Hindi News >>Home >>Odisha State

Birsa Munda BirthDay: ବିର୍ସା ମୁଣ୍ଡାଙ୍କ ଜନ୍ମଦିନ ପାଳିତ, ଉନ୍ମୋଚିତ ହେଲା ପ୍ରତିମୂର୍ତ୍ତି

ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତି ମଧ୍ୟରେ ସହିଦ୍ ବିର୍ସା ମୁଣ୍ଡାଙ୍କ ଜୀବନୀ ଅନେକ ଗୁରୁତ୍ବ ବହନ କରିଥାଏ। କେବଳ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳନ କଲେ ହବନି ବରଂ  ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନଚର୍ଯ୍ୟାରେ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି।

Advertisement
Birsa Munda BirthDay: ବିର୍ସା ମୁଣ୍ଡାଙ୍କ ଜନ୍ମଦିନ ପାଳିତ, ଉନ୍ମୋଚିତ ହେଲା ପ୍ରତିମୂର୍ତ୍ତି
Stop
Zee Odisha Desk|Updated: Nov 16, 2022, 09:24 PM IST

Birsa Munda BirthDay:  ଆନନ୍ଦପୁର (ନାରାୟଣ ସାହୁ): କୋଳାହଳରେ ଫାଟି ଉଠୁଛି ଗାଁ। ଅନେକ ବର୍ଷର ସ୍ବପ୍ନ ପୂରଣ ହେଇଛି ଏହି ଗ୍ରାମବାସୀଙ୍କର। ସହିଦ୍ ବିର୍ସା ମୁଣ୍ଡାଙ୍କୁ (Sahid Birsa Munda) ଭଗବାନ ମାନୁଥିବା ଏହି ଆଦିବାସୀମାନେ (Tribal) ପାଳନ କରିଛନ୍ତି ବିର୍ସା ମୁଣ୍ଡାଙ୍କ ୧୪୭ତମ ଜନ୍ମ (Birth Day) ଜୟନ୍ତୀ। ଏଥି ସହିତ ଉନ୍ମୋଚନ ହୋଇଛି ବିର୍ସା ମୁଣ୍ଡାଙ୍କ ବିଶାଳ ପ୍ରତିମୂର୍ତ୍ତୀ। ଯାହାକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ଗାଁ। 

ଆନନ୍ଦପୁର ଉପଖଣ୍ଡ ଆଦିବାସୀ ଅଧ୍ୟୁଷିତ କାଠକଟା ପଞ୍ଚାୟତ। ଅନେକ ବର୍ଷ ଧରି ଏହି ପଞ୍ଚାୟତରେ ନଭେମ୍ବର ୧୫ ତାରିଖରେ ପାଳନ ହୋଇ ଆସୁଛି ସହିଦ୍ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ। ହେଲେ ଚଳିତ ବର୍ଷ ର ଏହି ଉତ୍ସବ କିଛିଟା ନିଆରା ଥିଲା। କାହିଁକି ନା ଏହି ଆଦିବାସୀଙ୍କର ଅନେକ ଦିନର ସ୍ବପ୍ନ ପୂରଣ ହୋଇଛି। ଉନ୍ମୋଚନ ହୋଇଛି ସହିଦ୍ ବିର୍ସା ମୁଣ୍ଡାଙ୍କ ବିଶାଳ ପ୍ରତିମୂର୍ତ୍ତୀ। ଏହି ପ୍ରତିମୂର୍ତ୍ତୀକୁ ଉନ୍ମୋଚନ କରିଛନ୍ତି ଆନନ୍ଦପୁର ଓ ଘଷିପୁରାର ଦୁଇ ବିଧାୟକ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଖୁସିର ଲହରୀ। ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତର ଅନେକ ଲୋକ ସାହାଯ୍ୟ ସହଯୋଗ କରିଥିବା ବେଳେ ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଶା ଖାଇବା ବନ୍ଦ କରିବା ସହିତ ଆଦିବାସୀମାନେ ଉନ୍ନତିର ଚରମ ସୀମାରେ ପହଞ୍ଚିବାକୁ ବିଧାୟକ ପ୍ରେରଣା ଦେଇଛନ୍ତି।

ଅଧିକ ପଢନ୍ତୁ: 8th Pay Commission Update: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିବ ୪୪ ପ୍ରତିଶତ ଦରମା

ଅଧିକ ପଢନ୍ତୁ: Artemis Moon Mission: ଚନ୍ଦ୍ର ପୃଷ୍ଠକୁ ଗଲା ଦୁନିଆର ସବୁଠୁ ବଡ ରକେଟ୍, ୫୦ ବର୍ଷ ପରେ ନାସା ପଠାଇଲା ମହାକାଶଯାନ

ଚଳିତ ବର୍ଷ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଏହି ସ୍ଥାନରେ ତିନି ଦିନ ଧରି ପାଳନ ହେବ। ବିଭିନ୍ନ ପ୍ରକାର ଦୋକାନ ସାଙ୍ଗକୁ ଖାଦ୍ୟର ପସରା ମଧ୍ୟ ଖୋଲିଛି ଏହି ଅବସରର। ଆଦିବାସୀଙ୍କ ପାରମ୍ପରିକ ନାଚଗୀତରେ ମସଗୁଲ୍ ହୋଇଛନ୍ତି ସଭିଏଁ। କେବଳ କାଠକଟା ପଞ୍ଚାୟତ ନୁହେଁ ପାଖ ଆଖର ଅନେକ ଲୋକ ଉପଭୋଗ କରୁଛନ୍ତି ଏହି ଉତ୍ସବକୁ। ଦେଶକୁ ସ୍ଵାଧୀନ କରିବା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଏହି ଦିନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କଲେଣି।

ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତି ମଧ୍ୟରେ ସହିଦ୍ ବିର୍ସା ମୁଣ୍ଡାଙ୍କ ଜୀବନୀ ଅନେକ ଗୁରୁତ୍ବ ବହନ କରିଥାଏ। କେବଳ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳନ କଲେ ହବନି ବରଂ  ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନଚର୍ଯ୍ୟାରେ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି।

ଅଧିକ ପଢନ୍ତୁ: Fitkari Benefits: ଦାନ୍ତ ଯନ୍ତ୍ରଣାରୁ ଆରମ୍ଭ କରି ୟୁରିନ ସଂକ୍ରମଣ ପର୍ଯ୍ୟନ୍ତ, ଫିଟିକିରିରୁ ମିଳିଥାଏ ଏହି ୫ ଚମତ୍କାର ଲାଭ

ଅଧିକ ପଢନ୍ତୁ: G20 Summit: ପିଏମ ମୋଦିଙ୍କୁ ସାଲ୍ୟୁଟ କରୁଥିବା ନଜର ଆସିଲେ ଜୋ ବାଇଡେନ, ମଙ୍ଗଳବାର ନିଜେ ଆସି ମିଳାଇ ଥିଲେ ହାତ

Read More
{}{}