Hindi News >>Home >>Zee Odisha

ସୀଢ଼ି ଚଢନ୍ତୁ,ଡାଇବେଟିକ୍ସ,ରକ୍ତଚାପରୁ ଦୁରେଇ ରୁହନ୍ତୁ

ଆପଣଙ୍କ ରକ୍ତରେ ଶର୍କରା ବା ସୁଗର ବଢିଯାଇଛି କି ? ଆପଣଙ୍କ କୋଲଷ୍ଟ୍ରୋଲ ଲେଭଲ ହାଇ ଅଛି କି ?

Advertisement
SOCIAL MEDIA
Stop
Zee Odisha Desk|Updated: Oct 10, 2023, 01:06 PM IST

ଆପଣଙ୍କ ରକ୍ତରେ ଶର୍କରା ବା ସୁଗର ବଢିଯାଇଛି କି ? ଆପଣଙ୍କ କୋଲଷ୍ଟ୍ରୋଲ ଲେଭଲ ହାଇ ଅଛି କି ? ଯଦି ହଁ ତେବେ ଆପଣଙ୍କୁ ଡାକ୍ତର ନିଶ୍ତିତ ଭାବେ ଦୈନିକ ବ୍ୟୟାମ କିମ୍ବା ଶାରିରିକ ପରିଶ୍ରମ କରିବାକୁ କହିଥିବେ କିନ୍ତୁ ସମସ୍ୟା ହେଉଛି ଆମ ମଧ୍ଯରୁ ଅନେକ ବ୍ୟୟାମ କରୁନା କିମ୍ବା କରିବା ପାଇଁ ଆମ ପାଖରେ ସମୟ ନଥିବା ଆଳ ଦେଖାଉ । ତେବେ ଏମିତି ଗୋଟିଏ ବାଟ ଅଛି ଯାହା ଦ୍ୱାରା ଆପଣ ମେଟାବୋଲିକ୍ ସିଣ୍ଡ୍ରୋମକୁ ହ୍ରାସ କରିପାରିବେ ।

ତେବେ ସେ ଉପାୟ କ’ଣ ଜାଣିବା ଆଗରୁ ଜାଣିନିଅନ୍ତୁ ମେଟାବୋଲିକ୍ ସିଣ୍ଡ୍ରୋମ୍ କ’ଣ ? ମେଟାବୋଲିକ୍ ସିଣ୍ଡ୍ରୋମ୍ କୌଣସି ରୋଗ ନୁହେଁ । ବରଂ ଏହା ହେଉଛି ଏଭଳି ଏକ ସ୍ଥିତି ଯେଉଁଥିରେ ଶରିରରେ ରୋଗର କାରକ ବଢିଥାନ୍ତି । ଉଚ୍ଚ ରକ୍ତଚାପ,ଡାଇବେଟିକ୍ସ ବା ମଧୁମେହ ଓ ଅନିୟନ୍ତ୍ରିତ କୋଲେଷ୍ଟ୍ରାଲ ଏହି ୪ ରୋଗଙ୍କ ମିଳିତ ରୂପକୁ ମେଟାବୋଲିକ୍ ସିଣ୍ଡ୍ରୋମ୍ କୁହନ୍ତି । ମେଟାବୋଲିକ୍ ସିଣ୍ଡ୍ରୋମ୍ ସ୍ଥିତି ସୃଷ୍ଟି ହେବା ଦ୍ୱାରା ହାଇ ବିପିର ସମସ୍ୟା,ହାଇ ସୁଗର ଓ ଅଣ୍ଟାରେ ଏକ୍ସଟ୍ରା ଫ୍ୟାଟ୍ ଜମା ହୋଇଥାଏ ।

ଏବେ ଆସନ୍ତୁ ଜାଣିବା ସେହି ସରଳ ଉପାୟ ବାବଦରେ ଯାହା ହାଇ ସୁଗର,ହାଇ ବ୍ଲଡ୍ ପ୍ରେସର ଓ ଅନିୟନ୍ତ୍ରିତ କୋଲଷ୍ଟ୍ରୋଲକୁ କମ କରିବ ।ସେହି ସରଳ ଉପାୟର ନାମ ହେଉଛି ସିଢି ଚଢିବା । ଠିକ୍ ଶୁଣିଛନ୍ତି ଆପଣ ଯଦି ଘରେ ଥିବା ସିଢିକୁ ନିୟମିତ ଚଢିବେ ବା ଏହାକୁ ଏକ ଏକ୍ସରସାଇଜ୍ ଭାବେ ଗ୍ରହଣ କରିବେ ତେବେ ଆପଣଙ୍କ ରକ୍ତଚାପ,ସୁଗର ଓ କୋଲଷ୍ଟ୍ରଲ ଲେଭଲ ନିୟନ୍ତ୍ରଣରେ ରହିବ ।

ଡଚ୍ ସ୍ୱାସ୍ଥ୍ୟସେବା ବିଭାଗର ଏକ ଗବେଷଣା ଅନୁସାରେ ଦୈନିକ ଘରର ସିଢି ଚଢିବା ଏକ ଭଲ ଶାରିରିକ ବ୍ୟୟାମ । ବିଏମସି ପବ୍ଲିକ୍ ହେଲ୍ଥ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟ ଅନୁସାରେ ମୋଟ ୭୮୨ ଜଣଙ୍କୁ ନେଇ ଏହି ସର୍ଭେ ହୋଇଥିଲା । ଯେଉଁଥିରେ ୪୨୩ ଜଣ ମହିଳା ଥିଲେ । ୨୦୦୨ରୁ ୨୦୦୪ ମଧ୍ଯରେ ଏହି ସର୍ଭେ ହୋଇଥିଲା । ସର୍ଭେରେ ଭାଗ ନେଇଥିବା ବ୍ୟକ୍ତିଙ୍କୁ ସେମାନେ ଦୈନିକ ଘର ସିଢ଼ୀ ଚଢନ୍ତି କି ନାହିଁ ବୋଲି ପ୍ରଶ୍ନ ପଚରା ଯାଇଥିଲା । ସର୍ଭେରୁ ଜଣା ପଡ଼ିଥିଲା ଯେ, ଯେଉଁମାନେ ଦୈନନ୍ଦିନ ଜୀବନର ଲିଫ୍ଟ ବଦଳରେ ସିଢୀକୁ ବ୍ୟବହାର କରନ୍ତି ଓ ଏହାକୁ ଏକ ଅଭ୍ଯାସରେ ପରିଣତ କରିଛନ୍ତି ସେମାନଙ୍କଠାରେ ମେଟାବଲିକ୍ ସିଣ୍ଡ୍ରୋମ ଲକ୍ଷଣ କମ ରହିଥିଲା । ସେମାନଙ୍କ ରକ୍ତଚାପ,କୋଲଷ୍ଟ୍ରୋଲ ନିୟନ୍ତ୍ରଣରେ ଥିଲା । ସେମାନଙ୍କ ରକ୍ତରେ ଶର୍କରା ମଧ୍ଯ କମ ରହିଥିଲା ସେମାନଙ୍କ ତୁଳନାରେ ଯେଉଁମାନେ ସିଢି ଚଢନ୍ତି ନାହିଁ ବା ସିଢି ବଦଳରେ ଲିଫ୍ଟ ବ୍ୟବହାର କରନ୍ତି । ଅର୍ଥାତ ସିଢି ଚଢୁନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମେଟାବଲିକ୍ ସିଣ୍ଡ୍ରୋମ ବୃଦ୍ଧିର ଆଶଙ୍କା ଅଧିକ ରହିଛି ।

ସର୍ଭେରୁ ଯାହା ସାମ୍ନାକୁ ଆସିଛି ସଂକ୍ଷେପରେ ତାହା ହେଉଛି ଯେ, ସିଢି ଚଢିବା ଦ୍ୱାରା ରକ୍ତ ଶର୍କରା କମ ରୁହେ,ଟ୍ରିଗଲିସେରାଇଡ୍ ସ୍ତର ହ୍ରାସ ପାଏ ଓ ରକ୍ତଚାପ ମଧ୍ଯ କମିଥାଏ । ସୂଚନାଯୋଗ୍ୟ ଯେ, ଟ୍ରଗଲିସେରାଇଡକୁ ବ୍ୟାଡ୍ କୋଲଷ୍ଟ୍ରୋଲ ବୋଲି ମଧ୍ଯ କୁହାଯାଏ । ରକ୍ତରେ ଏହା ଅଧିକ ହେଲେ ହୃଦଘାତର ଆଶଙ୍କା ବଢିଥାଏ ।  ତେଣୁ ଯେତେବେଳେ ସୁଯୋଗ ପାଉଛନ୍ତି ସିଢି ଚଢନ୍ତୁ । ଅଫିସରେ ଲିଫ୍ଟ ବଦଳରେ ସିଢି ଚଢନ୍ତୁ । ଏହା ଦ୍ୱାରା ଆପଣ ଫିଟ୍ ରହିବେ ।

Read More
{}{}