Hindi News >>Home >>Zee Odisha Crime

Bilkis Bano case: ୧୧ ଦୋଷୀଙ୍କୁ ମୁକ୍ତ ମାମଲା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, ଜାଣନ୍ତୁ କଣ କହିଲେ CJI

ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ୧୧ ଜଣ ଦୋଷୀଙ୍କୁ ଗୁଜୁରାଟ ସରକାରଙ୍କ ମୁକ୍ତକୁ ଚ୍ୟାଲେଞ୍ଜ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ତାଲିକାଭୁକ୍ତ କରିବା ସହ ବିଚାର କରିବାକୁ ରାଜି ହୋଇଛନ୍ତି। ମୁଖ୍ୟ ବିଚାରପତି ଏନ ଭି ରମଣାଙ୍କ ନେତୃତ୍ୱାଧିନ ଖଣ୍ଡପୀଠ ମାମଲାର ଶୁଣାଣୀ କରିବେ। 

Advertisement
 Bilkis Bano case:  ୧୧ ଦୋଷୀଙ୍କୁ ମୁକ୍ତ ମାମଲା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, ଜାଣନ୍ତୁ କଣ କହିଲେ CJI
Stop
Shankarshan Bagh|Updated: Aug 23, 2022, 01:39 PM IST

Bilkis Bano case in SC, ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ଏକ ନୂଆ ମୋଡ ନେଇଛି। ଏହି ମାମଲାର ୧୧ ଦୋଷୀଙ୍କୁ ଗୁଜୁରାଟ ସରକାର ମୁକ୍ତ କରିଥିବା ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ମଙ୍ଗଳବାର ସୁପ୍ରିମକୋର୍ଟ ବିଲକିସ୍ ବାନୋଙ୍କ ଚ୍ୟାଲେଞ୍ଜ ପିଟିସନକୁ ଗ୍ରହଣ କରିଛନ୍ତି। ତେବେ ଏହି ମାମଲାର ଶୁଣାଣୀ ନିଜେ ମୁଖ୍ୟବିଚାରପତି ଏନଭି ରମଣା କରିବେ ବୋଲି ସୂଚନା ମିଳିଛି। 

ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ୧୧ ଜଣ ଦୋଷୀଙ୍କୁ ଗୁଜୁରାଟ ସରକାରଙ୍କ ମୁକ୍ତକୁ ଚ୍ୟାଲେଞ୍ଜ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ତାଲିକାଭୁକ୍ତ କରିବା ସହ ବିଚାର କରିବାକୁ ରାଜି ହୋଇଛନ୍ତି। ମୁଖ୍ୟ ବିଚାରପତି ଏନ ଭି ରମଣାଙ୍କ ନେତୃତ୍ୱାଧିନ ଖଣ୍ଡପୀଠ ମାମଲାର ଶୁଣାଣୀ କରିବେ। ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଓକିଲ ଅପର୍ନା ଭଟ୍ଟ ଚ୍ୟାଲେଞ୍ଜ ପିଟିସନ ଦାଖଲ କରିଛନ୍ତି।

Also Read: ରାହୁଲ ଗାନ୍ଧୀଙ୍କ ଜାତକରୁ ଜାଣନ୍ତୁ ୨୦୨୪ରେ କିପରି ରହିବ କଂଗ୍ରେସର ପ୍ରଦର୍ଶନ

କପିଲ ସିବଲ କହିଛନ୍ତି, "ଆମେ କେବଳ କ୍ଷମା ପ୍ରାର୍ଥନାକୁ ଚ୍ୟାଲେଞ୍ଜ କରୁଛୁ, ସୁପ୍ରିମକୋର୍ଟଙ୍କ ଆଦେଶକୁ ନୁହେଁ। ସୁପ୍ରିମକୋର୍ଟଙ୍କ ଆଦେଶ ଠିକ ଅଛି।" ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଗୁଜୁରାଟ ସରକାରଙ୍କୁ କ୍ଷମା ପ୍ରାର୍ଥନା ଉପରେ ବିଚାର କରିବାକୁ କହିଥିଲେ। ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ୧୧ ଦୋଷୀଙ୍କୁ ଅଗଷ୍ଟ ୧୫ରେ ଗୁଜରାଟ ଉପ-କାରାଗାରରୁ ବାହାରିଥିଲେ। ଗୁଜୁରାଟ ସରକାର ଏହାର କ୍ଷମା ନୀତି ଅନୁଯାୟୀ ସେମାନଙ୍କୁ ମୁକ୍ତ କରିବାକୁ ଅନୁମତି ଦେଇଥିଲେ। 

୨୧ ଜାନୁଆରୀ ୨୦୦୮ରେ ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ବମ୍ବେ ହାଇକୋର୍ଟ ସେମାନଙ୍କ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ଦୋଷୀମାନେ ୧୫ ବର୍ଷରୁ ଅଧିକ ସମୟ ଜେଲରେ ରହିଥିଲେ। କିନ୍ତୁ ଅଗଷ୍ଟ ୧୫ ତାରିଖରେ ବିଲକିସ୍ ବାନୋଙ୍କ ସମସ୍ତ ଦୋଷୀଙ୍କୁ ଗୁଜୁରାଟ ସରକାର ଖଲାସ କରିଥିଲେ। ତେବେ ଏହି ମାମଲା ଉପରେ ବିଚାର କରିବାକୁ ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟ ବିଚାର କରିବାକୁ କହିଥିଲେ।

Also Read: 'ପିଏମ ମୋଦିଙ୍କ ପାଇଁ ୨୦୨୪ର ଖେଳ ହେବନାହିଁ ସହଜ', ଅଶୋକ ଗେହଲୋଟ୍ କହିଲେ ସବୁଠୁ ବଡ଼ ଚ୍ୟାଲେଞ୍ଜ

ଅଗଷ୍ଟ ୧୫ରେ ଦୋଷୀମାନଙ୍କୁ ଖାଲସ କରିବା ପରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ଉଭୟ ବିରୋଧି ଦଳ ଓ ସାଧାରଣ ଜନତା ତୀବ୍ର ନିନ୍ଦା କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଖଲାସ ଦୋଷୀଙ୍କୁ ସ୍ୱାଗତ ସମ୍ପର୍ଦ୍ଧନା ମଧ୍ୟ କରାଯାଇଥିଲା। ଯାହା ପରେ ବିଲକିସ ବାନୋ କହିଥିଲେ ଯେ, ଦୋଷୀଙ୍କୁ ମୁକ୍ତ କରିବା ପରେ ତାଙ୍କର ଅନ୍ତର ଆତ୍ମା ଦୋହଲି ଯାଇଛି ଓ ନ୍ୟାୟପାଳିକା ଉପରୁ ବିଶ୍ୱାସ ଦୁର୍ବଳ ହୋଇଛି।  

ସୂଚନାଯୋଗ୍ୟ, ୨୦୦୨ ମସିହା ଗୁଜୁରାଟ ଦଙ୍ଗା ବେଳେ ବିଲକିସ୍ ବାନୋ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ହିଂସାରୁ ପଳାୟନ କରୁଥିବାବେଳେ ୨୧ ବର୍ଷିୟା ବିଲକିସକୁ ଗଣଗୁଷ୍କର୍ମ କରାଯାଇଥିଲା। ଏହି ସମୟରେ ସେ ପାଞ୍ଚ ମାସ ଗର୍ଭବତୀ ଥିଲେ। ବିଲକିସଙ୍କୁ ଗଣଦୁଷ୍କର୍ମ ସହ ତାଙ୍କ ପରିବାରର ୭ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମୃତକଙ୍କ ମଧ୍ୟରେ ତାଙ୍କର ୩ ବର୍ଷର ଝିଅ ମଧ୍ୟ ଥିଲେ।

Read More
{}{}