Hindi News >>Home >>Zee Odisha Crime

Mysterious Death: ଝିଅର ଜନ୍ମ ଦିନରେ ଗୋଟିଏ ପରିବାରର ଛଅ ମୃତ

Mysterious Death in Ambala: ଅମ୍ବାଲା ସହର ଅନ୍ତର୍ଗତ ବାଲାନା ଗ୍ରାମରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ପରିବାର ଲୋକେ ରାତ୍ରୀ ଭୋଜନ କରିବା ପରେ ଶୋଇଥିଲେ ହେଲେ ସକାଳେ ଆଉ ଉଠିନଥିଲେ । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଜାରୀ ରଖିଛି ।  

Advertisement
Mysterious Death: ଝିଅର ଜନ୍ମ ଦିନରେ ଗୋଟିଏ ପରିବାରର ଛଅ ମୃତ
Stop
Durga Madhaba Pattanayak|Updated: Aug 26, 2022, 04:13 PM IST

Mysterious Death, ଅମ୍ବାଲା : ହରିୟାଣାର ଅମ୍ବାଲା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିକଟସ୍ଥ ବାଲାନା ଗ୍ରାମରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପୋଲିସ କହିଛି ଯେ, ଏହି ପରିବାର ରାତ୍ରୀ ଭୋଜନ କରିବା ପରେ ଶୋଇଥିଲେ ଏବଂ ସକାଳେ ଉଠିନଥିଲେ। ପୋଲିସ ଏହା ମଧ୍ୟ କହିଛି ଯେ, ଆଜି ସାନ ଝିଅର ଜନ୍ମଦିନ ଥିଲା।

ଶନିବାର ସକାଳେ ଅମ୍ବାଲା ସହରର ବାଲାନା ଗ୍ରାମରେ ଗୋଟିଏ ପରିବାରର ଦୁଇ ଶିଶୁଙ୍କ ସମେତ ୬ ଜଣ ସଦସ୍ୟଙ୍କ ମୃତଦେହ ମିଳିଥିଲା। ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରୁଥିବାବେଳେ ସେଠାରୁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ଉଦ୍ଧାର କରାଯାଇଛି। ଅଧିକ ତଦନ୍ତ ଚାଲିଥିବା ଅମ୍ବାଲାର ଡେପୁଟି ପୋଲିସ ଅଧୀକ୍ଷକ ଜୋଗିନ୍ଦର ଶର୍ମା କହିଛନ୍ତି। ତେବେ ମୃତକଙ୍କ ଭିତରେ ୬୫ ବର୍ଷିୟ ସଙ୍ଗତ ରାମ, ତାଙ୍କ ପତ୍ନୀ ମହିନ୍ଦ୍ରା କୌର, ପୁଅ ୩୪ ବର୍ଷିୟ ସୁଖବିନ୍ଦର ସିଂ ଓ ବହୂ ରିନା ଏବଂ ଦୁଇ ନାତୁଣୀ ଆଶୁ (୫ ବର୍ଷ) ଏବଂ ଜସି (୭ ବର୍ଷ) ବୋଲି ଜଣାପଡିଛି।

Also Read: Kendrapara News: ଜଳୁଛି ସ୍ୱାମୀର ଚିତା, ପ୍ରେମିକ ସହ ଫେରାର ସ୍ତ୍ରୀ

ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ, ସୁଖବିନ୍ଦର ଫାଶୀ ଲଗାଇ ଆତ୍ମହତ୍ୟା କରିବା ପୂର୍ବରୁ ପରିବାରର ସମସ୍ତ ସଦସ୍ୟଙ୍କୁ ବିଷ ଦେଇ ଦେଇଥିଲେ। ବନ୍ଦ ଘରୁ ପୋଲିସ ସମସ୍ତ ୬ଟି ମୃତଦେହ ଉଦ୍ଧାର କରିଛି। ସମସ୍ତ ମୃତଦେହକୁ ଅମ୍ବାଲା ସହରର ସିଭିଲ ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ପୋଲିସର ତଦନ୍ତ ଜାରି ରହିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଓ ସୋସାଇଡ୍ ନୋଟକୁ ଯାଞ୍ଚ କରିବା ପରେ ମାମଲା ବିଷୟରେ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ କହିଛି।

ଅତୀତରେ ମଧ୍ୟପ୍ରଦେଶର ଇନ୍ଦୋରରୁ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଋଣ ପ୍ରଦାନକାରୀ ଆପର ଜାଲରେ ପଡ଼ିବା ପରେ ପୁରା ପରିବାର ଆତ୍ମହତ୍ୟା କରିଥିଲେ। ବାସ୍ତବରେ,ଅନଲାଇନ୍ ଋଣ ପ୍ରଦାନକାରୀ ଆପ୍, ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଥିବା ଅମିତ ଯାଦବଙ୍କ ହସୁଥିବା ପରିବାରକୁ ସମ୍ପୁର୍ଣ୍ଣ ନଷ୍ଟ କରିଦେଇଥିଲା। ଅମିତ ପ୍ରଥମେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିବାପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଅମିତ ଏକ ସୁଇସାଇଡ ନୋଟ ମଧ୍ୟ ଲେଖିଥିଲେ, ଯେଉଁଥିରେ ଲେଖାଥିଲା- 'ମଣିଷଟି ଖରାପ ନୁହେଁ, କିନ୍ତୁ ପରିସ୍ଥିତି ଏପରି କରିଛି।' ଆଜିକାଲି ପୋଲିସ୍ ଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଏଭଳି ବଢ଼ୁଥିବା ଆତ୍ମହତ୍ୟା ମାମଲା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। 

 

 

 

 

Read More
{}{}