Hindi News >>Home >>Zee Odisha Crime

Tamilnadu Crime News: ସ୍ୱାମୀର ଛୁରା ମାଡରେ ସ୍ତ୍ରୀ ମୃତ, କ୍ୟାମେରା ଦ୍ୱାରା କଏଦ ହେଲା ଘଟଣାକ୍ରମ

Husband killed wife in Tamilnadu: ରାସ୍ତା ମଝିରେ ଛୁରୀ ମାଡ଼ କରି ପତ୍ନୀଙ୍କୁ ହତ୍ୟା କରିଛି ପତି। ଏଭଳି ନାରକୀୟ ହତ୍ୟା ଘଟଣା ଭିଡ଼ିଓ ସୋସିଆଲ ମିଡ଼ିଆ ଜରିଆରେ ଭାଇରାଲ ହେବାରେ ଲାଗିଛି।

Advertisement
 Tamilnadu Crime News: ସ୍ୱାମୀର ଛୁରା ମାଡରେ ସ୍ତ୍ରୀ ମୃତ, କ୍ୟାମେରା ଦ୍ୱାରା କଏଦ ହେଲା ଘଟଣାକ୍ରମ
Stop
Zee Odisha Desk|Updated: Jan 24, 2023, 07:15 PM IST

Wife dies after being stabbed by her Husband: ସଦ୍ୟ ତାମିଲନାଡୁର ଭେଲୋର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନାରକୀୟ ହତ୍ୟାକାଣ୍ଡ। ଯେଉଁ ଘଟଣାର ଭିଡ଼ିଓ କ୍ୟାମେରା ଦ୍ୱାରା କଏଦ ହୋଇଛି। ଏଠାରେ ଜଣେ ସ୍ୱାମୀ, ତାଙ୍କ ପତ୍ନୀଙ୍କୁ ବାରମ୍ବାର ଛୁରା ମାଡ଼ କରି ହତ୍ୟା କରିଛନ୍ତି। ଏହି ଘଟଣା ଭେଲୋର ଜିଲ୍ଲାର ପେରିଆଭାରିଗାମ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ଏହି ହତ୍ୟାକାଣ୍ଡର ଭିଡ଼ିଓ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରା ଦ୍ୱାର କଏଦ ହୋଇଛି। ଯାହାର ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି। 

ତାମିଲନାଡୁର ଭେଲୋର ଜିଲ୍ଲାର ପେରିଆଭାରିଗାମ ଅଞ୍ଚଳରେ ପୁନିତା ନାମକ ଜଣେ ମହିଳା ଏକ ଘରୋଇ ଜୋତା କମ୍ପାନୀ ଠାରେ କାମ କରୁଥିଲେ। ଗତକାଲି ସନ୍ଧ୍ୟାରେ ଯେତେବେଳେ ପୁନିତା କାମ ସାରି ଘରକୁ ଫେରୁଥିଲେ ରାସ୍ତା ମଝିରେ ତାଙ୍କ ସ୍ୱାମୀ ଜୟଶଙ୍କର ତାଙ୍କୁ ଅଟକାଇଥିଲେ। କୌଣସି କଥାକୁ ନେଇ ପୁନିତା ଏବଂ ଜୟଶଙ୍କରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉଭୟ ପତି-ପତ୍ନୀ ରାସ୍ତା ଉପରେ ଝଗଡ଼ା କରିଥିଲେ। ସେତେବେଳେ ଉବୟ ରାସ୍ତାରେ ଛିଡା଼ ହୋଇଥିଲେ। ପୁନିତା ସେଠାରୁ ଚାଲିଯିବାକୁ ଚାହୁଁଥିଲେ। ହେଲେ ଜୟଶଙ୍କର ତାଙ୍କୁ ବାରମ୍ବାର ଅଟକାଇଥିଲେ।

ଏହା ପରେ ଜୟଶଙ୍କର ଏକ ଛୁରୀ ବାହାର କରି ପୁନିତାଙ୍କ ଉପରେ ଆକ୍ରମଣ କରିଥିଲେ। ସ୍ୱାମୀ ଜୟଶଙ୍କର ପତ୍ନୀ ପୁନିତାଙ୍କ ଉପରେ ଥରେ କି ଦୁଇ ଥର ନୁହେଁ ୭ ଥର ଛୁରା ମାଡ଼ କରିଥିଲେ। ରାସ୍ତାରେ ଯାଉଥିବା ଲୋକ ଏହି ଘଟଣା ଦେଖିବା ପରେ ଭୟଭୀତ ହୋଇଯାଇଥିଲେ। ସେମାନେ ଜୟଶଙ୍କରଙ୍କୁ ଅଟକାଇବାକୁ ସାହସ କରିପାରିଲେ ନାହିଁ। ଏହା ପରେ ଜଣେ ମହିଳା ପଛରୁ ଆସି ଜୟଶଙ୍କରଙ୍କୁ ଅଟକାଇବାକୁ ଚେଷ୍ଟା କଲେ। ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ମହିଳା ଜଣଙ୍କ ଆସିବା ପରେ ଜୟଶଙ୍କର ସେଠାରୁ ଫେରାର ହୋଇ ଯାଇଥିଲେ। 

ଯେତେବେଳେ ମହିଳା ଜଣଙ୍କ ପୁନିତାଙ୍କୁ ଦେଖିବାକୁ ବୁଲି ପଡ଼ିଥିଲେ, ସେତେବେଳେ ପୁନିତା ତଳେ ପଡ଼ିଯାଇଥିଲେ। ଛୁରା ମାଡ଼ କାରଣରୁ ପୁନିତା ଗୁରୁତର ଆହତ ହୋଇଥିଲେ। ମହିଳା ଜଣକ ତୁରନ୍ତ ଘଟଣା ସମ୍ପର୍କରେ ଥାନାକୁ ଜଣାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୋଲିସ ପୁନିତାଙ୍କୁ ଅମ୍ବର ହସ୍ପିଟାଲ ଠାରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ସାହାଯ୍ୟରେ ଅଭିଯୁକ୍ତଙ୍କ ଚିହ୍ନଟ କରି ଗିରଫ କରିଛି। ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କ ଜେରାସ କରୁଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆ ଜରିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।

Read More
{}{}