Hindi News >>Home >>Zee Odisha

Deepfake video: ଡିପ୍ ଫେକ୍ ଭିଡିଓ ବିରୋଧରେ ଚୀନ ରଣନୀତି କ ଣ ?ଆଗାମୀ 10 ଦିନରେ ଭାରତ ଆଣୁଛି ଆଇନ

  ପ୍ରଥମେ ରଶମିକା ମନ୍ଦନା, ପରେ କ୍ୟାଟ୍ରିନା କୈ ଫ ଏବଂ କାଜୋଲଙ୍କ ଡିପ୍ ଫେକ ଭିଡିଓ ଭାଇାଲ  ହେବା ପରେ ସରକାରଙ୍କଠାରୁ ସାଧାରଣ ନାଗରିକ ସମସ୍ତଙ୍କ ଚିନ୍ତା ବଢିଯାଇଛି। ଡିପ୍ ଫେକ୍ ଭିଡିଓ ପ୍ରସାରକୁ ରୋକିବା ପାଇଁ  କେନ୍ଦ୍ର ସରକାର ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ  କାର୍ଯ୍ୟ କରୁଛନ୍ତି। ସୂଚନା ଓ ପ୍ରଯୁକ୍ତି&nb

Advertisement
SOCIAL MEDIA
Stop
Zee Odisha Desk|Updated: Nov 24, 2023, 08:31 PM IST

Deepfake video: 

ପ୍ରଥମେ ରଶମିକା ମନ୍ଦନା, ପରେ କ୍ୟାଟ୍ରିନା କୈ ଫ ଏବଂ କାଜୋଲଙ୍କ ଡିପ୍ ଫେକ ଭିଡିଓ ଭାଇାଲ  ହେବା ପରେ ସରକାରଙ୍କଠାରୁ ସାଧାରଣ ନାଗରିକ ସମସ୍ତଙ୍କ ଚିନ୍ତା ବଢିଯାଇଛି। ଡିପ୍ ଫେକ୍ ଭିଡିଓ ପ୍ରସାରକୁ ରୋକିବା ପାଇଁ  କେନ୍ଦ୍ର ସରକାର ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ  କାର୍ଯ୍ୟ କରୁଛନ୍ତି। ସୂଚନା ଓ ପ୍ରଯୁକ୍ତି  ମନ୍ତ୍ରୀ ଅଶ୍ୱିନୀ ବୈ ଷ୍ଣବ ଡିପ୍ ପେକ୍ ଭିଡିଓକୁ ଗଣତନ୍ତ୍ର ପାଇଁ ବିପଦ ବୋଲି କହିଛନ୍ତି। ଆସନ୍ତା 10 ଦିନ ମଧ୍ୟରେ ସରକାର ଏ ସମ୍ପର୍କରେ ଏକ ଆଇନ ଆଣିବେ ବୋଲି ସେ କହିଛନ୍ତି। ଏଭଳି ଡିପ୍ ଫେକ୍  ଭିଡିଓ ଅପଲୋଡ କରୁଥିବା ବ୍ୟକ୍ତି ଏବଂ ଯେଉଁ ପ୍ଲାଟଫର୍ମରେ ତାହା ଅପଲୋଡ୍ ହୋଇଥିବ ଉଭୟଙ୍କାରୁ ସରକାର ଜରିମାନା ଆଦାୟ କରିବାକୁ ବିଚାର କରୁଛନ୍ତି।

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଡିପ୍ ଫେକ୍ ଭିଡିଓ ବିଷୟରେ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ଏଥିପାଇଁ ଏକ ଆଇନ ଆଣିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଗୋଟିଏ କଥା ସ୍ପଷ୍ଟ ଯେ ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକ ଉପରେ ଚାପ ରହିବ  କାରଣ ସେମାନେ ଏହି ଭିଡିଓଗୁଡିକୁ ଭାଇରାଲ୍ କରିବାରେ ସବୁଠାରୁ ବଡ ଭୂମିକା ଗ୍ରହଣ କରନ୍ତି |

 

ଭାରତ ଏକମାତ୍ର ଦେଶ ନୁହେଁ ଯିଏ  ଏହି ମାମଲାରେ  ଆଇନ ପ୍ରଣୟନ କରିବାକୁ ପ୍ରସ୍ତୁତ ହେଉଛି।  ଚାଇନାରେ ଏ ସମ୍ପର୍କରେ ଏକ ଆଇନ ପ୍ରସ୍ତୁତ ହୋଇସାରିଛି ଏବଂ ୟୁରୋପୀୟ ଦେଶମାନଙ୍କରେ ମଧ୍ୟ ଏହାର ନିର୍ଦ୍ଦେଶାବଳୀକୁ ଆଇନଗତ କରିବାକୁ ଉଦ୍ୟମ କରାଯାଉଛି।

ଡିପ୍ ଫେକକୁ ନେଇ  ଚୀନର ନିୟମ କଣ?

ଗତ ବର୍ଷ ଚୀନ୍ ଡିପ୍ ଫେକ୍ ସମ୍ପର୍କିତ ଆଇନ ପ୍ରଣୟନ କରିବାକୁ ଘୋଷଣା କରିଥିଲା। ଏହି ଆଇନ ଜାନୁୟାରୀ 10, 2023 ରୁ କାର୍ଯ୍ୟକାରୀ ହେବ। ବର୍ତ୍ତମାନ ଆସନ୍ତୁ ବୁଝିବା ଏହି ନିୟମରେ କଣ ସବୁ ବ୍ୟବସ୍ଥା ରହିଛି।

 

ଡିପ୍ ଫେକକୁ ନେଇ ଚୀନ୍ ଦ୍ୱାରା ପ୍ରସ୍ତୁତ ନିୟମରେ ଏହା ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ ଯଦି ଏପରି ଟେକ୍ନୋଲୋଜି ବ୍ୟବହାର କରି କୌଣସି ଭିଡିଓ ପ୍ରସ୍ତୁତ କରାଯାଏ, ତେବେ ସେହି ବ୍ୟକ୍ତିଙ୍କ ଅନୁମତି ନିଆଯିବା ଆବଶ୍ୟକ। କୌଣସି ପ୍ରକାରର ନକଲି ଖବର ପ୍ରସାରଣ ପାଇଁ ଡିପ୍ ଫେକ ଟେକ୍ନୋଲୋଜି ବ୍ୟବହାର କରାଯାଇପାରିବ ନାହିଁ |

 

ଯଦି କେହି ଡିପ୍ ଫେକ୍ ଭିଡିଓ କରନ୍ତି, ତେବେ ତାଙ୍କୁ ସ୍ପଷ୍ଟ କରିବାକୁ ପଡ଼ିବ  ଯେ ବିଷୟବସ୍ତୁରେ ବ୍ୟବହୃତ ଫଟୋ କିମ୍ବା ଭିଡିଓକୁ ଟ୍ୟାମ୍ପରିଂ କରାଯାଇଛି। ଅର୍ଥା ଡିପ୍ ଫେକ୍  ଭିଡିଓ ରିଲିଜ୍ କରିବାବେଳେ ଓ ଭିଡିଓରେ ଡିସକ୍ଲେମର ରଖିବା ବାଧ୍ୟତାମୁଳକ।

 

ଯଦି ସେମାନଙ୍କର ବିଷୟବସ୍ତୁ ପ୍ରଚଳିତ ନିୟମ ବିରୁଦ୍ଧ ଅଟେ କିମ୍ବା ଦେଶର ନିରାପତ୍ତା ପାଇଁ ବିପଦଜ୍ଜନକ ହୋଇଥାଏ ତେବେ ଭିଡିଓ ପ୍ରସ୍ତୁତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚୀନରେ ଏହି ନିୟମର ପାଳନ ପାଇଁ ସାଇବର ସ୍ପେସ୍ ପ୍ରଶାସନ ରହିଛି।

ୟୁରୋପୀୟ ୟୁନିଅନର ପ୍ରସ୍ତୁତି କ’ଣ?

ଡିପ୍ ଫେକ ଭିଡିଓଗୁଡ଼ିକ କିଛି ଦିନ ଧରି  ଦୁନିଆର ଅନେକ ଦେଶଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇଛି।  ଚୀନ୍ ଏହା ଉପରେ ଏକ ଗାଇଡ୍ ଲାଇନ୍ ତିଆରି କରିଥିଲା। ଚୀନର ଦେଖାଦେଖି ୟୁରୋପୀୟ ୟୁନିଅନ୍ ଏଭଳି ଏକ  ଆଇନର ପ୍ରସ୍ତାବ ଦେଇଥିଲା ଯେଉଁଥିରେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ସେମାନଙ୍କ ପ୍ଲାଟଫର୍ମରୁ ଏଭଳି ଭିଡିଓ ହଟାଇବାକୁ କୁହାଯାଇପାରିବ। ଏହା ବ୍ୟତୀତ, ବିଭ୍ରାନ୍ତିକର ତଥ୍ୟ  ଅପସାରଣ କରିବାକୁ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫ୍ରମ ଗୁଡିକୁ ମଧ୍ୟ କୁହାଯାଇପାରିବ।  ଅର୍ଥାତ୍, ସୋସିଆଲ୍ ମିଡିଆ କମ୍ପାନୀଗୁଡିକ ଉପରେ ଅଙ୍କୁଶ ଲଗାଇବାକୁ ନେଇ ସବୁଦେଶର ସରକାର ଅଣ୍ଟା ଭିଡୁଥିବା ଜୋରଦାର ଚର୍ଚ୍ଚା ହେଉଛି।

 

ଡିପ୍ ଫେକଭିଡିଓ କେମିତି ତିଆରି ହୁଏ?

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ନିଂ ସାହାଯ୍ୟରେ ଜଣେ ବ୍ୟକ୍ତିଙ୍କ ଚେହେରା ଅନ୍ୟ ଜଣଙ୍କ ମୁହଁରେ ଏପରି ଫିଟ୍ କରାଯାଏ  ଯେ ତାହା ଅସଲି ଭଳି ଲାଗେ। ଏଥିରେ ଅଡିଓ ଏବଂ ଭିଡିଓ ଏପରି ଭାବରେ ମେଳ ଖାଇଥାଏ ଯେ  ଭିଡିଓଟି ସମାନ ବ୍ୟକ୍ତିଙ୍କର କି ଅନ୍ୟ ଜଣଙ୍କର ଭିଡିଓକୁ ଟ୍ୟାମ୍ପରିଂ କରି ତିଆରି  ହୋଇଛି ତାହା ଜାଣିାବା କଷ୍ଟକର ହୋଇପଡେ।

 

ଏହା ପଛରେ କୋଡର୍ ଏବଂ ଡିକୋଡର୍ ଟେକ୍ନୋଲୋଜି କାମ କରେ। ଡିକୋଡର୍ ପ୍ରଥମେ ମୂଳ ଭିଡିଓରେ ଥିବା  ବ୍ୟକ୍ତିଙ୍କ ଚେହେରା ରିଡ୍ କରିଥାଏ  ଏବଂ ତା’ପରେ ତାଙ୍କ ମୁହଁରେ ଏକ ନକଲି ଚେହେରାକୁ ଲଗାଇଦିଏ ।ଯଦି ଆମେ ଭିଡିଓରେ ସେହି ବ୍ୟକ୍ତିଙ୍କ ଅଙ୍ଗଭଙ୍ଗୀ ଏବଂ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା ତେବେ ଭିଡିଓଟି ପ୍ରକୃତରେ ଅସଲି ନା ନକଲି ତାହା କିଛି ପରିମାଣରେ ଜାଣିହେବ | ତଥାପି ପାର୍ଥକ୍ୟ ବାରିବା ଟିକେ କଷ୍ଟସାଧ୍ୟ ହୋଇପଡେ।

Read More
{}{}