Hindi News >>Home >>Odisha State

Asika Sugar Factory: ଚିନି ଶିଳ୍ପକୁ ନେଇ ଉତ୍କଣ୍ଠା ବଢିଲା, ବୃଦ୍ଧି ପାଇଲା ନିଯୁକ୍ତି ସମ୍ଭାବନା

ଚିନିର ସହର ଆସିକା। ଏଠି ୧୮୫୨ ମସିହାରେ ଗଢିଉଠି ଏସିଆ ମହାଦେଶ ସର୍ବପୁରାତନ ଚିନିଶିଲ୍ପ। ଦେଶ ରାଜ୍ୟ ତଥା ଜିଲ୍ଲାର ଗୌରବ ବହନ କରୁଥିବା ଏହି ଚିନି ଶିଳ୍ପ ଆସିକା ତଥା ଆଖପାଖ ଅଞ୍ଚଳର ଲୋକଙ୍କୁ କର୍ମ ନିଯୁକ୍ତି ଦେବା ଓ ପ୍ରାୟ ୧୪ଟି ବ୍ଳକ କୃଷଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ଗଢିଉଠିଥିଲା । 

Advertisement
Asika Sugar Factory: ଚିନି ଶିଳ୍ପକୁ ନେଇ ଉତ୍କଣ୍ଠା ବଢିଲା, ବୃଦ୍ଧି ପାଇଲା ନିଯୁକ୍ତି ସମ୍ଭାବନା
Stop
Zee Odisha Desk|Updated: Aug 23, 2022, 01:21 PM IST

Asika Sugar Factory: ବ୍ରହ୍ମପୁର: ଏସିଆ ମହାଦେଶର ସର୍ବପୁରାତନ ଆସିକା ଚିନିକଳ। ଗଞ୍ଜାମ ଜିଲ୍ଲାର ୧୪ଟି ବ୍ଲକ ଉପରେ ନିର୍ଭର କରି ଗଢିଉଠିଥିବା ଏହି ଚିନିକଳ ଏବେ କ୍ଷତିରେ ଚାଲିଛି। ଚିନି, ଗୂଡ଼, ନବତ ଓ ଆଲକହଳ ଉତ୍ପାଦନ କରି ନିଜର ପରିଚୟ ସୃଷ୍ଟି କରିଥିବା ଏହି କଳ ଏବେ ପରିଚୟ ହରାଇବାକୁ ବସିଛି।ଜଳ ସେଚନରେ ଅବ୍ୟବସ୍ଥା, ଆଖୁଚାଷୀଙ୍କୁ ପ୍ରୋଛାହନ ଯୋଗାଇବାରେ ସମସ୍ୟା ଓ ଠିକ ସମୟରେ ଚାଷୀଙ୍କ ଆଖୁର ପଇସା ଦେବାରେ ବିଫଳତା, ଶିଳ୍ପରେ କୁଶଳୀ ଶ୍ରମିକଙ୍କ ନିଯୁକ୍ତି ରେ ଅନିୟମିତତା ସାଙ୍ଗକୁ ଚିନି ଶିଳ୍ପ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାଵ ଯୋଗୁ ଏବେ ଏହି ପୁରାତନ କଳଟି ବର୍ଷର ମାତ୍ର ୩ ମାସ ଚାଲୁଛି। ବାକି ସମୟ ବନ୍ଦ ରହୁଛି।

ଚିନିର ସହର ଆସିକା। ଏଠି ୧୮୫୨ ମସିହାରେ ଗଢିଉଠି ଏସିଆ ମହାଦେଶ ସର୍ବପୁରାତନ ଚିନିଶିଲ୍ପ। ଦେଶ ରାଜ୍ୟ ତଥା ଜିଲ୍ଲାର ଗୌରବ ବହନ କରୁଥିବା ଏହି ଚିନି ଶିଳ୍ପ ଆସିକା ତଥା ଆଖପାଖ ଅଞ୍ଚଳର ଲୋକଙ୍କୁ କର୍ମ ନିଯୁକ୍ତି ଦେବା ଓ ପ୍ରାୟ ୧୪ଟି ବ୍ଳକ କୃଷଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ଗଢିଉଠିଥିଲା । ହେଲେ ଏହି ସର୍ବପୁରାତନ କଳ ଏବେ ଦୁର୍ଦ୍ଦିନରେ। ଆଖୁଚାଷୀଙ୍କ ବିଭିନ୍ନ ସମସ୍ୟା ଦୂର କରିବାରେ ବିଫଳ ଚିନିଶିଲ୍ପ କର୍ତ୍ତୃପକ୍ଷ ଏବେ ଅନେକ କୃଷକ ଆଖୁଚାଷୀରୁ ମୁହଁ ଫେରାଇଲେଣି ଫଳରେ ଶିଳ୍ପକୁ କଞ୍ଚା ମାଲ ଆଖୁର ଅଭାବ ଯୋଗୁ କଳଟି ମାତ୍ର ବର୍ଷ ର 3 ମାସ ଚାଲୁଚି। ଆଉ ଏଥିପାଇଁ କଳ ଏବେ କ୍ଷତିରେ।

ଏହି କଳ ର କେବଳ ବୋଟିଲିଙ୍ଗ ପ୍ଲାଣ୍ଟ ବର୍ଷ ତମାମ ଚାଲୁଥିବା ବେଳେ ଏହାର ଟେଣ୍ଡର ରେ ମଧ୍ୟ ମାନମୁଖୀ କରାଯାଉଥିବା ଯୋଗୁଁ ଓ ଏହି କଳରେ କାର୍ଯ୍ୟରତ ଶ୍ରମିକ ମାରଣ ନୀତି ଏବଂ ଶିଳ୍ପର ଉନ୍ନତି କାରଣ ଦିଗରେ ଅଦର୍ଶିତା ଦେଖିଲେ ଚିନି ଶିଳ୍ପକୁ ବିକ୍ରିକରିବାର ମସୁଧା ଚାଲିଛି ବୋଲି କହିଛନ୍ତି ଶ୍ରମିକ ନେତା। ଏପଟେ ଚିନୀ ଶିଳ୍ପକୁ ଅଚାନକ ଶ୍ରମ ମନ୍ତ୍ରୀଙ୍କ ଗ୍ରସ୍ତ ସ୍ଥାନୀୟ ଅଞ୍ଚଳର ବୁଦ୍ଧି ଜୀବୀ ଓ ଅଞ୍ଚଳବାସୀଙ୍କ ମନରେ ନୂତନ ଆଶା ଭରିଛି।

ନାନା ପ୍ରକାର ଦୁର୍ଧିନ ରେ ଚାଲୁଥିବା ଏବଂ ନିଜର ପୂର୍ଵ ଗୌରବ ଲାଭ ପାଇଁ ଜୁଝୁଥିବା ଥିବା ଏହି ଚିନି ଶିଳ୍ପର କର୍ମଚାରୀଙ୍କ ମଧ୍ୟ ମନରେ ଏବେ ଖୁସି ଦେଖଗିବାକୁ ମିଳିଛି ଶ୍ରମ ମନ୍ତ୍ରୀ ଙ୍କ ଅଚାନକ ଗ୍ରସ୍ତକୁ ନେଇ। ସେମାନଙ୍କ ମନରେ ଏବେ ଶିଳ୍ପର ସମସ୍ୟା ଦୂର ହେବାର ନୂତନ ଆଶା ସଞ୍ଚାର ହୋଇଛି। ଏପଟେ ଚିନି ଶିଳ୍ପ ଗ୍ରସ୍ତ ରେ ଆସିଥିବା ଶ୍ରମ ମନ୍ତ୍ରୀ ଏହାର ଉନ୍ନତି କାରଣ ପାଇଁ କଣ କଣ ଆବଶ୍ୟକ ତାହାର ଏକ ତାଲିକା ପ୍ରସ୍ତୁତ କରି ଦେବା ପାଇଁ ଚିନି ଶିଳ୍ପ କତ୍ତୃପକ୍ଷ ଙ୍କୁ କହିଛନ୍ତି।

ଅଧିକ ପଢନ୍ତୁ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍; ଏହି ଦିନ ବଢ଼ିବ ମହଙ୍ଗା ଭତ୍ତା, ୪ ପ୍ରତିଶତ ହେବ ବୃଦ୍ଧି!

ଅଧିକ ପଢନ୍ତୁ: SBI ପରିବର୍ତ୍ତନ କରିଛି ATM ସମ୍ବନ୍ଧୀୟ ନିୟମ?

Read More
{}{}