Hindi News >>Home >>Zee Odisha Crime

Crime News In Odia: 'ଯଦି ଏପର୍ଯ୍ୟନ୍ତ ମରି ନାହଁ ତେବେ ଫାଶୀ ଦେଇଦିଅ', ପ୍ରେମିକକୁ ବିଷ ଦେବା ପରେ ଫୋନରେ ଏପରି କଥା କହିଲେ ପ୍ରେମିକା

Crime News UP: ଫୋନ କରି ପ୍ରେମିକା ଜାଣିବାକୁ ଚାହୁଁଥିଲେ ଯେ ତାଙ୍କର ପ୍ରେମିକଙ୍କର ମୃତ୍ୟୁ ହୋଇଛି ନା ନାହିଁ। କେବଳ ସେତିକି ନୁହେଁ ପ୍ରେମିକା ତାଙ୍କ ପ୍ରେମିକଙ୍କୁ ଫୋନ କରିବା ବେଳେ ଏହା ମଧ୍ୟ କହିଥିଲେ ଯେ ଯଦି ଆପଣ ଏ ପର୍ଯ୍ୟନ୍ତ ମରି ନାହାଁନ୍ତି, ତାହେଲେ ଫାଶୀ ଦେଇଦିଅନ୍ତୁ। ପରେ ସେହି ପ୍ରେମିକଙ୍କର ମୃତ୍ୟୁ ହୋଇଥିଲା।

Advertisement
Crime News In Odia: 'ଯଦି ଏପର୍ଯ୍ୟନ୍ତ ମରି ନାହଁ ତେବେ ଫାଶୀ ଦେଇଦିଅ', ପ୍ରେମିକକୁ ବିଷ ଦେବା ପରେ ଫୋନରେ ଏପରି କଥା କହିଲେ ପ୍ରେମିକା
Stop
Zee Odisha Desk|Updated: Apr 05, 2023, 03:54 PM IST

UP Crime News: ସଦ୍ୟ ଉତ୍ତର ପ୍ରଦେଶର ଏଟା ସହରରେ ଲୋମ ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ପ୍ରେମିକା ତାଙ୍କ ପ୍ରେମିକକୁ ବିଷ ଦେଇ ଦେଇଛନ୍ତି। ବିଷ ଦେବାର ଅଳ୍ପ ସମୟ ପରେ ପ୍ରେମିକା ଜଣଙ୍କ ତାଙ୍କ ପ୍ରେମିକଙ୍କ ପାଖକୁ ଫୋନ କରିଥିଲେ। ଫୋନ କରି ପ୍ରେମିକା ଜାଣିବାକୁ ଚାହୁଁଥିଲେ ଯେ ତାଙ୍କର ପ୍ରେମିକଙ୍କର ମୃତ୍ୟୁ ହୋଇଛି ନା ନାହିଁ। କେବଳ ସେତିକି ନୁହେଁ ପ୍ରେମିକା ତାଙ୍କ ପ୍ରେମିକଙ୍କୁ ଫୋନ କରିବା ବେଳେ ଏହା ମଧ୍ୟ କହିଥିଲେ ଯେ ଯଦି ଆପଣ ଏ ପର୍ଯ୍ୟନ୍ତ ମରି ନାହାଁନ୍ତି, ତାହେଲେ ଫାଶୀ ଦେଇଦିଅନ୍ତୁ। ପରେ ସେହି ପ୍ରେମିକଙ୍କର ମୃତ୍ୟୁ ହୋଇଥିଲା। ଏବେ ପୋଲିସ ମୃତକ ପ୍ରେମିକଙ୍କ ପ୍ରେମିକା, ସ୍ୱାମୀ, ଭାଇ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।

ଉତ୍ତର ପ୍ରଦେଶ ଏଟା ସହରର ନାରାୟଣ ନଗରର ବାସିନ୍ଦା ଚିତ୍ରା ଏବଂ ହାଥରସ ଅଞ୍ଚଳର ବାସିନ୍ଦା ଅଙ୍କିତ କୁମାରଙ୍କ ପ୍ରେମ ସମ୍ପର୍କ ରହିଥିଲା। ଉଭୟ ମଧ୍ୟ ବିବାହ କରିବାକୁ ଚାହୁଁଥିଲେ। ହେଲେ ଚିତ୍ରାଙ୍କ ପରିବାର ସଦସ୍ୟ ଏହାକୁ ପସନ୍ଦ କରୁନଥିଲେ। ଘର ଲୋକ ଚିତ୍ରାଙ୍କ ବିବାହ ବୁଲନ୍ଦଶହର ଅଞ୍ଚଳର ହେମନ୍ତଙ୍କ ସହ କରି ଦେଇଥିଲେ। ହେଲେ ବିବାହ ସତ୍ତ୍ୱେ ଚିତ୍ରା ଏବଂ ଅଙ୍କିତ ପରସ୍ପରକୁ ସାକ୍ଷାତ କରିବା ଜାରି ରଖିଥିଲେ। ହେଲେ ଏହାକୁ ନେଇ ଚିତ୍ରାଙ୍କ ଭାଇ ଅମିତ ଏବଂ ଅଙ୍କିତ ନାରାଜ ହୋଇଉଠିଥିଲେ।

ହଠାତ୍ ଦିନେ ଚିତ୍ରା ଅଙ୍କିତଙ୍କୁ ଡାକି ତାଙ୍କୁ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ। ଯେଉଁଥିରେ ବିଷ ମିଶା ଯାଇଥିଲା। ଥଣ୍ଡା ପାନୀୟ ଦେବା ପରେ ଚିତ୍ରା ତାଙ୍କ ଘରକୁ ପଳାଇଥିଲେ। ଅନ୍ୟପଟେ ଅଙ୍କିତ ମୈନପୁରୀ ଯାଉଥିବା ବସ ଧରିଥିଲେ। ହେଲେ ବସ୍ ଯାତ୍ରା କରିବା ବେଳେ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା, ସେତେବେଳେ ସେ ତାଙ୍କ ଭାଇଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଅଙ୍କିତ କହିଥିଲେ ଯେ ତାଙ୍କୁ ଥଣ୍ଡା ପାନୀୟରେ କୌଣସି ଜିନିଷ ମିଶାଇ ପିଇବାକୁ ଦିଆଯାଇଛି। ଯଦିଓ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯିବା ପରେ ତାଙ୍କୁ ମୈନପୁରୀ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ବଞ୍ଚାଯାଇ ପାରିନଥିଲା। 

କୁହାଯାଉଛି ଯେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଙ୍କିତ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ।  ପରେ ଚିତ୍ରାଙ୍କ ଫୋନ ଅଙ୍କିତଙ୍କ ପାଖକୁ ଆସିଥିଲା। ଫୋନ କରି ଚିତ୍ରା କହିଥିଲେ ଯେ, "ଯଦି ଏହା ଦ୍ୱାରା କିଛି ହୋଇନାହିଁ, ତାହେଲେ ଫାଶୀ ଦେଇ ଦେବ, ବିଦାୟ। ଏହା ଉପରେ ଚିତ୍ରାଙ୍କୁ ଜବାବ ଦେଇ ଅଙ୍କିତ କହିଛନ୍ତି, ଠିକ ଅଛି, ଯଦି ତମେ ମୋତେ ଆଉ କିଛି ଖୁଆଇବା ପାଇଁ ଚାହୁଁଛ, ତାହେଲେ ଖୁଆଇ ପାରିବ। ଏହାର ଜବାବରେ ଚିତ୍ରା କହିଥିଲେ ଯେ, ନିଜ ଜୀବନ ଦେଇଦିଅ। " କଲ ରେକର୍ଡିଂ ଏହା ଦର୍ଶାଉଛି ଯେ ଚିତ୍ରା ଏହା ଜାଣିବାକୁ ଚାହୁଁଥିଲେ ଯେ ଅଙ୍କିତ ମରିଛନ୍ତି ନା ନାହିଁ। ବର୍ତ୍ତମାନ ଅଙ୍କିତଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି ଏବଂ ପ୍ରମାଣ ସଂଗ୍ରହ ପରେ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟ ଏକ ରେକର୍ଡିଂ ସାମ୍ନାକୁ ଆସିଛି ଯେଉଁଥିରେ ଜଣାପଡିଛି ଯେ ଚିତ୍ରା ପୁରା ହତ୍ୟା ଯୋଜନା କରିଥିଲେ ଏବଂ ତାଙ୍କୁ ଭେଟିବା ପାଇଁ ଅଙ୍କିତଙ୍କ ଉପରେ ଚାପ ପକାଇଥିଲେ।

Read More
{}{}