଇଛି । 

ବିଜେଡି ମହିଳା ମୋର୍ଚ୍ଚା BJD Mahila Morcha) ତରଫରୁ ବିଜେପି ବିଧାୟକ ଦଳର ନେତା ଜୟ ନାରାୟଣ ମିଶ୍ର (Jayanarayan Mishra) ଙ୍କ କୁଶପୁତ୍ତଳିକା ଜାଳିବା ସହିତ ତାଙ୍କୁ ତୁରନ୍ତ ବିଧାୟକ ଦଳର ନେତା ପଦରୁ ହଟାଇବାକୁ ଓ ଦଳରୁ ବହିଷ୍କାର କରିବାକୁ ଦାବି କରିଛି । ମହିଳା ମୋର୍ଚ୍ଚା ତରଫରୁ କୁହାଯାଇଛି ଯେ, ଯଦି ବିଜେପି ଜୟ ନାରାୟଣ ମିଶ୍ରଙ୍କୁ ଦଳରୁ ବହିଷ୍କାର ନକରେ, ତେବେ ମହିଲା ମୋର୍ଚ୍ଚା ଏହି ଆନ୍ଦୋଳନକୁ ଜୋରଦାର କରିବ । ମହିଳା ମୋର୍ଚ୍ଚା କହିଛି ଯେ, ଜୟ ନାରାୟଣ ମିଶ୍ର ଜଣେ କାର୍ଯ୍ୟରତ ମହିଳା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରି ସମସ୍ତ ସୀମା ଲଙ୍ଘିଛନ୍ତି । ଜୟ ନାରାୟଣ ମିଶ୍ରଙ୍କର ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ସେ ନିଜ ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପରେ ଆକ୍ରମଣ କରିସାରିଛନ୍ତି । 

ବିଜୁ ଜନତା ଦଳର ମହିଳା ମୋର୍ଚ୍ଚା ମହିଳା ବିରୋଧୀ ନେତା ଜୟ ନାରାୟଣ ମିଶ୍ରଙ୍କୁ ଗୃହରୁ ବହିଷ୍କାର କରିବାକୁ ଦାବି କରିଛନ୍ତି । ଏହାସହ କହିଛି ଯେ, ମହିଳା ଆଇଆଇସି ଉପରେ ଆକ୍ରମଣ କରିବା ଅନ୍ୟାୟ । ମହିଳା ସଶକ୍ତିକରଣର ପ୍ରସଙ୍ଗକୁ ପ୍ରଚାର କରୁଥିବା ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ ଓଡିଶା ବିଜେପି କ’ଣ ପଦକ୍ଷେପ ଗ୍ରହଣ କରିବ କି? ସେପଟେ ଆଇଆଇସିର ଅଭିଯୋଗ ପରେ ଜୟ ନାରାୟଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଜୟ ନାରାୟଣ ମିଶ୍ରଙ୍କ ଉପରେ ଆଇପିସିର ଧାରା 353, 354, 332, 294, 500, 341 ଏବଂ 506 ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଜୟ ନାରାୟଣ ମିଶ୍ରଙ୍କ ଆଚରଣକୁ ସବୁଆଡେ ନିନ୍ଦା କରାଯାଇଛି । ବିରୋଧୀ ଦଳର ନେତା ପଦରୁ ତୁରନ୍ତ ହଟାଇବାକୁ ବିଜେଡି ଦାବି କରିଛି ।

ଏହି କ୍ରମରେ ଆଜି ପୋଲିସ ଅଫିସର ସଙ୍ଘ ଓ ହାବିଲଦାର କନେଷ୍ଟବଳ ସଙ୍ଘ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାରଙ୍କୁ ଭେଟିଛି । ସେମାନଙ୍କର ଦାବି ରହିଛି ଯେ,  ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମହିଳା ପୋଲିସ ଅଧିକାରୀଙ୍କୁ ଧକ୍କା ଓ ଧସ୍ତାଧସ୍ତି ଘଟଣାରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ । ଗତକାଲି ଜିଲ୍ଲା ବିଜେପି ତରଫରୁ ରାଜ୍ୟରେ ଆଇନ ଅମାନ୍ୟ ଆନ୍ଦୋଳନ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ନବ ଦାସ ହତ୍ୟାକାଣ୍ଡର CBI ତଦନ୍ତ ଦାବିରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଥିଲା । ସେଥିପାଇଁ ଗତକାଲି ଦିନ ୧୨ଟା ସମୟରେ ଏକ ରାଲି ଆଶା ପାଲି ସ୍କୁଲ ଠାରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଥିଲା । ଏହାର ନେତୃତ୍ୱ ନେଇଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲ । ରାଲି ସହର ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଁଚିଲା ପରେ ସେଠାରେ ଗୋଟିଏ ସଭାର ଆୟୋଜନ କରାଯାଇଥିଲା । ଏହି ସ୍ଥାନରେ ବିଜେପି ନେତା ମାନେ ରାଜ୍ୟ ସରକାରଙ୍କର ଭୁଶୁଡି ପଡ଼ିଥିବା ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ । 

ଅଧିକ ପଢ଼ନ୍ତୁ:-ସରକାରଙ୍କ ବଡ଼ ଘୋଷଣା; ଏଣିକି ଆପଣ ମାଗଣାରେ ଦେଖିପାରିବେ ୨୦୦ ଟିଭି ଚ୍ୟାନେଲ୍ସ , ସେଟ୍-ଟପ୍ ବକ୍ସର ହେବନି ଆବଶ୍ୟକତା

ଅଧିକ ପଢ଼ନ୍ତୁ:-ଯେଉଁ ବ୍ୟାଟ୍ ସାହାଯ୍ୟରେ ବିରାଟ କୋହଲି ଶତକ ପରେ ଶତକ ଲଗାଇଚାଲିଛନ୍ତି, ଜାଣନ୍ତି କି ଆପଣ ଏହାର ମୂଲ୍ୟ କେତେ

ଅଧିକ ପଢ଼ନ୍ତୁ:-ଗହଣା କିଣିବାର ସୁବଣ୍ଣ ସୁଯୋଗ: ରେକର୍ଡ ଦାମରୁ ୩୦୦୦ ଟଙ୍କା ଶସ୍ତା ମିଳୁଛି ସୁନା, ଜାଣନ୍ତୁ ଆଜିର ନୂଆ ରେଟ୍

 

ସଭାରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିବା ବେଳେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ ମଧ୍ୟ ଯୋଗ ଦେଇଥିଲେ । ମଞ୍ଚରେ ସଭା ସମାପନ ପରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ପାଇଁ ବିଜେପି କର୍ମୀ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଯାହା ଫଳରେ ବିଜେପି କର୍ମୀ ସହ ବିରୋଧୀ ଦଳ ନେତା ଓ ଜିଲ୍ଲା ସଭାପତି କର୍ମୀଙ୍କ ସହ ଧସେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାଙ୍କୁ ଅଟକାଇବା କାରଣରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିରୋଧୀ ଦଳ ନେତା ଏହାକୁ ବିରୋଧ କରି ବ୍ୟାରିକେଟ ପାଖକୁ ଯାଉଥିବା ବେଳେ ମହିଳା ପୋଲିସ ଅଧିକାରୀ ତାଙ୍କୁ  ଅଟକାଇବାକୁ ଚେଷ୍ଟା କରିବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ତାକୁ ପୋଲିସ ପକ୍ଷରୁ ନିୟନ୍ତ୍ରଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ ଧନୁପାଲି ମହିଳା ଥାନା ଅଧିକାରୀ ଅନିତା ପ୍ରଧାନ ।

Read More
{}{}