Hindi News >>Home >>Zee Odisha Crime

ସିଞ୍ଜୋ ଆବେଙ୍କୁ ମାରିବାର କାରଣ କହିଲା ହତ୍ୟାକାରୀ

ରାସ୍ତାର ମଝିରେ ଏକ ନିର୍ବାଚନ ରାଲିରେ ସିଞ୍ଜୋ ଆବେଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ୪୧ ବର୍ଷିୟ ତେତ୍ସୁୟା ୟାମାଗାମି ବୋଲି ଜଣାପଡିଛି। ସେ ଜାପାନ ନୌସେନାର ଜଣେ ପୂର୍ବତନ ସୈନିକ। ୟାମାଗାମି ଘରେ ତିଆରି ବନ୍ଧୁକ ସହିତ ଆବେଙ୍କୁ ଆକ୍ରମଣ କରିଛି। 

Advertisement
ଡିଜାଇନ୍ ଫଟୋ
Stop
Zee Odisha Desk|Updated: Jul 10, 2022, 10:24 AM IST

ନୂଆଦିଲ୍ଲୀ: ଜାପାରର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶୁକ୍ରବାର ଦିନ ଦ୍ୱିପହରେ ତାହା ପୁଣ ରାସ୍ତା ମଝିରେ ଗୁଳିକରି ହତ୍ୟା କରାଯାଇଛି। ପୋଲିସ ହେପାଜତରେ ଥିବା ହତ୍ୟାକାରୀ ବର୍ତ୍ତମାନ ଏହି ହତ୍ୟା ପଛର କହାଣୀ କହିଛି। ହତ୍ୟାକାରୀ ବିଶ୍ୱାସ କରିଥିଲା ଯେ, ସିଞ୍ଜୋ ଆବେ ଏକ ନିର୍ଦ୍ଧିଷ୍ଟ ଧାର୍ମିକ ଗୋଷ୍ଠୀର ଅଟନ୍ତି, ଏହି ଗୋଷ୍ଠୀ ପାଇଁ ତାଙ୍କ ମା’ ଦେବାଳିଆ ହୋଇଯାଇଥିଲେ। ତାଙ୍କ ମା’ଙ୍କ ଦୟନୀୟ ଆର୍ଥିକାବସ୍ଥା ପାଇଁ ହତ୍ୟାକାରୀ ଜଣକ ନିର୍ଦ୍ଧିଷ୍ଟ ଧାର୍ମିକ ଗୋଷ୍ଠୀକୁ ଦାୟୀ କରିଛି।

ଶନିବାର ପୋଲିସ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଛି ଯେ, ରାସ୍ତାର ମଝିରେ ଏକ ନିର୍ବାଚନ ରାଲିରେ ସିଞ୍ଜୋ ଆବେଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ୪୧ ବର୍ଷିୟ ତେତ୍ସୁୟା ୟାମାଗାମି ବୋଲି ଜଣାପଡିଛି। ସେ ଜାପାନ ନୌସେନାର ଜଣେ ପୂର୍ବତନ ସୈନିକ। ୟାମାଗାମି ଘରେ ତିଆରି ବନ୍ଧୁକ ସହିତ ଆବେଙ୍କୁ ଆକ୍ରମଣ କରିଛି। ପ୍ରତିଶୋଧ ପରାୟଣ ହୋଇ ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ସିଞ୍ଜୋଙ୍କୁ ହତ୍ୟା କରିବାକୁ ସେ ଅନେକ ଦିନରୁ ଯୋଜନା କରୁଥିଲା। ଷ୍ଟେଟ୍ ନ୍ୟୁଜ୍ ଏଜେନ୍ସି NHK ଅନୁସାରେ, ସିଞ୍ଜୋଙ୍କୁ ହତ୍ୟା କରିବାକୁ ୟାମାଗାମି ପ୍ରଥମେ ବୋମା ବ୍ୟବହାର କରିବାକୁ ଚିନ୍ତା କରିଥିଲା, କିନ୍ତୁ ପରେ ବନ୍ଧୁକ ବ୍ୟବହାର କରିଥିଲେ।

Also Read: ଜାପାନର ପୂର୍ବତନ ପିଏମଙ୍କୁ କିଏ ମାରିଲା ଗୁଳି? ୫ଟି ପଏଣ୍ଟରେ ଜାଣନ୍ତୁ ଗିରଫ ବ୍ୟକ୍ତିଙ୍କ ବିଷୟରେ

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଆବେଙ୍କ ନିକଟତର ହୋଇ ୟାମାଗାମି ଗୋଟିଏ ପରେ ଗୋଟିଏ ଦୁଇଟି ଗୁଳି ଚଳାଇଥିଲା। ସେ ୪୦ ସେମିର ଏକ ହାତ ତିଆରି ବନ୍ଧୁକ ସାହାଯ୍ୟରେ ଏହି ହତ୍ୟାକାଣ୍ଡ ଘଟାଇଛି। ଏହି ବନ୍ଧୁକକୁ ୟାମାଗାମି ନିଜେ ତିଆରି କରିଥିଲା। ବନ୍ଧୁକକୁ କଳା ଟେପରେ ଗୁଡ଼ାଯାଇଥିଲା। ସେ ଗୁଳି ଚଳାଇ ସେଠାରେ ଠିଆ ହୋଇଥିଲା, ଫଳରେ ପୋଲିସ ତାକୁ ସହଜରେ କାବୁ କରିଥିଲା। ହତ୍ୟା ଉଦ୍ଦେଶ୍ୟ ସମସ୍ତଙ୍କୁ ଜଣାଇବା ପାଇଁ ୟାମାଗାମି ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରିନଥିବା କୁହାଯାଉଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ହତ୍ୟାକାରୀ ୟାମାଗାମି ଏକାକୀ ଏବଂ ନିରବ ରହୁଥିଲା। କାଇଡୋ ନ୍ୟୁଜ୍ ଏଜେନ୍ସି କହିଛି ଯେ, ଆବେ ଏକ ଧାର୍ମିକ ଗୋଷ୍ଠୀକୁ ସମର୍ଥନ କରନ୍ତି, ଯେଉଁଥିରେ ୟାମାଗାମୀଙ୍କ ମାଆ ଦାନ କରି କରି ଦେବାଳିଆ ହୋଇଯାଇଥିଲେ। ପୋଲିସର ପଚରାଉଚରା ବେଳେ ହତ୍ୟାକାରୀ କହିଛି, 'ମୋର ମାଆ ଏକ ଧାର୍ମିକ ଗୋଷ୍ଠୀକୁ ଭଲ ପାଉଥିଲେ ଏବଂ ମୁଁ ଏହାକୁ ଆଦୌ ପସନ୍ଦ କରୁ ନଥିଲି।' ନାରା ପୋଲିସ ଏ ସମ୍ପର୍କରେ କୌଣସି ଆଧିକାରିକ ସ୍ପଷ୍ଟୀକରଣ ଦେଇନାହିଁ। ଏହି ଧାର୍ମିକ ଗୋଷ୍ଠୀର ନାମ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇନାହିଁ।

Also Read: ଯୁଦ୍ଧ ମଧ୍ୟରେ ଜେଲେନସ୍କିଙ୍କ ବଡ଼ ପଦକ୍ଷେପ, ଭାରତ ସମେତ ୫ଟି ଦେଶର ରାଷ୍ଟ୍ରଦୂତଙ୍କୁ କଲେ ବରଖାସ୍ତ

ଏହା ମଧ୍ୟ ଜଣାପଡିଛି ଯେ, ବନ୍ଧୁକ ତିଆରି କରିବା ପାଇଁ ୟାମାଗାମି ଅନଲାଇନରେ ଅନେକ ଜିନିଷ ମଗାଇଥିଲେ। ମାସ ମାସ ଧରି ଏହି ହତ୍ୟାକାଣ୍ଡ ପାଇଁ ସେ ପ୍ରସ୍ତୁତ ହେଉଥିଲେ। ପ୍ରତିଶୋଧ ସୁଯୋଗ ଖୋଜୁଥିବା ପୂର୍ବତନ ଜାପାନ ସୈନ୍ୟ, ସିଞ୍ଜୋ ଆବେଙ୍କ ଅନ୍ୟ ସଭାକୁ ମଧ୍ୟ ଯାଇଥିଲେ। କିନ୍ତୁ ସେଠାରେ ସେ ସଫଳ ହୋଇନଥିଲେ। ହତ୍ୟାର ଦିନକ ପୂର୍ବରୁ ସେ ସିଞ୍ଜୋଙ୍କ ଏକ ସଭାରେ ଯୋଗଦେବାକୁ ୨୦୦ କିଲୋମିଟର ଦୂରକୁ ଯାଇଥିଲେ।

Kyodo News ଅନୁସାରେ, ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିବାପାଇଁ ୟାମାଗାମି ପ୍ରଥମେ ଟାର୍ଗେଟ କରିନଥିଲା। ସେ ଏକ ନିର୍ଦ୍ଧିଷ୍ଟ ଧର୍ମର ନେତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ସିଞ୍ଜୋଙ୍କ ହତ୍ୟା ପଛରେ କୌଣସି ରାଜନୈତିକ କାରଣ ନାହିଁ ବରଂ ସେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇ ନିର୍ଦ୍ଧିଷ୍ଟ ଧର୍ମକୁ ପ୍ରତ୍ସାହନ ଦେଉଥିଲେ। ଆଉ ସେହି ଧର୍ମ ପାଇଁ ୟାମାଗାମିଙ୍କ ମାଆ ଦେବାଳିଆ ହୋଇଥିବା କୁହାଯାଉଛି। ୟାମାଗାମି ମାତ୍ର ତିନି ବର୍ଷ ପାଇଁ Maritime Self-Defence Forceରେ କାର୍ଯ୍ୟରତ ଥିଲେ ଆଉ ୨୦୦୫ରେ ସେ ଅବସର ନେଇଥିଲେ।

 

 

 

 

 

 

 

Read More
{}{}