Hindi News >>Home >>Odisha State

Bagedia Dharmasala: ହବିଷ୍ୟାଳିଙ୍କ ପାଇଁ ଆସିଲା ଖୁସି ଖବର, ଲିଜ ବାତିଲ କରି ଖୋଲିବା ପାଇଁ ନେଲା ପ୍ରଶାସନ ନେଲା ନିଷ୍ପତ୍ତି

ପୁରୀ(ସଞ୍ଜୟ ମହାପାତ୍ର): ସେବା ଓ ଧର୍ମ ପାଇଁ ଭକ୍ତଙ୍କ ଉଦ୍ଦେଶ୍ୟରେ ଲିଜ ଦିଆଯାଇଥିବା ବାଗେଡିଆ ଧର୍ମଶାଳା ଏବେ ପ୍ରଶାସନ ଅଧୀନରେ। ଓଇଏ ଅପିଲ୍‌ କେସ ବଳରେ ଜିଲ୍ଲା ପ୍ରଶାସନ ଲିଜକୁ ବାତିଲ କରି ଦଖଲକୁ ନେଇଛନ୍ତି। ତେବେ ଧର୍ମଶାଳା କୋଠାର ସୁରକ୍ଷା ଯାଞ୍ଚ ପରେ ତା କିଭଳି ବିନିଯୋଗ ହେବ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍

Advertisement
Bagedia Dharmasala: ହବିଷ୍ୟାଳିଙ୍କ ପାଇଁ ଆସିଲା ଖୁସି ଖବର, ଲିଜ ବାତିଲ କରି ଖୋଲିବା ପାଇଁ ନେଲା ପ୍ରଶାସନ ନେଲା ନିଷ୍ପତ୍ତି
Stop
Sanjaya Kumar Mohapatra|Updated: Sep 22, 2022, 07:04 PM IST

Bagedia Dharmasala: ପୁରୀ(ସଞ୍ଜୟ ମହାପାତ୍ର): ସେବା ଓ ଧର୍ମ ପାଇଁ ଭକ୍ତଙ୍କ ଉଦ୍ଦେଶ୍ୟରେ ଲିଜ ଦିଆଯାଇଥିବା ବାଗେଡିଆ ଧର୍ମଶାଳା ଏବେ ପ୍ରଶାସନ ଅଧୀନରେ। ଓଇଏ ଅପିଲ୍‌ କେସ ବଳରେ ଜିଲ୍ଲା ପ୍ରଶାସନ ଲିଜକୁ ବାତିଲ କରି ଦଖଲକୁ ନେଇଛନ୍ତି। ତେବେ ଧର୍ମଶାଳା କୋଠାର ସୁରକ୍ଷା ଯାଞ୍ଚ ପରେ ତା କିଭଳି ବିନିଯୋଗ ହେବ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ତେବେ ଯେଉଁ ଉଦ୍ଦେଶ୍ୟରେ ଦିଆଯାଇଥିଲା ସେହି ଉଦ୍ଦେଶ୍ୟରେ ବାଗେଡିଆ ଧର୍ମଶାଳା ହେବା ଦରକାର ନ ହେଲେ ଏହାକୁ ନେଇ ବିରୋଧ କରାଯିବ ବୋଲି କହିଛନ୍ତି ଆଇନଜୀବୀ। ସେପଟେ ଖାଲି ଭାରତର ଲୋକେ ନୁହଁନ୍ତି ବିଦେଶୀମାନେ ବି ଏହି ଧର୍ମଶାଳରେ କମ ମୂଲ୍ୟରେ ରହୁଥିବା ବେଳେ ପ୍ରଶାସନ ଏହାକୁ ପୁନଃ ଚାଲୁକରିବା ଦରକାର ବୋଲି କହିଛନ୍ତି ସେବାୟତ। ତେବେ କଣ ହେବ ବାଗେଡିଆ ଧର୍ମଶାଳାର ଭାଗ୍ଯ ଓ ଆଉ କେବେ ରହିବେ ଭକ୍ତମାନେ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ନିଶୁଳ୍କ ଅର୍ଥାତ କେବଳ ଲାଇଟ ଓ ପାଣିର ଅର୍ଥ ନେଇ ଭକ୍ତଙ୍କୁ ସୁଲଭ ମୁଲ୍ଯରେ ରଖିବା ପାଇଁ ସିଂହଦ୍ୱାର ଅଂଚଳରେ ଜମି ଲିଜ ଦିଆଯାଇଥିଲା ବାଗେଡିଆ ଧର୍ମଶାଳାକୁ। ଆଉ ଓଇଏ ଆକ୍ଟର ଖିଲାପ କରିଥିବା ସହ ଧର୍ମଶାଳାକୁ ବ୍ଯବସାୟିକ ଭାବେ ବ୍ଯବହାର କରୁଥିବାରୁ ଧର୍ମଶାଳାର ମାଲିକାନା ଲିଜ ବାତିଲ କରି ଜିଲା ପ୍ରଶାସନ ନିଜ ଦଖଲକୁ ନେଇଛନ୍ତି । ତେବେ ବାଗେଡିଆ ଧର୍ମଶାଳାକୁ ଯେଭଳି ଭକ୍ତଙ୍କ ରହଣୀ ପାଇଁ କରାଯାଇଥିଲା ସେହି ଉଦ୍ଦେଶ୍ୟରେ ପ୍ରଶାସନ ଭକ୍ତଙ୍କ ପାଇଁ ବାଗେଡିଆ ଧର୍ମଶାଳାକୁ ଖୋଲୁ। କାରଣ ପୁରୀକୁ ଲକ୍ଷାଧିକ ଭକ୍ତ ଆସନ୍ତି ସେମାନେ ସୁଲଭ ଅର୍ଥରେ ଧର୍ମଶାଳାରେ ରହି ଜଗନ୍ନାଥ ଦର୍ଶନ କରି ପ୍ରତ୍ଯାବର୍ତ୍ତନ କରନ୍ତି। 

ତେଣୁ ବ୍ଯବସାୟିକ ବ୍ଯବହାର ଅଭିଯୋଗକୁ ନେଇ ଧର୍ମଶାଳାକୁ ପ୍ରଶାସନ ନିଜ ଦଖଲକୁ ନେଇଥିବା ବେଳେ ଧର୍ମଶାଳାକୁ ମରାମତି କରି ପୁଣି ଭକ୍ତଙ୍କ ଉଦ୍ଧେଶ୍ଯରେ କରାଯାଉ ବୋଲି କହିଛନ୍ତି ବରିଷ୍ଠ ସେବାୟତ। ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମଠ ମନ୍ଦିର ଆଦି ଉଛେଦ ହୋଇଥିବା ବେଳେ ଶ୍ରୀମନ୍ଦିର ଠାରୁ ୧୦୦ ମିଟର ଦୁରରେ ଥିବା ବାଗେଡିଆ ଧର୍ମଶାଳାଟି ୬୦ ବର୍ଷ ଧରି ଭକ୍ତଙ୍କ ସେବାରେ ରହିଥିଲା। ତେବେ ଧର୍ମଶାଳା ମାଲିକ ନିୟମ ଉଲଙ୍ଘନ କରିଥିବାରୁ ପଦକ୍ଷେପ ନେବା ସ୍ୱାଗତଯୋଗ୍ଯ। 

ହେଲେ ପ୍ରଶାସନ ତାକୁ ଅନ୍ଯ ଉଦ୍ଦେଶ୍ଯରେ ବିନିଯୋଗ ନ କରି ଭକ୍ତଙ୍କ ପାଇଁ ବିନିଯୋଗ କରୁ। ନ ହେଲେ ପୁରୀକୁ ଆସୁଥିବା ଗରିବ ଭକ୍ତଟିଏ ଆଉ ଧର୍ମଶାଲା ନ ପାଇ ଅନେକ ଶୋଷଣର ଶିକାର ହେବ। ତେଣୁ ଧର୍ମଶାଳା ଭକ୍ତଙ୍କ ପାଇଁ ନିର୍ମାଣ କରି ବିକଳ୍ପ ବ୍ଯବସ୍ଥା କରି ଏଭଳି ପଦକ୍ଷେପ ନିଆଯାଉ ନ ହେଲେ ବିରୋଧ ହେବ ବୋଲି କହିଛନ୍ତି ଆଇନଜୀବୀ। ସେପଟେ ଖାଲି ଗରିବ ଭକ୍ତ ନୁହେଁ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ଥିବା ବାଗେଡିଆ ଧର୍ମଶାଳାରେ ଅନେକ ବିଦେଶୀ ଭକ୍ତ ବି ଆସି ରହିଥାନ୍ତି। ତେଣୁ ପ୍ରଶାସନ ଉନ୍ନତିକରଣ ନାଁରେ ଏଭଳି ଭକ୍ତଙ୍କ ସୁବିଧାକୁ ହଟାଇବା ଅନୁଚିତ ବୋଲି କହିଛନ୍ତି ଭକ୍ତ ଓ ସେବକ ।

ତେବେ ଶ୍ରୀମନ୍ଦିର ନିକଟରେ ରହିଥିବା ଏହି ବାଗେଡିଆ ଧର୍ମଶାଳାଟି ୧୯୬୦ ମସିହାରେ ଜମି ଲିଜ ପାଇଥିବା ବେଳେ ୧୯୬୧ ମସିହାରେ ବାଗେଡ଼ିଆ ଧର୍ମଶାଳା ଆରମ୍ଭ ହୋଇଥିଲା। ସେଖ ତୋଲାରାମ ସୁଜନଲାଲ ବାଗେଡ଼ିଆ ଏହି ଧର୍ମଶାଳା ପରିଚାଳନା ଦାୟିତ୍ବ ନେଇଥିଲେ। ପରବର୍ତ୍ତୀ ସମୟରେ ଏହା ଟ୍ରଷ୍ଟ ହାତକୁ ଚାଲିଗଲା। ଶିବପ୍ରସାଦ ବାଗେଡ଼ିଆ, ଚନ୍ଦନଲାଲ ବାଗେଡ଼ିଆ, ଗଙ୍ଗାଧର ବାଗେଡ଼ିଆ ପ୍ରମୁଖ ୫ଜଣ ସଦସ୍ୟଙ୍କୁ ନେଇ ଗଠିତ ଟ୍ରଷ୍ଟ ବୋର୍ଡ଼ ସେବେଠୁ ବାଗେଡ଼ିଆ ଧର୍ମଶାଳା ପରିଚାଳନା ଦାୟିତ୍ବ ମୁଣ୍ଡାଇଥିଲା। 

କିନ୍ତୁ ସେବା, ଧର୍ମ ପାଇଁ ଚାଲିଥିବା ଏହି ଧର୍ମଶାଳା ବ୍ୟବସାୟିକ କାମରେ ଲାଗୁଥିବା ଅଭିଯୋଗ ହୋଇଥିଲା। ଧର୍ମଶାଳାକୁ ବ୍ୟବସାୟିକ ଦୃଷ୍ଟିକୋଣରୁ ବିନିଯୋଗ କରାଯାଉଥିବା ଅଭିଯୋଗ ହୋଇଥିଲା। ଏଣୁ ୧୯୮୯ରେ ବାଗେଡ଼ିଆ ଧର୍ମଶାଳା ଜମି ସରକାରୀ ଖାତାକୁ ଚାଲି ଆସିଥିଲା। ଏ ଉପରେ ୧୯୯୦ ମସିହାରେ ତତ୍କାଳୀନ ପୁରୀ ଆରଆଇ ତହସିଲଦାରଙ୍କ କୋର୍ଟରେ କ୍ଲେମ କେସ୍‌ କରିଥିଲେ। ତହସିଲଦାରଙ୍କ କୋର୍ଟ ବାଗେଡ଼ିଆ ଧର୍ମଶାଳା ଜାଗା ସରକାରୀ ଖାତାକୁ ଆସିବ ବୋଲି ‌ପୁନଃଆଦେଶ ଦେଇଥିଲେ। ଏହା ବିରୋଧରେ ୧୯୯୮ ମସିହାରେ ଟ୍ରଷ୍ଟ ବୋର୍ଡ଼ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ)ଙ୍କ କୋର୍ଟରେ ଏକ ଓଇଏ ଅପିଲ୍‌ କେସ୍‌ କରିଥିଲେ। 

ଏହି ମାମଲାର ଶୁଣାଣି କରି ୨୦୨୧ ଅକ୍ଟୋବର ମାସରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ)ଙ୍କ କୋର୍ଟ ଜିଲ୍ଲା ପ୍ରଶାସନକୁ ଏହି ଜାଗା ଦଖଲକୁ ନେବାକୁ ଆଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟ ଆଦେଶକ୍ରମେ ବର୍ଷେ ପରେ ଜିଲ୍ଲା ପ୍ରଶାସନ ବାଗେଡ଼ିଆ ଧର୍ମଶାଳାକୁ ନିଜ ଦଖଲକୁ ନେଇଛି। ବର୍ତ୍ତମାନ ବାଗେଡ଼ିଆ ଧର୍ମଶାଳାରେ ୪୫ଟି ରହିବା ଘର ସହ ୧୨ଟି ଦୋକାନ ଘର ରହିଥିଲା। ପରବର୍ତ୍ତୀ ସମୟରେ ସିଂହଦ୍ବାର ଥାନା ଓ ଆରଆଇ କାର୍ଯ୍ୟାଳୟ ଏଠାରେ ଚାଲିଥିଲା। ତେବେ ପ୍ରଶାସନ ପକ୍ଷରୁ ବାଗେଡିଆ ଧର୍ମଶାଳାର କୋଠାର ସୁରକ୍ଷା ଯାଂଚ କରାଯିବା ପରେ ତାହା କେଉଁଥି ପାଇଁ ବ୍ଯବହାର କରାଯିବ କି ୫ ଏକର ପରିମିତ ଧର୍ମଶାଳାରେ ଆଉ କଣ ଭକ୍ତଙ୍କ ପାଇଁ କରାଯିବ ତା ଉପରେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲାପାଳ ।

ତିରୁପତି ହେଉ ଅବା ଶିରିଡି ସାଇ ସବୁଠି ସୁଲଭ ମୁଲ୍ଯରେ ଭକ୍ତଙ୍କ ରହଣୀ ପାଇଁ ରହିଛି ସୁବିଧା। ଆଉ ପୁରୀରେ ପ୍ରଶାସନର ଭକ୍ତ ନିବାସ ଅଧିକ ମୁଲ୍ଯର ରହିଥିବାରୁ ଭକ୍ତମାନେ ଧର୍ମଶାଳାରେ ସୁଲଭ ମୁଲ୍ଯରେ ରହିଥାନ୍ତି । ମାତ୍ର ଏବେ ଧର୍ମଶାଳା ପ୍ରଶାସନ ଅଧିନକୁ ଯିବା ପରେ ସେଥିରେ ଭକ୍ତଙ୍କ ରହଣି ବ୍ଯବସ୍ଥା କରାଯିବା ସହ ବାଗେଡିଆ ଧର୍ମଶାଳାର ଇତିହାସ ଉଜ୍ଜିବିତ ରହୁ ବୋଲି ଦାବି ହୋଇଛି।

Read More
{}{}