Hindi News >>Home >>Odisha State

Balasore: ଚିଙ୍ଗୁଡ଼ି କାରଖାନାରେ ଗ୍ୟାସ ଲିକ୍, ୪୦ ଅସୁସ୍ଥ

Ammonia Gas Leak: ଏହି ଘଟଣା ପଛରେ ରହିଥିବା କାରଣ ସମ୍ପର୍କରେ କିଛି ଜଣା ପଡିନାହିଁ। ଏହା ପଛରେ କାହାର ଦାୟିତ୍ୱହୀନତା ରହିଛି ନା ନାହିଁ ତାହା ସ୍ପଷ୍ଟ ହୋଇ ପାରିନାହିଁ।    

Advertisement
Balasore: ଚିଙ୍ଗୁଡ଼ି କାରଖାନାରେ ଗ୍ୟାସ ଲିକ୍, ୪୦ ଅସୁସ୍ଥ
Stop
Devendra Kumar Nayak SORO|Updated: Sep 28, 2022, 09:47 PM IST

Gas Leak in Shrimp Factory: ଚିଙ୍ଗୁଡ଼ି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହୋଇ ପଡିବାରୁ ଅସୁସ୍ଥ ହୋଇ ପଡ଼ିଛନ୍ତି ୪୦ ଶ୍ରମିକ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରେ ଘଟିଯାଇଛି ଏହି ଘଟଣା। ଗ୍ୟାସ ଲିକ କାରଣରୁ ଗୁରୁତର ହୋଇ ପଡ଼଼ିଥିବା କାରଖାନା କର୍ମଚାରୀଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥ କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଥିବାର ଖବର ମିଳିଛି।

ବୁଧବାର ସନ୍ଧ୍ୟା ପ୍ରାୟ ସାତଟା ସମୟରେ ଘଟିଯାଇଛି ଏହି ଘଟଣା। ଚିଙ୍ଗୁଡ଼ି ଫ୍ରିଜିଂ ଏବଂ ପ୍ରୋସେସିଂ (Shrimp Freezing and Processing) ନିମନ୍ତେ ବ୍ୟବହାର ହେଉଥିବା ଆମୋନିଆ ଗ୍ୟାସ୍ (Ammonia Gas) ଚିଙ୍ଗୁଡ଼ି କାରଖାନାରେ (Shrimp Factory) ଲିକ୍ (Gas Leak)  ହୋଇ ପଡ଼ିଥିବାର ଜଣାପଡ଼ିଛି। ଏହି ଘଟଣାରେ ଅସୁସ୍ଥ ହୋଇ ପଡିଥିବା କର୍ମଚାରୀଙ୍କୁ ଡାକ୍ତରଖାନା ନିଆଯିବା ପରେ କାରାଖାନାରେ ଗ୍ୟାସ ଲିକ ହୋଇଥିବା ନେଇ ଜଣାପଡ଼ିଥିଲା। ହେଲେ ଏହି ଅଘଟଣ ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଚିଙ୍ଗୁଡ଼ି କାରଖାନାରେ ଗ୍ୟାସ୍ ଲିକ ହେବା ପଛରେ ରହିଥିବା କାରଣ ସମ୍ପର୍କରେ କିଛି ଜଣା ପଡିନାହିଁ। ଏହି ଘଟଣା ପଛରେ କାହାର ଦାୟିତ୍ୱହୀନତା ରହିଛି ନା ନାହିଁ ତାହା ସ୍ପଷ୍ଟ ହୋଇ ପାରିନାହିଁ।  

 

Read More
{}{}