Hindi News >>Home >>Zee Odisha Crime

Goa murder: ଜାଣନ୍ତୁ କିଏ ଏହି ବେଙ୍ଗାଲୁରୁର CEO ସୂଚନା ସେଠ୍? ଯିଏ ନିଜ ୪ ବର୍ଷର ପୁଅକୁ ହତ୍ୟା କରି ହୋଇଗଲେ ଅପରାଧୀ

Goa murder: ବେଙ୍ଗାଲୁରୁର ଜଣେ ମହିଳା ବ୍ୟବସାୟୀ ଏକ ଗୁରୁତର ଅପରାଧ କରିଛନ୍ତି। ସୂଚନା ସେଠ୍ ନାମକ ଏକ ଏଆଇ ଷ୍ଟାର୍ଟଅପ୍ ର ସିଇଓ ଗୋଆରେ ତାଙ୍କ ପୁଅର ଜୀବନ ନେଇ ଯାଇଛନ୍ତି। କେବଳ ଏତିକି ନୁହେଁ ସେ ପୁଅକୁ ଏକ ସୁଟକେସରେ ପ୍ୟାକ୍ କରି ରାସ୍ତାରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିଥିଲେ।   

Advertisement
Suchana Seth
Stop
Jagdish Barik|Updated: Jan 09, 2024, 06:46 PM IST

Who is Suchana Seth: ବେଙ୍ଗାଲୁରୁରେ ଏଆଇ ଷ୍ଟାର୍ଟଅପ୍ ର ସିଇଓ ସୂଚନା ସେଠଙ୍କୁ ତାଙ୍କ ଚାରି ବର୍ଷର ପୁଅର ହତ୍ୟା ଅଭିଯୋଗରେ ରବିବାର ରାତିରେ ଗିରଫ କରାଯାଇଛି। ପୁଅର ମୃତଦେହକୁ ଏକ ବ୍ୟାଗରେ ରଖି ଗୋଆରୁ କର୍ଣ୍ଣାଟକକୁ ପଳାଇବାକୁ ଚେଷ୍ଟା କରୁଥିବାବେଳେ ସେଠ୍ ଧରାପଡିଥିଲେ। ଗୋଆର ହୋଟେଲ କର୍ମଚାରୀମାନେ ଦେଖିଲେ ଯେ ସେ ତାଙ୍କ ପୁଅଙ୍କ ସହ ଚେକ୍ କରିଛନ୍ତି କିନ୍ତୁ ଚେକ୍ ଆଉଟ୍ କରିନାହାଁନ୍ତି। ଏହାପରେ, କୋଠରୀ ସଫା କରିବା ସମୟରେ କର୍ମଚାରୀମାନେ ରକ୍ତ ଦାଗ ମଧ୍ୟ ଦେଖିବାକୁ ପାଇଥିଲେ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ହାଉସକିପିଙ୍ଗମାନେ ସେ ବୁକ୍ କରିଥିବା କୋଠରୀରେ ରକ୍ତ ଦାଗ ଦେଖିଥିଲେ। ଗୋଆ ପୋଲିସ ଅଭିଯୁକ୍ତ ସୂଚନା ସେଠଙ୍କୁ ରବିବାର ଦିନ ରାତିରେ କର୍ଣ୍ଣାଟକର ଚିତ୍ରାଦୁର୍ଗା ଠାରୁ ଗିରଫ କରିଛି। ପ୍ରଥମେ ସୂଚନା ସେଠ୍ ପୋଲିସକୁ କହିଥିଲେ ଯେ ସେ ତାଙ୍କ ପୁଅକୁ ତାଙ୍କ ବନ୍ଧୁଙ୍କ ଘରେ ଛାଡି ଦେଇଛନ୍ତି। ଯେତେବେଳେ ପୋଲିସ କହିଥିବା ଠିକଣାକୁ ଯାଇ ତଦନ୍ତ କଲା, ଠିକଣାର ଭୁଲ ଥିବା ଜଣାପଡିଥିଲା। ସୂଚନା ସେଠ ଯେଉଁ ଟ୍ୟାକ୍ସିରେ ଯାଇଥିଲେ, ପୋଲିସ୍ ସେହି ଟ୍ୟାକ୍ସି ଡ୍ରାଇଭରଙ୍କ ସାହାଯ୍ୟରେ ଉକ୍ତ ମହିଳାଙ୍କୁ ଧରିବାରେ ସଫଳ ହୋଇଥିଲା।

ସୂଚନା ସେଠ୍ କିଏ?
୩୯ ବର୍ଷିୟା ସୁଚାନା ସେଠ୍ ଷ୍ଟାର୍ଟ ଅପ୍ ମାଇଣ୍ଡଫୁଲ୍ ଏଆଇ ଲ୍ୟାବର ପ୍ରତିଷ୍ଠାତା ତଥା ସିଇଓ ଅଟନ୍ତି। ଷ୍ଟାର୍ଟ ଅପ୍ "AI ପରାମର୍ଶ ଏବଂ ସେବା ଯୋଗାଏ। AI ସିଷ୍ଟମ୍ ଅଡିଟ୍ ଏବଂ ଡାଟା ପ୍ରାକ୍ଟିସ୍ ସାହାଯ୍ୟରେ ଲୋକଙ୍କୁ ସଶକ୍ତ କରିବାକୁ ଚେଷ୍ଟା କରେ।" ତାଙ୍କର ଲିଙ୍କଡଇନ୍ ପ୍ରୋଫାଇଲ୍ ଅନୁଯାୟୀ, ସେଠ୍ ଜଣେ AI ଏଥିକ୍ସ ଏକ୍ସପର୍ଟ ଓ ଡାଟା ସାଇଣ୍ଟିଷ୍ଟ। ସେଠଙ୍କ ଏହି କ୍ଷେତ୍ରରେ ୧୨ ବର୍ଷରୁ ଅଧିକ ଅଭିଜ୍ଞତା ଅଛି। 2021 ମସିହାରେ, ସେ 'AI Ethics' (WAIE) ଦ୍ୱାରା AI Ethics ତାଲିକାରେ ଥିବା ୧୦୦ ପ୍ରତିଭାଶାଳୀ ମହିଳାଙ୍କ ମଧ୍ୟରେ ନାମିତ ହୋଇଥିଲେ। ସେଠ୍ ଡାଟା ଓ ସୋସାଇଟିରେ ମୋଜିଲା ଫଲୋ, ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବର୍କମାନ୍ କ୍ଲିନ୍ ସେଣ୍ଟରର ସହକର୍ମୀ ଓ ରମଣ ରିସର୍ଚ୍ଚ ପ୍ରତିଷ୍ଠାନର ଜଣେ ରିସର୍ଚ୍ଚ ଫଲୋ ରହି ସାରିଛନ୍ତି।

ସେ ୨୦୦୬ ରେ କୋଲକାତାର ଭବାନୀପୁର ଶିକ୍ଷା ସୋସାଇଟି କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ୨୦୮ ରେ କୋଲକାତା ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଯେଉଁଠାରେ ସେ ଜ୍ୟୋତିର୍ବିଜ୍ଞାନ ସହିତ ପ୍ଲାଜମା ପଦାର୍ଥ ଫିଜିକ୍ସ ଅଧ୍ୟୟନ କରିଥିଲେ। ସଂସ୍କୃତରେ ତାଙ୍କର ପିଜି ଡିପ୍ଲୋମା ମଧ୍ୟ ରହିଛି। 

Read More
{}{}