Hindi News >>Home >>Odisha State

Anandapur Bus Stand: କେବେ ପୁରଣ ହେବ ଆନନ୍ଦପୁର ବସଷ୍ଟାଣ୍ଡ ସ୍ୱପ୍ନ !

  ଆନନ୍ଦପୁର (ନାରାୟଣ ସାହୁ): ଅନେକ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି। ଭୁବନେଶ୍ବରଠାରୁ କେନ୍ଦୁଝର କିମ୍ବା ରାଉରକେଲା, କଲିକତା, ବାଲେଶ୍ୱର ଯାଉଥିବା ବସ୍ ଯାତ୍ରୀ ଆନନ୍ଦପୁରର ଘଷିପୁରା ବସଷ୍ଟାଣ୍ଡ ଆସିଲେ ଆଉ ନାକ ଟେକିବେନି। ଏବେ ବସଷ୍ଟାଣ୍ଡ ଭିତରେ ଯାତ୍ରୀମାନେ ପାଇବେ ଅତ୍ୟାଧୁନିକ ସୁବିଧା। ଯାହାର କାମ ଏବେ ଆରମ୍ଭ ହୋଇ ସାରିଛି

Advertisement
Anandapur Bus Stand: କେବେ ପୁରଣ ହେବ ଆନନ୍ଦପୁର ବସଷ୍ଟାଣ୍ଡ ସ୍ୱପ୍ନ !
Stop
Zee Odisha Desk|Updated: Sep 29, 2022, 02:33 PM IST

Anandapur Bus Stand:  ଆନନ୍ଦପୁର (ନାରାୟଣ ସାହୁ): ଅନେକ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି। ଭୁବନେଶ୍ବରଠାରୁ କେନ୍ଦୁଝର କିମ୍ବା ରାଉରକେଲା, କଲିକତା, ବାଲେଶ୍ୱର ଯାଉଥିବା ବସ୍ ଯାତ୍ରୀ ଆନନ୍ଦପୁରର ଘଷିପୁରା ବସଷ୍ଟାଣ୍ଡ ଆସିଲେ ଆଉ ନାକ ଟେକିବେନି। ଏବେ ବସଷ୍ଟାଣ୍ଡ ଭିତରେ ଯାତ୍ରୀମାନେ ପାଇବେ ଅତ୍ୟାଧୁନିକ ସୁବିଧା। ଯାହାର କାମ ଏବେ ଆରମ୍ଭ ହୋଇ ସାରିଛି ତେବେ ବସଷ୍ଟାଣ୍ଡର ଆଧୁନୀକରଣକୁ ନେଇ କିଭଳି ରହିଛି ପ୍ରସ୍ତୁତି ।

କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସହର ଜିଲ୍ଲା ପାଇଁ ଅନେକ ଗୁରୁତ୍ବ ବହନ କରିଥାଏ। ଜାତୀୟ ରାଜପଥ ୨୦ର ପାର୍ଶ୍ଵରେ ଅବସ୍ଥିତ ଏହି ସହର ଦେଇ ପ୍ରାୟତଃ ପ୍ରତ୍ୟେକ ଦିନ ଶତାଧିକ ବସ୍ ଯା'ଆସ କରିଥାଏ। ସହର କୁ ଦୁଇ ଭାଗରେ ବିଭକ୍ତ କରିଥାଏ ବୈତରଣୀ ନଦୀ। ନଦୀର ଦକ୍ଷିଣ ପାର୍ଶ୍ଵରେ ଘଷିପୁରା ବଜାର ଥିବା ବେଳେ ବାମ ପାର୍ଶ୍ୱରେ ଆନନ୍ଦପୁର ବଜାର ଅବସ୍ଥିତ। ଘଷିପୁରା ବଜାର ଦେଇ ଯାଇଥବା ରାସ୍ତାଟି କେନ୍ଦୁଝର ଠାରୁ ଭୁବନେଶ୍ଵରକୁ ଯାତାୟାତ ନିମନ୍ତେ ବ୍ୟବହାର ହେଉଥିବା ବେଳେ ଆନନ୍ଦପୁର ବଜାର ଦେଇ ଯାଇଥବା ରାସ୍ତା ଭଦ୍ରକକୁ କରଞ୍ଜିଆ ସହିତ ସଂଯୋଗ କରିଥାଏ। 

ଘଷିପୁରା ବସଷ୍ଟାଣ୍ଡ ଦେଇ ପ୍ରତ୍ୟେକ ଦିନ ଶତାଧିକ ବସ୍ ଯାତାୟାତ କରୁଥିବା ବେଳେ ଏହା ଅବହେଳିତ ହୋଇ ପଡିରହିଥିବା କାରଣରୁ ବସ୍ ଯାତ୍ରୀମାନେ ନାହିଁ ନଥିବା କଷ୍ଟ ଭୋଗୁଥିଲେ। ନାଁ ଏହି ବସଷ୍ଟାଣ୍ଡରେ ଥିଲା ଭଲ ଶୌଚାଳୟ ଟିଏ ନାଁ ଥିଲା ଯାତ୍ରୀଙ୍କ ନିମନ୍ତେ ପିଇବା ପାଣିର ବ୍ୟବସ୍ଥା ନାଁ ଥିଲା ଭଲ ଯାତ୍ରୀ ପ୍ରତିକ୍ଷାଳୟ। ଯାହାକୁ ନେଇ ୨୦ ବର୍ଷରୁ ଊର୍ଦ୍ଧ୍ବ ହେବ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରି ଆସୁଥିଲେ। ତତ୍କାଳୀନ ଜିଲ୍ଲାପାଳଙ୍କ ଦ୍ଵାରା ବସଷ୍ଟାଣ୍ଡର ଉନ୍ନତିକରଣ ନିମନ୍ତେ ପ୍ରୟାସ ଆରମ୍ଭ ହୋଇଥିଲା ହେଲେ କିଛି ଦିନ ପରେ ସେସବୁ ଫାଇଲ ତଳେ ଚାପି ହୋଇ ରହିଗଲା। ପୁନର୍ବାର ବର୍ତ୍ତମାନ ପରିସ୍ଥିତିରେ ସମସ୍ତ ସର୍ଭେ ପରେ ଜିଲ୍ଲା ଖଣିଜ ପାଣ୍ଠିର ଅନୁଦାନରେ ଆରମ୍ଭ ହୋଇଛି ବସଷ୍ଟାଣ୍ଡ ର ଆଧୁନୀକରଣ କାମ। ଯାହାକୁ ନେଇ ଖୁସି ସ୍ଥାନୀୟ ବାସିନ୍ଦା। 

ଘଷିପୁରା ବସଷ୍ଟାଣ୍ଡର ଆଧୁନୀକରଣ ନିମନ୍ତେ ୪ କୋଟି ୩୨ ଲକ୍ଷ ଟଙ୍କାର ବ୍ୟୟବରାଦ ହେଇଥିବା ବେଳେ ଆନନ୍ଦପୁର ବସଷ୍ଟାଣ୍ଡ ନିମନ୍ତେ ୪ କୋଟି ୪୦ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ସମସ୍ତ ପ୍ରକ୍ରିୟା ଶେଷହେବା ପରେ ଠିକାଦାର କାମ ଆରମ୍ଭ କରିଛନ୍ତି। ବସ୍ ଟର୍ମିନାଲ ରେ ଶୌଚାଳୟ, ଯାତ୍ରୀ ନିବାସ, ସ୍ୱଚ୍ଛ ପାନୀୟ ଜଳ ଆଦିର ବ୍ୟବସ୍ଥା ରହିବାକୁ ଥିବା ବେଳେ ଘଟଗାଁ ମା ତାରିଣୀ, ହଦଗଡ଼ ଆଦି ପର୍ଯ୍ୟଟନ ସ୍ଥଳକୁ ଆସୁଥିବା ପର୍ଯ୍ୟଟକ ଏଥିରୁ ଲାଭବାନ ହେବେ। 

ବସଷ୍ଟାଣ୍ଡର ଉନ୍ନତି କରଣ ହବ ଠିକ୍ ହେଲେ ପ୍ରଶାସନିକ ସ୍ତରରେ ବସଷ୍ଟାଣ୍ଡର ଆଧୁନୀକରଣ କାମକୁ ପ୍ରତ୍ୟେକ ଦିନ ଯାଞ୍ଚ କରିବା ସହିତ ତୁରନ୍ତ କାମ ଶେଷ କରି ଲୋକଙ୍କୁ ସେବା ଯୋଗାଇବାକୁ ପ୍ରୟାସ ଜାରି ରହିଛି। ନୂତନକରି ନିର୍ମାଣ ହେଉଥିବା ବସଷ୍ଟାଣ୍ଡ ରେ ସମସ୍ତ ସୁବିଧା ଉପଲବ୍ଧ ହେବାକୁ ଥିବା ବେଳେ ଏହା ଯାତ୍ରୀ ମାନଙ୍କୁ ଅନେକ ସହାୟକ ହେବ। ସ୍ଥାନୀୟ ଲୋକମାନେ ପ୍ରଶାସନକୁ ସାହାଯ୍ୟ କଲେ ବସଷ୍ଟାଣ୍ଡ କାମ ଶେଷ ହୋଇ ସାଧାରଣ ଲୋକଙ୍କୁ ସୁବିଧା ଉପଲବ୍ଧ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ। ଆନନ୍ଦପୁରବାସୀଙ୍କ ଅନେକ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଥିବା ବେଳେ ନିର୍ମାଣ ହେବାକୁ ଥିବା ବସଷ୍ଟାଣ୍ଡ ଯୋଗୁ ଅନେକ ଲୋକ ଉପକୃତ ହେବେ ଏଥିରେ ଦ୍ଵିମତ ନାହିଁ।

ଅଧିକ ପଢନ୍ତୁ: ଅରୁଣାଚଳ ପ୍ରଦେଶରେ ଆମେରିକାର ଏହି ପ୍ଲାନରୁ ବଢ଼ିବ ଚୀନ ଓ ଭାରତ ମଧ୍ୟରେ ବିବାଦ!

Read More
{}{}