Hindi News >>Home >>Zee Odisha Crime

Sex determination racket: ଡାକ୍ତରଖାନା ନା କଂସେଇଖାନା? ପେଟର ପିଲା ମାରିବାକୁ ଡାକ୍ତର ନେଉଛନ୍ତି ସୁପାରୀ

Sex determination racket: ଢେଙ୍କାନାଳ ସହରରେ ଅନେକ ବେସରକାରୀ କ୍ଲିନିକ୍ ଓ ଡାକ୍ତରଖାନା ଗଢି ଉଠିଛି। ଏହା ସହିତ ଅନେକ ଅଲଟ୍ରାସାଉଣ୍ଡ କେନ୍ଦ୍ର ମଧ୍ୟ ରହିଛି। ଏହି ଅଲଟ୍ରାସାଉଣ୍ଡ କେନ୍ଦ୍ର ମଧ୍ୟରୁ କିଛି ସ୍ଵିକୃତି ପାଇଥିବା ବେଳେ ଅନେକ କେନ୍ଦ୍ର ବେଆଇନ ଭାବରେ ଚାଲୁଛି। ଏହି ସବୁ ଅଲଟ୍ରାସାଉଣ୍ଡ କେନ୍ଦ୍ର ଗୁଡିକରେ ବେଆଇନ ଭାବରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରା ଯାଉଥିବା ଅଭିଯୋଗ ହୋଇ ଆସୁଛି।

Advertisement
Sex determination racket: ଡାକ୍ତରଖାନା ନା କଂସେଇଖାନା? ପେଟର ପିଲା ମାରିବାକୁ ଡାକ୍ତର ନେଉଛନ୍ତି ସୁପାରୀ
Stop
Zee Odisha Desk|Updated: Sep 16, 2022, 01:33 PM IST

Sex determination racket, ଢେଙ୍କାନାଳ: ଏବେ ଢେଙ୍କାନାଳ ଜିଲ୍ଲା ଗର୍ଭସ୍ଥ ଶିଶୁର ବେଆଇନ ଲିଙ୍ଗ ନିରୁପଣକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ଗର୍ଭସ୍ଥ ଶିଶୁର ବେଆଇନ ଲିଙ୍ଗ ନିରୂପଣ ମାମଲାରେ ଅଦାଲତ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟଙ୍କ ରାୟର ଦିନକ ପରେ ସନ୍ଦେହ ଜନକ ଭାବରେ ଢେଙ୍କାନାଳ ସହର ଉପକଣ୍ଠରୁ ତିନୋଟି ଭୃଣ ଠାବ ହୋଇଛି। ଇନ୍ଦିପୁର ଗ୍ରାମର ଏକ ପୋଖରୀରୁ ତିନି ତିନି ଗୋଟି ଅପରିପକ୍ଵ ଶିଶୁଙ୍କ ମୃତଦେହ ଉଦ୍ଧାର ହେବା ଘଟଣାକୁ ନେଇ ଜିଲ୍ଲାବ୍ୟାପୀ ଚର୍ଚ୍ଚା ହେଉଛି। ଭୃଣ ନିକଟସ୍ଥ କୌଣସି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏଠାରେ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି।

ଢେଙ୍କାନାଳ ସହରରେ ଅନେକ ବେସରକାରୀ କ୍ଲିନିକ୍ ଓ ଡାକ୍ତରଖାନା ଗଢି ଉଠିଛି। ଏହା ସହିତ ଅନେକ ଅଲଟ୍ରାସାଉଣ୍ଡ କେନ୍ଦ୍ର ମଧ୍ୟ ରହିଛି। ଏହି ଅଲଟ୍ରାସାଉଣ୍ଡ କେନ୍ଦ୍ର ମଧ୍ୟରୁ କିଛି ସ୍ଵିକୃତି ପାଇଥିବା ବେଳେ ଅନେକ କେନ୍ଦ୍ର ବେଆଇନ ଭାବରେ ଚାଲୁଛି। ଏହି ସବୁ ଅଲଟ୍ରାସାଉଣ୍ଡ କେନ୍ଦ୍ର ଗୁଡିକରେ ବେଆଇନ ଭାବରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରା ଯାଉଥିବା ଅଭିଯୋଗ ହୋଇ ଆସୁଛି। ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ପାଇଁ ଜିଲ୍ଲାକୁ ଦୈନିକ ବାହାର ଜିଲ୍ଲାରୁ ଅନେକ ଲୋକ ଆସୁଛନ୍ତି। ଏହି ବେଆଇନ ଅଲଟ୍ରାସାଉଣ୍ଡ କେନ୍ଦ୍ର ଗୁଡିକରେ ଲୁଚା ଛପାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରାଯାଉଛି।

Also Read: Condom: ଓଡ଼ିଶାରେ ପୁରୁଷଙ୍କୁ କଣ୍ଡୋମ ମନା! ସରକାରୀ ରିପୋର୍ଟ କଲା ବଡ଼ ଖୁଲାସା

ଏକ ଲିଙ୍ଗ ନିରୂପଣ ମାମଲାର ବିଚାରକରି ଢେଙ୍କାନାଳ ଏସଡିଜେଏମ ଜଣେ ଡାକ୍ତରଙ୍କ ସହିତ ଜଗନ୍ନାଥ ହସ୍ପିଟାଲର ମାଲିକ ମମତା ସାହୁ ଓ ତାଙ୍କ ସ୍ବାମୀ ବିଜୟ ସାହୁଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୨୦୧୪ ମସିହାରେ ପ୍ରଶାସନ ପକ୍ଷରୁ ଚଢାଉ ପରେ ଏହି ମାମଲା ଦାୟର କରାଯାଇଥିଲା। ଦୀର୍ଘ ଆଠ ବର୍ଷ ପରେ ରାୟ ଆସିଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଘଟଣା ପ୍ରମାଣିତ ହୋଇଛି।

ବେଆଇନ ଲିଙ୍ଗ ନିରୂପଣ ମାମଲା ୨୦୧୪ ମସିହାରେ ଦାୟର ହୋଇଥିବା ବେଳେ ଆଜି ମଧ୍ୟ ଏହି ବେଆଇନ କାମ ବେଧଡକ ଜାରି ରହିଛି। ଶୁକ୍ରବାର ସହର ଉପକଣ୍ଠ ଏକ ପୋଖରୀରୁ ସନ୍ଦେହଜନକ ଭାବେ ତିନି ଗୋଟି ଅପରିପକ୍ଵ ଶିଶୁଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏହାକୁ ପ୍ରମାଣିତ କରିଛି। ଏହି ଅପରିପକ୍ଵ ଶିଶୁଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ପ୍ରଶାସନକୁ ମଧ୍ୟ ସନ୍ଦେହ ଘେରକୁ ଟାଣି ଆଣିଛି। ସହରରେ ଥିବା ଏହି ସବୁ ବେଆଇନ ଅଲଟ୍ରାସାଉଣ୍ଡ କେନ୍ଦ୍ର କିଛି ଅସାଧୂ ଅଧିକାରୀଙ୍କ ସହିତ ମେଣ୍ଟ କରି ଏହି ବେଆଇନ କାର୍ଯ୍ୟ ଜାରି ରଖିଛନ୍ତି।

Also Read: Domestic Violence: ଝିଅ କଳା ହେଲା ବୋଲି ସ୍ତ୍ରୀକୁ ସ୍ୱାମୀ ଘରୁ ତଡିଦେଇଥିବା ଅଭିଯୋଗ

ସୂଚନାଯୋଗ୍ୟ, ଢେଙ୍କାନାଳରେ ବିଭିନ୍ନ ସମୟରେ ଅପରିପକ୍ଵ ଶିଶୁଙ୍କ ମୃତଦେହ ଉଦ୍ଧାର  ହୋଇଛି। ତେବେ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଫାଇଲ ମଧ୍ୟରେ ଲୁଚି ରହି ଯାଇଛି। ଇନ୍ଦିପୁର ଗ୍ରାମର ଘଟଣା ମଧ୍ୟ ସେହିପରି ଫାଇଲ ମଧ୍ୟରେ ଚାପି ହୋଇ ରହିଯିବ ବୋଲି ଚର୍ଚ୍ଚା ହେଉଛି। ସ୍ଥାନୀୟ ଲୋକଙ୍କ ତୁଳନାରେ ଜିଲ୍ଲା ବାହାରୁ ଅଧିକ ଲୋକ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ପାଇଁ ଢେଙ୍କାନାଳକୁ ଆସୁଛନ୍ତି ବୋଲି କୁହାଯାଉଛି।

 

 

 

 

 

 

 

 

 

 

 

 

 

 

Read More
{}{}