Hindi News >>Home >>Zee Odisha Crime

Sonali Phogat Murder Case: ବିଜେପି ନେତ୍ରୀଙ୍କ ହତ୍ୟା ମାମଲାରେ ହେଲା ବଡ଼ ଖୁଲାସା

ଗୋଆ ପୋଲିସର ସୂତ୍ରାନୁସାରେ ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି। ତେବେ ଏହି ହତ୍ୟାର ସ୍କ୍ରୀପ୍ଟ ବହୁ ପୂର୍ବରୁ ଲେଖାଯାଇଥିଲା। ସେପଟେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ମାମଲାର ଚାର୍ଜସିଟ୍ ଯଥାଶୀଘ୍ର ଦାଖଲ କରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୋଆ ପୋଲିସ କହିଛି ଯେ, ସୋନାଲି ଫୋଗାଟ ହତ୍ୟା ସହ ସମ୍ପୃକ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ଜବତ କରିଛି।

Advertisement
Sonali Phogat Murder Case: ବିଜେପି ନେତ୍ରୀଙ୍କ ହତ୍ୟା ମାମଲାରେ ହେଲା ବଡ଼ ଖୁଲାସା
Stop
Zee Odisha Desk|Updated: Sep 03, 2022, 12:58 PM IST

Sonali Phogat Murder Case, ନୂଆଦିଲ୍ଲୀ: ବିଜେପି ନେତ୍ରୀ ସୋନାଲି ଫୋଗାଟ ହତ୍ୟା ମାମଲାରେ ଏକ ବଡ ଖୁଲାସା ହୋଇଛି। ସୂତ୍ରାନୁସାରେ, ଅଭିଯୁକ୍ତ ସୁଧୀର ସାଙ୍ଗୱନ ନିଜର ଦୋଷ ମାନିଛନ୍ତି। ସୋନାଲିଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ସୁଧୀର ସ୍ୱୀକାର କରିଥିବା ସୂଚନା ମିଳିଛି। ସୁଟିଂ ବାହାନାରେ ସୋନାଲିଙ୍କୁ ଗୋଆ ନିଆଯାଇଥିବା ସୁଧୀର କହିଛି। ପୋଲିସର ଜେରା ବେଳେ ସୁଧୀର ସାଙ୍ଗୱତ, ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କୁ ହତ୍ୟା କରିବାର ରହସ୍ୟ ବଖାଣିଥିବା ସୂତ୍ରରୁ ସୂଚନା ମିଳିଛି।

ଗୋଆ ପୋଲିସର ସୂତ୍ରାନୁସାରେ ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି। ତେବେ ଏହି ହତ୍ୟାର ସ୍କ୍ରୀପ୍ଟ ବହୁ ପୂର୍ବରୁ ଲେଖାଯାଇଥିଲା। ସେପଟେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ମାମଲାର ଚାର୍ଜସିଟ୍ ଯଥାଶୀଘ୍ର ଦାଖଲ କରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୋଆ ପୋଲିସ କହିଛି ଯେ, ସୋନାଲି ଫୋଗାଟ ହତ୍ୟା ସହ ସମ୍ପୃକ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ଜବତ କରିଛି। ଯାହା ସୁଧୀର ସାଙ୍ଗୱନକୁ ଦୋଷୀ କରିବାପାଇଁ ପ୍ରର୍ଯ୍ୟାପ୍ତ। ଆଉ କୋର୍ଟରେ ଏହି ପ୍ରାମାଣ ଉପସ୍ଥାପନ କଲେ କୋର୍ଟ ତାକୁ କୋଠର ଦଣ୍ଡାଦେଶ ଦେଇପାରନ୍ତି ବୋଲି ପୋଲିସ ବିଶ୍ୱାସ କରୁଛି।

Also Read: ଗୁରୁଗ୍ରାମରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବର୍ତ୍ତମାନ ଗୋଆ ପୋଲିସ, ସୋନାଲି ଫୋଗାଟ ହତ୍ୟା ମାମଲାର ଲାଲ ଡାଏରୀ ତଲାସ କରୁଛି। ଶନିବାର ଗୋଆ ପୋଲିସ ପକ୍ଷରୁ ସୁଧୀରର ରୋହତକ ଘରେ ଚଢାଉ କରିବାର ସମ୍ଭାବନା ଆଛି। ତାର ପରିବାରକୁ ମଧ୍ୟ ଗୋଆ ପୋଲିସ ଜେରା ସହ ତଲାସି କରିପାରେ। ଏନେଇ ମୃତ ସୋନାଲି ଫୋଗାଟଙ୍କ ଭାଇ ୱତନ ଢାକା ଓ ରିଙ୍କୁ ଢାକା ସୂଚନା ଦେଇଛନ୍ତି। ସୋନାଲି ହତ୍ୟାକାଣ୍ଡର ତଦନ୍ତ ପାଇଁ ଗୋଆ ପୋଲିସ ହରିୟାଣା ଗସ୍ତ କରିଛି। ତେବେ ସୁଧୀର ସାଙ୍ଗୱନଙ୍କ ଘରେ ଚଢାଉ କରିବା ସହ ଗୋଆ ପୋଲିସ ଏହି ମାମଲାରେ ଅନ୍ୟ ଲୋକଙ୍କୁ ମଧ୍ୟ ପଚରାଉଚରା କରିବାର ସମ୍ଭାବନା ରହିଛି। 

ସୂଚନାଯୋଗ୍ୟ, ଅଗଷ୍ଟ ୨୩ ତାରିଖରେ ଗୋଆର ଏକ ହୋଟେଲରେ ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ହୋଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ସୋନାଲିଙ୍କ ଶରୀରରେ ଆଘାତ ହୋଇଥିବା ପ୍ରମାଣ ମିଳିଛି। ସୋନାଲିଙ୍କୁ ତାଙ୍କ ସହୋଯୋଦୀ ସୁଧୀର ସାଙ୍ଗୱନ ଓ ସୁଖବୀନ୍ଦର ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ଉଭୟ ସୁଖବୀନ୍ଦର ଓ ସୁଧୀରକୁ ଗୋଆ ପୋଲିସ ଗିରଫ କରିଛି। ଏହା ପରେ ଗୋଆ ହୋଟେଲର ମାଲିକ ଏଡୱିନ ନ୍ୟନ୍ସ ଓ ଦୁଇ ଜଣ ଗ୍ରଡ୍ସ ମାଫିଆଙ୍କୁ ବି ଗରିଫ କରାଯାଇଛି। ଏହାରି ମଧ୍ୟରେ ଗୋଆ ହୋଟେଲରେ ସୋନାଲିଙ୍କ ଅନେକ ଗୁଡାଏ ସିସିଟିଭି ଭିଡଓ ପୋଲିସ ହାତରେ ଲାଗିଛି।

 

Read More
{}{}