Hindi News >>Home >>Zee Odisha Crime

Lucy Letby case: ନୃଶଂସ ନର୍ସ! ଚତୁର୍ଥ ପ୍ରୟାସରେ ସପ୍ତମ ନବଜାତକୁ ହତ୍ୟା, ପରିବାରକୁ ସମବେଦନା ଜଣାଇ ଗିରଫ

Lucy Letby case: ଶିଶୁଙ୍କୁ ହତ୍ୟା କରି ଖୁସି ହେଉଥିଲେ ନର୍ସ। ଗିରଫ ପରେ ଅଭିଯୋଗକୁ କରୁଛନ୍ତି ଖଣ୍ଡନ। ବର୍ଷକରେ ୭ ଶିଶୁଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ। ହତ୍ୟା ପରେ ପରିବାର ଲୋକଙ୍କୁ ପଠାଉଥିଲେ ସମବେଦନା କାର୍ଡ।

Advertisement
Lucy Letby case: ନୃଶଂସ ନର୍ସ! ଚତୁର୍ଥ ପ୍ରୟାସରେ ସପ୍ତମ ନବଜାତକୁ ହତ୍ୟା, ପରିବାରକୁ ସମବେଦନା ଜଣାଇ ଗିରଫ
Stop
Zee Odisha Desk|Updated: Oct 13, 2022, 01:58 PM IST

Lucy Letby case, ମାଞ୍ଚେଷ୍ଟର: ଜଣେ କେତେ କ୍ରୁର ହୋଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନନ୍ତି ବ୍ରିଟେନର Lucy Letby। ଲୁସି ପେଶାରେ ଜଣେ ନର୍ସ। ସେ ୭ ଜଣ ଶିଶୁଙ୍କୁ ହତ୍ୟା ଓ ଅନ୍ୟ ୧୦ଟି ଶିଶୁଙ୍କୁ ହତ୍ୟା ପାଇଁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି। ଶେଷ ଶିଶୁକୁ ସେ ଚତୁର୍ଥ ପ୍ରୟାସରେ ହତ୍ୟା କରିବାରେ ସଫଳ ହୋଇଥିଲେ। ହତ୍ୟାପାଇଁ ଲୁସି ମେଡିକାଲ ସାମଗ୍ରୀର ବ୍ୟବହାର କରୁଥିଲେ। ଅନ୍ୟପଟେ ଅଭିଯୁକ୍ତ ଲୁସି କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେପଟେ ମାଞ୍ଚେଷ୍ଟର କ୍ରାଉନ କୋର୍ଟରେ ଲୁସିଙ୍କ ମାମଲା ଚାଲିଛି।

ବ୍ରିଟେନର ମାଞ୍ଚେଷ୍ଟରରେ ଅବସ୍ଥିତ Countess of Chester Hospitalରେ ଜୁନ ୨୦୧୫ରୁ ଜୁନ ୨୦୧୬ ଭିତରେ ସାତଟି ଶିଶୁଙ୍କୁ ହତ୍ୟା କରାଯାଇଥିଲା। ମୃତକଙ୍କ ମଧ୍ୟରେ ୫ଟି ପୁତ୍ର ସନ୍ତାନ ଥିବା ବେଳେ ଦୁଇଟି କନ୍ୟା ଥିଲେ। ଅନ୍ୟ ୫ କନ୍ୟା ଓ ୫ ପୁତ୍ର ସନ୍ତାନକୁ ହତ୍ୟା ପ୍ରୟାସ କରାଯାଇଥିଲା। ତେବେ ଏହି କାଣ୍ଡ ସେହି ହସ୍ପିଟାଲରେ କାର୍ଯ୍ୟରତ ୩୨ ବର୍ଷିୟା ନର୍ସ ଲୁସି ଲେଟବି ଘଟାଇଥିବା ନେଇ ଅଭିଯୋଗ ହୋଇଛି। ସପ୍ତମ ଶିଶୁକୁ ଚତୁର୍ଥ ପ୍ରୟାସରେ ଲୁସି ହତ୍ୟା କରିଥିଲେ। ଏହାପରେ ସେ ପୀଡିତ ପରିବାରକୁ ମୋବାଇଲରେ ସମବେଦନା କାର୍ଡ ମଧ୍ୟ ପଠାଇଥିଲେ। ଯାହା ତାଙ୍କର କଳାକାରନାମାର ପର୍ଦ୍ଦାଫାସ କରିଥିଲା। ଲୁସି ହସ୍ପିଟାଲରେ ଅନେକ ଶିଶୁଙ୍କୁ ଏକାଧିକ ଥର ହତ୍ୟା ପ୍ରୟାସ କରିଥିବା ମାଞ୍ଚେଷ୍ଟର କ୍ରାଉନ କୋର୍ଟକୁ ପୋଲିସ କହିଛି।

Also Read: Archana Nag : ପ୍ରଯୋଜକଙ୍କୁ ୩ କୋଟି ପାଇଁ ବ୍ଲାକମେଲ୍ , ବାହାର ରାଜ୍ୟ ଓ କେଉଁ ସେଲିବ୍ରେଟି ଥିଲେ

କୋର୍ଟଙ୍କୁ ସରକାରୀ ଓକଲି କହିଛନ୍ତି ଯେ, କେବଳ ଏକାନ୍ତରେ ନୁହଁ, ଡାକ୍ତରଙ୍କ ଉପସ୍ଥିତିରେ ମଧ୍ୟ ନର୍ସ ଲୁସି ଲେଟବି ଶିଶୁଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି। ସେ ଶିଶୁଙ୍କ ଦେହରେ ପବନ ଭର୍ତ୍ତି କରି ଜୀବନ ନେଇଛନ୍ତି। ଇଞ୍ଜେକସନ ମାଧ୍ୟରେ ସେ ନବଜାତଙ୍କ ରକ୍ତରେ ପବନ ଭର୍ତ୍ତି କରୁଥିଲେ। ଏପରି କି ଶିଶୁଙ୍କୁ ହତ୍ୟା ପାଇଁ ସେ ଇନସୁଲିନ ମଧ୍ୟ ବ୍ୟବହାର କରୁଥିଲେ। ଶିଶୁ କେୟାର ସେଣ୍ଟରରେ ନବଜାତଙ୍କ ଚିକିତ୍ସା କରାଯାଏ। ସେଠାରେ ଲୁସି ନିୟୋଜିତ ଥିଲେ। ଅଧିକାଂଶ ସମୟରେ ସେ ନାଇଟ୍ ସିଫ୍ଟ କରୁଥିଲେ। ଅଧିକାଂଶ ଷ୍ଟାଫ୍ ହସ୍ପିଟାରୁ ଚାଲିକଲା ପରେ ଲୁସି ତାଙ୍କ ନୃଶଂସ କାରନାମା ଆରମ୍ଭ କରିଥିଲେ। ପିଲାଙ୍କ ନାକରୁ ଅକ୍ସିଜେନ ପାଇପ ବାହାର କରି ଛଟପଟ କରି ମାରୁଥିଲେ। 

ଲୁସି ୨ ଜୁନ ୨୦୧୬ରେ ଜଣେ ଶିଶୁକୁ ହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ସୌଭାଗ୍ୟ ବଶତଃ ୱାର୍ଡରେ ଅନ୍ୟ ୪ ଜଣ ନର୍ସ ଥିଲେ। ସେମାନେ ଶିଶୁକୁ ବଞ୍ଚାଇ ଦେଇଥିଲେ। କିନ୍ତୁ ସେମାନେ ଲୁସିଙ୍କ ଚକ୍ରାନ୍ତର ସୁରାଗ ପାଇପାରିନଥିଲେ। ଏହାପରେ ସେହି ଶିଶୁକୁ ସେହି ମାସ ୧୫ ତାରିଖରେ ଦୁଇଥର ହତ୍ୟା ଉଦ୍ୟମ କରିଥିଲେ। ତେବେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲିଭରପୁଲର ଅନ୍ୟଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। ଯେଉଁଠି ଶିଶୁର ଜୀବନ ବଞ୍ଚିପାରିଲା। କିନ୍ତୁ ଅନ୍ୟ ୭ ଶିଶୁଙ୍କ ଭାଗ୍ୟ ସେଭଳି ଟାଣ ନଥିଲା ବୋଲି ସରକାରୀ ଓକିଲ କହିଛନ୍ତି। ବର୍ତ୍ତମାନ ଲୁସିଙ୍କ ମାମଲା ମାଞ୍ଚେଷ୍ଟର କୋର୍ଟରେ ବିଚାରଧିନ ଅଛି।  

 

 

 

 

 

 

 

 

 

Read More
{}{}